ଲବଙ୍ଗ ତେଲରେ ରହିଛି ଅନେକ ସମସ୍ୟାର ସମାଧାନ : ଜାଣନ୍ତୁ ଏହାର ଚମତ୍କାର ଫାଇଦା

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫/୦୭ : ଲବଙ୍ଗ ଏକ ଉପକାରୀ ମସଲା । ଏହା ଖାଦ୍ୟର ସ୍ୱାଦ ବଢାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବହୃତ ହୋଇଥାଏ । ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ସେପ୍ଟିକ୍ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ। ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ସହିତ ଏହାର ତେଲ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ହୋଇଥାଏ । ଆସନ୍ତୁ ଜାଣିବା ଲବଙ୍ଗ ତେଲର ଉପକାରିତା ଏବଂ ଏହାକୁ କିପରି ବ୍ୟବହାର କରିବେ...

{"width":650,"height":438}
PunjabKesari

ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ:

ଦାନ୍ତ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ତେଲ ଉପକାରୀ ବୋଲି ବିବେଚନା କରାଯାଏ । ଏଥିପାଇଁ ତୁଳାରେ ୨-୩ ବୁନ୍ଦା ଲବଙ୍ଗ ତେଲ ପକାଇ ଦାନ୍ତରେ ଚାପି ଧରନ୍ତୁ । ଲବଙ୍ଗ ତେଲର ରାସାୟନିକ ପଦାର୍ଥ ଲାଳ ସହିତ ମିଶିବାଯିବା ପରେ, ଦାନ୍ତ ଯନ୍ତ୍ରଣା କମ୍ ହୋଇଥାଏ ।

ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ:      

ଲବଙ୍ଗ ତେଲରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ସେପ୍ଟିକ୍ ଗୁଣ ରହିଥାଏ । ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦେବା ସହିତ ଫୁଲା କମାଇବାରେ ସାହାଯ୍ୟ କରିଥାଏ । ଏହା ସହିତ, ଚାପ କମାଇ ଗଭୀର ନିଦ ଦେବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏକ ପାତ୍ରରେ ୪-୫ ବୁନ୍ଦା ଲବଙ୍ଗ ତେଲ ଏବଂ ଏକ ଚାମଚ ଲୁଣ ମିଶାଇ କପାଳରେ ଲଗାନ୍ତୁ ।

{"width":648,"height":432}
PunjabKesari

ଚାପ କମ କରିଥାଏ:

ବ୍ୟସ୍ତବହୁଳ ଜୀବନ ହେତୁ ଅନେକ ଲୋକ ଚାପରେ ରହିଥାନ୍ତି । ଏହାକୁ କମାଇବା ପାଇଁ ଆପଣ ଲବଙ୍ଗ ତେଲ ବ୍ୟବହାର କରିପାରିବେ । ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ତେଲ ମାଲିସ କରିବା ଦ୍ୱାରା ଚାପ କମିବାରେ ମଧ୍ୟ ସାହାଯ୍ୟ ହୋଇଥାଏ । ଏଥିପାଇଁ ଅଳ୍ପ ବୁନ୍ଦା ଲବଙ୍ଗ ତେଲକୁ ଦେଶୀ ଘିଅରେ ମିଶାଇ କପାଳରେ ବୃତ୍ତାକାର ଭାବରେ ପ୍ରୟୋଗ କରନ୍ତୁ । କାନ ପଛରୁ ଆରମ୍ଭ କରି, ଏହା ସହିତ ଉପର ଏବଂ ପଛକୁ ମାଲିସ୍ କରନ୍ତୁ । ଏହା ଚାପକୁ ହ୍ରାସ କରିବା ସହିତ ମନକୁ ଶାନ୍ତ କରିଥାଏ ।

କେଶ ସମସ୍ୟା ଦୁର କରିଥାଏ:

କେଶରେ ଲବଙ୍ଗ ତେଲ ମଧ୍ୟ ଲଗାଇ ପାରିବେ । ଏହା ତ୍ୱଚାରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେଶ ମୂଳରୁ ପୋଷଣ ପାଇ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ । ଏହିପରି, ଏହା କେଶକୁ ଶୀଘ୍ର ବଢିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ନଡ଼ିଆ, ବାଦାମ, ଅଲିଭ୍ ଇତ୍ୟାଦି ଯେକୌଣସି ତେଲରେ ଅଳ୍ପ ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ । ତା’ପରେ ଏହା ସହିତ ହାଲୁକା ହାତରେ ତ୍ୱଚାକୁ ମାଲିସ୍ କରନ୍ତୁ । ଏହାକୁ ୧ ଘଣ୍ଟା ପାଇଁ ଛାଡିଦିଅନ୍ତୁ । ଏହା ପରେ ସାମ୍ପୋରେ କେଶ ଧୋଇ ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.