ଭଗବାନ ଶ୍ରୀରାମ ଏବଂ ମା' ସୀତାଙ୍କ ମଧ୍ୟରେ କେତେ ବର୍ଷ ବୟସର ଅନ୍ତର ଥିଲା ଜାଣିଛନ୍ତି କି ?

Published By : Prameya-News7 Bureau | January 28, 2019 IST

ଭୁବନେଶ୍ୱର ୨୮/୧ : ହିନ୍ଦୁ ଧର୍ମରେ ରାମାୟଣକୁ ସବୁଠାରୁ ପବିତ୍ର ଗ୍ରନ୍ଥ ବୋଲି ବିଚାର କରାଯାଏ | ଭାରତ ବର୍ଷରେ କ୍ଵଚିତ ଏମିତି କିଏ ଥିବା ଯିଏ ଭଗବାନ ଶ୍ରୀ ରାମଚନ୍ଦ୍ର ଆଉ ମା' ସୀତାଙ୍କ ବିଷୟରେ ଜାଣିନଥିବ | କିନ୍ତୁ ରାମାୟଣ ସହ ଜଡିତ ଅନେକ ଏମିତି ତଥ୍ୟ ରହିଛି ଯାହା ଆମେ ଜାଣିନଥାଉ |


ସେ ଭିତରୁ ଗୋଟିଏ ହେଲା ଭଗବାନ ଶ୍ରୀ ରାମଚନ୍ଦ୍ର ଏବଂ ମା' ସୀତାଙ୍କ ମଧ୍ୟରେ କେତେ ବର୍ଷ ବୟସର ତାରତମ୍ୟ ଥିଲା |
ହିନ୍ଦୁ ଧର୍ମ ଅନୁସାରେ ଶ୍ରୀ ରାମ ଅତ୍ୟନ୍ତ ବନ୍ଦନୀୟ ଏବଂ ପୂଜନୀୟ | ତାଙ୍କୁ ମର୍ଯ୍ୟାଦା ପୁରୁଷ, ପୁରୁଷୋତ୍ତମ ମଧ୍ୟ କୁହାଯାଇଥାଏ | ଭଗବାନ ଶ୍ରୀ ରାମଚନ୍ଦ୍ର ଭଗବାନ ବିଷ୍ଣୁଙ୍କ ଏକ ଅବତାର ବୋଲି ବିଶ୍ୱାସ କରାଯାଏ | ରାକ୍ଷସ ରାଜା ରାବଣକୁ ବିନାଶ କରିବା ପାଇଁ ଭଗବାନ ବିଷ୍ଣୁ ପୃଥିବୀରେ ଶ୍ରୀ ରାମଚନ୍ଦ୍ରଙ୍କ ଅବତାର ନେଇ ଜନ୍ମ ନେଇଥିଲେ | ମା' ସୀତାଙ୍କୁ ଆଦ୍ୟାଶକ୍ତି, ସର୍ବ ମଙ୍ଗଳଦାୟିନୀ ଏବଂ ବରଦାୟିନୀ ବୋଲି କୁହାଯାଏ | ଶାସ୍ତ୍ର ଅନୁସାରେ ମା' ସୀତାଙ୍କ ନାଁରେ ହିଁ ତାଙ୍କ ଉତ୍ପତ୍ତିର ରହସ୍ୟ ରହିଛି |

{"id":78931}


ମିଥିଳାର ରାଜା ମହାରାଜା ଜନକଙ୍କର କୌଣସି ସନ୍ତାନ ନଥିଲେ | ସନ୍ତାନ ପ୍ରାପ୍ତି ପାଇଁ ସେ ଯଜ୍ଞ କରିବେ ବୋଲି ନିଷ୍ପତ୍ତି ନେଲେ | ଯେତେବେଳେ ମହାରାଜା ଜନକ ଯଜ୍ଞ ଭୂମି ପ୍ରସ୍ତୁତ କରୁଥିଲେ, ସେତେବେଳେ ଭୂମିରୁ ବାହାରି ଜଣେ ବାଳିକା ତାଙ୍କ ସମ୍ମୁଖରେ ପ୍ରକଟ ହୋଇଥିଲେ | ସେହି ବାଳିକାଙ୍କ ନାଁ ରଖାଗଲା ସୀତା | ସେ ହେଲେ ଜନକ ରାଜାଙ୍କ ସୁପୁତ୍ରୀ |


ରାମାୟଣରେ ଏକ ଦୋହା ରହିଛି, "୧୮ ବର୍ଷର ସୀତା, ୨୭ ବର୍ଷର ଶ୍ରୀରାମ | କିହ୍ନୋ ମନ ଅଭିଳାଷ ତବ, କରନୋ ହେ ଶୁଭ କାମ |" ଏହାର ଅର୍ଥ ହେଲା ମା ସୀତାଙ୍କୁ ୧୮ ବର୍ଷ ବୟସ ହୋଇଥିବାବେଳେ ଶ୍ରୀରାମଚନ୍ଦ୍ରଙ୍କୁ ହୋଇଥିଲା ୨୭ ବର୍ଷ ବୟସ | ଅର୍ଥାତ ଶ୍ରୀରାମ ମା' ସୀତାଙ୍କ ଠାରୁ ବୟସରେ ୯ବର୍ଷ ବଡ | କିନ୍ତୁ ବାଲ୍ମୀକିଙ୍କ ଦ୍ୱାରା ରଚିତ ରାମାୟଣରେ ଶ୍ରୀରାମଚନ୍ଦ୍ର ମା' ସୀତାଙ୍କ ଠାରୁ ବୟସରେ ୭ ବର୍ଷ ଏବଂ ୧ ମାସ ବଡ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.