ମହିଳାଙ୍କ ୟୁଟ୍ରସ ରିମୁଭାଲ ପରେ କ’ଣ ହୁଏ, ଜାଣନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା

Published By : Prameya-News7 Bureau | July 15, 2019 IST

ମହିଳାଙ୍କ ୟୁଟ୍ରସ ରିମୁଭାଲକୁ ଡାକ୍ତରୀ ଭାଷାରେ ହିଷ୍ଟରେକ୍ଟମି କୁହାଯାଏ। ଯାହା ଏକ ବଡ ଧରଣର ଅସ୍ତ୍ରୋପଚାର। ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଏଥିପାଇଁ ଚିକିତ୍ସା କରୁଥିବା ଡାକ୍ତର ନିଷ୍ପତ୍ତି ନେଇଥାନ୍ତି। ତେବେ ନିକଟରେ ମହାରାଷ୍ଟ୍ରର ବିଡ ଜିଲ୍ଲାରେ ହୋଇଥିବା ହିଷ୍ଟରେକ୍ଟମି ମାମଲା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଭାରତରେ ବାର୍ଷିକ ଏଇଭଳି ଅସ୍ତ୍ରୋପଚାରର ହାର ପାଖାପାଖି ୩ ପ୍ରତିଶତ। ହେଲେ ମହାରାଷ୍ଟ୍ର ବିଡରେ ୩୬ ପ୍ରତିଶତ ମହିଳାଙ୍କ ଗର୍ଭାଶୟ ଅପରେସନ କରି କାଢି ଦିଆଯାଇଛି। ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":134033}

ଯଦି ମହିଳାଙ୍କ ପିରିୟଡ ବେଳେ ଅଧିକ ରକ୍ତସ୍ରାବ ହୁଏ ଅଥବା ଯନ୍ତ୍ରଣା ହେଉଥାଏ ତେବେ ଡାକ୍ତର ଏହାର ଯାଞ୍ଚ ପାଇଁ ପରାମର୍ଶ ଦେଇଥାନ୍ତି। ଯଦି ଏଥି ଯୋଗୁ ୟୁଟ୍ରସ କ୍ୟାନସର ଭଳି ପରିସ୍ଥିତି ଉପୁଜିଥାଏ ତେବେ ଡାକ୍ତର ଅପରେଶନ ପାଇଁ ପରାମର୍ଶ ଦେଇ ପାରନ୍ତି। ତେବେ ଅପରେଶନ ପୂର୍ବରୁ ଔଷଧ ଦ୍ୱାରା ସମସ୍ୟାର ସମାଧାନ ନିମନ୍ତେ ଯେତେଦୂର ସମ୍ଭବ ଉଦ୍ୟମ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ନିକଟରେ ମାର୍ଗଦର୍ଶନ ଜାରି କରିଛନ୍ତି।

{"id":134034,"width":580,"height":361}

ଯେଉଁ କ୍ଷେତ୍ରରେ ଅପରେସନ କରିବାକୁ ପଡୁଛି ସେଠାରେ ଅସ୍ତ୍ରୋପଚାର ଜନିତ ପାର୍ଶ୍ୱପ୍ରତିକ୍ରିୟା ତ ରହିବ । ତେବେ ଏହି ସ୍ୱଳ୍ପକାଳିକ ପାର୍ଶ୍ୱପ୍ରତିକ୍ରିୟା ଯେତେ ଚିନ୍ତା ଜନକ ନୁହେଁ ଏହାର ପରବର୍ତ୍ତି ପ୍ରତିକ୍ରିୟା ଏବେ ଡାକ୍ତରଙ୍କର ଚିନ୍ତାର କାରଣ ପାଲଟିଛି। ତେବେ ଆମେରିକାରେ ହୋଇଥିବା ଏକ ଅନୁଧ୍ୟାନରୁ ହିଷ୍ଟରେକ୍ଟମି ପରେ ପ୍ରାୟ ୧୨ ପ୍ରତିଶତ  ମହିଳାଙ୍କ କ୍ଷେତ୍ରରେ ପେଲବିକ୍ ଅର୍ଗାନ ସର୍ଜରୀର ଆବଶ୍ୟକତା ପଡୁଥିବା କୁହାଯାଇଛି। ହେଲେ ଭାରତରେ ଏଭଳି ସମସ୍ୟା ନେଇ ଅଭିଯୋଗ ମିଳି ନାହିଁ। ହେଲେ ହିଷ୍ଟରେକ୍ଟମିପରେ ଭାରତରେ ଉପୁଜୁଥିବା ସମସ୍ୟା ମଧ୍ୟରେ ସବୁଠୁ ବଡ ସମସ୍ୟାଟି ହେଉଛି ଏଷ୍ଟ୍ରୋଜନ ହର୍ମୋନ ସ୍ତର। କେବେ କେବେ ମହିଳାଙ୍କ ଏହି ହର୍ମୋନର ହ୍ରାସ ବୃଦ୍ଧି ଯୋଗୁ ସେମାନଙ୍କର ମାନସିକତାରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି। କେତେକ କ୍ଷେତ୍ରରେ ହର୍ମୋନ ରିପ୍ଲେସମେଣ୍ଚ କରିବାକୁ ପଡୁଥିବା ବେଳେ ଏହି ସ୍ତର ହ୍ରାସ ଯୋଗୁ ହୃଦ ରୋଗର ସମ୍ଭାବନା ବୃଦ୍ଧି ପାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.