ସୂର୍ଯ୍ୟ ଓ ମଙ୍ଗଳଙ୍କ ସଂଯୋଗ ଯୋଗୁ ଏହି ସବୁ ରାଶି ଉପରେ ପଡିବ ଖରାପ ପ୍ରଭାବ, ଜାଣନ୍ତୁ ଆପଣଙ୍କ ହାଲଚାଲ

Published By : Prameya-News7 Bureau | July 21, 2019 IST

ସୂର୍ଯ୍ୟ ଓ ମଙ୍ଗଳଙ୍କ ଯୋଗୁ ହେଉଥିବା ଅଙ୍ଗାରକ ଯୋଗ ଏବେ ମକର ରାଶିରେ ସୃଷ୍ଟି ହୋଇଛି। ଏହିରାଶିରେ ପୂର୍ବରୁ ବୁଧ ଓ ମଙ୍ଗଳ ଅବସ୍ଥାନ କରୁଥିବା ବେଳେ ଗତ ୧୭ ତାରିଖ ଦିନ ସୂର୍ଯ୍ୟ ପ୍ରବେଶ କରିଛନ୍ତି। ଫଳରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହୋଇଥିବା ବେଳେ ଏହି ଯୋଗ ସବୁ ରାଶିକୁ ଅଳ୍ପ ବହୁତେ ପ୍ରଭାବିତ କରିବ। ଏଭଳି ଗ୍ରହସ୍ଥିତି ଯୋଗୁ ବଡ ରୋଚକ ଓ ଅପ୍ରତ୍ୟାଶିତ ଘଟଣା ସବୁ ଘଟିଥାଏ। ତ୍ରିଗ୍ରହୀ ଯୋଗକୁ ଫଳିତ ଜ୍ୟୋତିଷରେ କାର୍ଯ୍ୟ ଓ ବ୍ୟାପାର ନିମନ୍ତେ ଅତ୍ୟନ୍ତ ସଫଳତାଦାୟକ କୁହାଯାଉଥିବା ବେଳେ ମାତ୍ର କିଛି ରାଶିଙ୍କୁ ଛାଡି ଦେଲେ ବାକି ରାଶିଙ୍କଲାଗି ବରଦାନ ଭଳି ହେବ। ଏଥିରେ ଜାଣନ୍ତୁ ଆପଣଙ୍କ ରାଶି ପାଇଁ କିଭଳି ରହିବ ଏହି ଯୋଗ।

{"id":135991}

ସୂର୍ଯ୍ୟଙ୍କ ଯୋଗୁ ସୃଷ୍ଟି ହୋଇଥିବା ଏହି ଯୋଗ କାରଣରୁ ସେୟାର ବଜାରରେ ଟ୍ରେଡିଂ, ରିୟଲ ଇଷ୍ଟେଟ୍, ବ୍ୟାଙ୍କିଙ୍ଗ ସେକ୍ଟର, ପାୱାର, ମେଟାଲ, ବୀମା, ଆଇଟି,ଜ୍ୱଳନଶୀଳ ପଦାର୍ଥ ଓ ଇନଫ୍ରା କ୍ଷେତ୍ର ପାଇଁ ବରଦାନ ହେବ। ତେବେ ମେଷ, ଧନୁ ଓ ସିଂହରାଶିରେ ଜାତ ଲୋକଙ୍କ ପାଇଁ ସମୟକୁ ଜଗିରଖି ଚଳିବାକୁ ହେବ। ଅଗ୍ନି ତତ୍ୱ ରାଶି ସିଂହ ଓ ଧନୁ ନିମନ୍ତେ ସମୟ ଭ୍ରମ ସୃଷ୍ଟି କରିବା ଭଳି ହେବ। ତେବେ ସ୍ୱାସ୍ଥ୍ୟ ଓ ସ୍ୱଭାବ ଉପରେ ସେଭଳି ଅଶୁଭ ପ୍ରଭାବ ପଡୁନଥିବାରୁ ସେତେଟା ବିଚଳିତ ହେବାର କାରଣ ନାହିଁ।

{"id":135989}

ତେବେ ବୃଷ, କନ୍ୟା ଓ ମକର ରାଶିଙ୍କ ପାଇଁ ସମୟ ଚିନ୍ତାକାରକ ହୋଇପାରେ। ଟଙ୍କା ପଇସା ଉଧାର କରଜ ଦେବା ଓ ନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ମାନସିକ ଚିନ୍ତା  ସାଙ୍ଗକୁ ଷଡଯନ୍ତ୍ର,ଦଉଡାଧାପଡା  ଓ ଆର୍ଥିକ କ୍ଷତିର ସମୟ ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ।  ଜଳତତ୍ୱ ରାଶି, କର୍କଟ, ବୃଶ୍ଚିକ ଓ ମୀନ ରାଶିଙ୍କ ପାଇଁ ସୂର୍ଯ୍ୟ ଓ ମଙ୍ଗଳଙ୍କ ଏହି ଯୋଗ ଭାଗ୍ୟକାରକ ହୋଇଥିଲେ ହେଁ ପରିବାରରେ ଦ୍ୱନ୍ଦ୍ୱ ଓ ଅଶାନ୍ତିର କାରଣ ହୋଇପାରେ। ମିଥୁନ, ତୁଳା ଓ କୁମ୍ଭ ରାଶି ଉପରେ ଏହି ଯୋଗର ମିଶ୍ର ପ୍ରଭାବ ରହିବ। ସବୁ ପ୍ରକାର ଲାଭ ସତ୍ତ୍ୱେ ଏହି ୩ ରାଶି ପାରିବାରିକ ମତଭେଦ, କଳହ ଆଦି ସମସ୍ୟା ଦେଇ ଗତି କରିବେ। ତେବେ କୋର୍ଟ କଚେରୀ ମାମଲାରେ ଯୋଗ ସଫଳତା ଦାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.