Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ନଜର ପକାନ୍ତୁ ଆସିକା ନିର୍ବାଚନମଣ୍ଡଳୀରୁ କେଉଁ ଦଳରୁ କିଏ ଆଶାୟୀ

13/03/2019 at 3:31 PM

ବ୍ରହ୍ମପୁର ୧୩|୩ (ସୁରଜିତ୍ କୁମାର ପଣ୍ଡା) : ନିର୍ବାଚନକୁ ନଜରରେ ରଖି ଆସିକା ରାଜନୀତି ଜୋର୍ ଧରିଲାଣି । କେଉଁ ଦଳରେ କାହାକୁ ମିଳିବ ଟିକେଟ୍‌ ସେନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଆଶାୟୀ କିନ୍ତୁ ନିଜ ନିଜ ପ୍ରଚାରରେ ମାତିଛନ୍ତି । ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିବା ସହ ନିଜର ଦାବିଦାରି ମଜବୁତ୍‌ କରିବାକୁ ଚାଲିଛି ଚେଷ୍ଟା ।

ଗଞ୍ଜାମ ରାଜନୀତିରେ ଆସିକା ନିର୍ବାଚନ ମଣ୍ଡଳିର ବେଶ୍‌ ଗୁରୁତ୍ବ ରହିଛି । କାହିଁକି ନା’ ଇତିହାସ କହୁଛି ଏହି ନିର୍ବାଚନ ମଣ୍ଡଳୀରୁ ଏକାଧିକ ବଡ଼ ନେତା ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି । ସ୍ବର୍ଗତ ବିଜୁ ପଟ୍ଟନାୟକ ହୁଅନ୍ତୁ କିମ୍ବା ତାଙ୍କ ପୁଅ ନବୀନ ପଟ୍ଟନାୟକ, ସମସ୍ତେ ଆସିକା ନିର୍ବାଚନ ମଣ୍ଡଳୀରୁ ହିଁ ପ୍ରତିନିଧିତ୍ବ କରିଛନ୍ତି । ଲମ୍ବା ସମୟ ଧରି ଏହି ନିର୍ବାଚନ ମଣ୍ଡଳୀରେ ନିଜର ଦବଦବା ଜାହିର କରିଆସିଛି ବିଜେଡି ।

ହେଲେ ଏଥର ଦଳ ଆସିକା ଆସନରୁ ଲୋକସଭା ଓ ବିଧାନସଭା ପାଇଁ କାହାକୁ ପ୍ରାର୍ଥୀ କରିବ ସେ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନି । ଆଶା ଆଉ ଆଶଙ୍କା ଭିତରେ ଅଛନ୍ତି ଏକାଧିକ ଆଶାୟୀ । ପୁଣି ଥରେ ଦଳ ସୁଯୋଗ ଦେବା ଆଶାରେ ଅଛନ୍ତି ବର୍ତମାନର ବିଧାୟକ ଦେବରାଜ ମହାନ୍ତି । ହେଲେ ନିର୍ବାଚନ ମଣ୍ଡଳିରେ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦନ କରି ଦାବେଦାରି ପେଶ୍‌ କରିବା ମୁଡ୍‌ରେ ଅଛନ୍ତି ଆସିକା ବ୍ଲକ୍ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ । ସେହିଭଳି ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ, ସମିତିସଭ୍ୟା ଅନିମା ପରିଡ଼ା ମଧ୍ୟ ଟିକେଟ୍‌ ଦୈାଡ଼ରେ ଅଛନ୍ତି ।

ସେପଟେ ବରିଷ୍ଠ ନେତା ମନୋରଞ୍ଜନ ପଣ୍ଡା ଆସିକା ସଂସଦୀୟ କ୍ଷେତ୍ରରୁ ଦଳୀୟ ସାଂସଦ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି । ସେପଟେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ମନୋଜ ଜେନା ଏବଂ ବିଜେପିରୁ ସୂର୍ଯ୍ୟ ଦାସ ନିଜକୁ ପ୍ରୋଜେକ୍ଟ କରୁଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାରୁ ଏବେ ସବୁ ଦଳରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ ଜୋର୍‌ଦାର୍‌ କସରତ ଚାଲିଛି । ଏମିତିରେ ଯେତେ ଶୀଘ୍ର ପ୍ରାର୍ଥୀ ଫାଇନାଲ ହେବେ ଦଳୀୟ ପ୍ରାର୍ଥୀ ତଥା ଦଳକୁ ସେତିକି ଫାଇଦା ହେବ ବୋଲି ଆକଳନ କରାଯାଉଛି ।

   Related Posts