Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଟାଟୁ କରିବା ସଉକ ଅଛି କି ଆପଣଙ୍କର ? ହୁଅନ୍ତୁ ସାବଧାନ, ହୋଇପାରେ ଏହି ସବୁ ରୋଗ : ଜାଣନ୍ତୁ କଣ

28/12/2018 at 4:04 PM

ଦେହରେ ରଙ୍ଗ ବେରଂଗ ଓ ଭିନ୍ନ ଭିନ୍ନ ପ୍ରକାର ଟାଟୁ ଆଙ୍କିବା ଆଜିକାଲି ଯୁବପିଢୀର ଏକ ସଉକ ହୋଇଗଲାଣି | ଖାଲି ଯୁବପିଢୀ କାହିଁକି ବୟସ୍କଙ୍କ ମଧ୍ୟରେ ବି ଏହି ସଉକ ଦେଖିବାକୁ ମିଳୁଛି | ତେବେ ଟାଟୁ ଆଙ୍କିବା ଦ୍ୱାରା ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ | ଏହାଦ୍ୱାରା ଶରୀରରେ  କୁଣ୍ଡେଇ ହେବା, ଚର୍ମ ନାଲି ପଡିଯିବା ଭଳି ସମସ୍ୟା ଦେଖା ଦେଇଥାଏ | ଏହାଛଡା ଜୀବାଣୁ ଜନିତ ସଂକ୍ରମଣ ରୋଗ ହେବାର ମଧ୍ୟ ଆଶଂକା ରହିଛି |

ଟାଟୁ କଲାବେଳେ ଜଣେ ବ୍ୟକ୍ତି ବ୍ୟବହାର କରିଥିବା ଛୁଞ୍ଚି ଅନ୍ୟ ଜଣେ ବ୍ୟକ୍ତି ବ୍ୟବହାର କଲେ ଏଡ୍ସ ଭଳି ମାରାତ୍ମକ ରୋଗ ହେବାର ମଧ୍ୟ ଆଶଂକା ଥାଏ | ଏଚଆଇଭି ସଂକ୍ରମିତ ବ୍ୟକ୍ତି ଯଦି ସେହି ଛୁଞ୍ଚି ବ୍ୟବହାର କରିଥାନ୍ତି ଆଉ ପୁଣି ସେହି ଛୁଞ୍ଚି ଆଉ ଜଣେ ବ୍ୟବହାର କରନ୍ତି ତାହେଲେ ଏଚଆଇଭି ସଂକ୍ରମଣର ଆଶଙ୍କା ବଢି ଯାଇଥାଏ | ସେଥିପାଇଁ ଟାଟୁ  କଲାବେଳେ ନୂଆ ଛୁଞ୍ଚି ବ୍ୟବହାର କରିବା ଉଚିତ |

ଟାଟୁ କରିବା ଦ୍ୱାରା ସୋରାଇସିସ ନାମକ ରୋଗ ହେବାର ଆଶଙ୍କା ଥାଏ | ଗୋଟିଏ ଛୁଞ୍ଚିରେ ଏକରୁ ଏକାଧିକ ବ୍ୟକ୍ତି ଟାଟୁ ଆଙ୍କିଲେ ଚର୍ମ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ଥାଏ | ଏହାଦ୍ୱାରା ହେପାଟାଇଟିସ ଭଳି ରୋଗର ଆଶଙ୍କା ମଧ୍ୟ ରହିଥାଏ | ଆଜିକାଲି କ୍ୟାନସର ଏକ ସାଧାରଣ ରୋଗ ହୋଇଗଲାଣି | ଅଧିକାଂଶ ଲୋକ କ୍ୟାନସରରେ ମୃତ୍ୟୁ କରୁଛନ୍ତି | ତେବେ ଟାଟୁ କରିବା ଫଳରେ କ୍ୟାନସର ମଧ୍ୟ ହେବାର ଆଶଙ୍କା କରାଯାଇପାରେ |

କିଛି କିଛି ସ୍ୱତନ୍ତ୍ର ଡିଜାଇନର ଟାଟୁ କରିବା ପାଇଁ ଛୁଞ୍ଚିକୁ ଶରୀର ମଧ୍ୟରେ ଗଭୀର ଭାବେ ଫୋଡିବାକୁ ପଡିଥାଏ | ଯାହାଫଳରେ ମାଂସପେଶୀ ନଷ୍ଟ ହୋଇଯାଇଥାଏ |

ଟାଟୁ କରିବା ପାଇଁ ଏକ ଅଲଗା ପ୍ରକାର ସ୍ୟାହୀ ବ୍ୟବହାର କରାଯାଇଥାଏ | ଏହି ସ୍ୟାହୀ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ | ଟାଟୁରେ ବ୍ୟବହାର ହେଉଥିବା ନୀଳ ରଙ୍ଗର ସ୍ୟାହୀରେ ଆଲୁମିନିୟମ ଏବଂ କୋବେଲ୍ଟ ରହିଥାଏ | ନୀଳ ରଙ୍ଗ ଛଡା ଅନ୍ୟ ସବୁ ରଙ୍ଗରେ କେଡ଼ିୟମ, କ୍ରୋମିୟମ, ନିକେଲ, ଟାଇଟେନିୟମ ଭଳି ଧାତୁ ମିଶିଥାଏ | ଏହି ଧାତୁ ତ୍ୱଚା ପାଇଁ ଅତ୍ୟନ୍ତ କ୍ଷତିକାରକ  |

   Related Posts