Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରାଜ୍ୟର କେଉଁଠାରେ କେବେ ହେବ ଭୋଟ ଜାଣନ୍ତୁ

25/03/2019 at 4:17 PM

ଭୁବନେଶ୍ୱର ୨୫/୩ : ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାସହିତ ଓଡ଼ିଶାରେ ନିର୍ବାଚନମଣ୍ଡଳୀ ଅନୁସାରେ ଭୋଟ ତାରିଖ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ।
ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ୍ ହେବ। ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ ତାରିଖରେ ୬ଟି ଲୋକସଭା ଆସନ ପୁରୀ, ଭୁବନେଶ୍ବର, କଟକ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝରରେ ଭୋଟଗ୍ରହଣ ହେବ। ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର , ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁରରେ ଭୋଟଗ୍ରହଣ ହେବ

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ଆସନଗୁଡିକ ହେଲା କୋରାପୁଟ, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର ଓ ପଟାଂଗୀ | ସେହିଭଳି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନ ଓ ପାରଳାଖେମୁଣ୍ଡି ବିଧାନସଭା ଆସନରେ ୧୧ ତାରିଖରେ ଭୋଟ ଗ୍ରହଣ ହେବ | ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ, ଝରୀଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ନୂଆପଡା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ୧୧ ତାରିଖରେ ଭୋଟ ଗ୍ରହଣ ହେବ | ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା |

ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ୍ ହେବ। ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ଏପ୍ରିଲ ୧୮ ତାରିଖ ଦିନ ଭୂତ ଗ୍ରହଣ ହେବ | ସେହିଭଳି କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମଲ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ଆସନରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ବଲାଙ୍ଗୀର ଲୋକସଭା ଆସନର ବିରାମହରାଜପୁର, ସୋନପୁର, ଲୋଇସିଂହ, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ଆସନରେ ୧୮ ତାରିଖରେ ଭୋଟ ଗ୍ରହଣ ହେବ | ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡା ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ତଲସରା, ସୁନ୍ଦରଗଡ, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଓ ବଣେଇରେ ୧୮ ତାରିଖରେ ଭୋଟରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ |

ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ ତାରିଖରେ ୬ଟି ଲୋକସଭା ଆସନ ପୁରୀ, ଭୁବନେଶ୍ବର, କଟକ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝରରେ ଭୋଟଗ୍ରହଣ ହେବ। ପୁରୀ ଲୋକସଭା ଆସନର ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ୨୩ ତାରିଖରେ ଭୋଟ ଗ୍ରହଣ ହେବ | ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ମଧ୍ୟ ଏପ୍ରିଲ ୨୩ ତାରିଖରେ ମତଦାନ ହେବ | କଟକ ଲୋକସଭା ଆସନ ଅନ୍ତର୍ଗତ ବଡମ୍ବା, ବାଙ୍କୀ, ଆଠଗଡ, ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର ଓ ଖାନଡାପଡା ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର ଓ ଅନୁଗୁଳ ବିଧାନସଭା ଆସନ ପାଇଁ ୨୩ ତାରିଖରେ ଭୋଟ ଗ୍ରହଣ ହେବ | ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ଦେବଗଡ଼, ଛେଣ୍ଡିପଡ଼ା ଓ ଆଠମଲ୍ଲିକ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ ଓ କରଞ୍ଜିଆ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ |

ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର , ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁରରେ ଭୋଟଗ୍ରହଣ ହେବ | ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ଯଶିପୁର, ସରସକାଣ, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡା ବିଧାନସଭା ଆସନରେ ଏପ୍ରିଲ ୨୯ ତାରିଖରେ ଭୋଟ ଗ୍ରହଣ ହେବ | ବାଲେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା ଓ ନୀଳଗିରି ବିଧାନସଭା ଆସନରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ | ଭଦ୍ରକ ଲୋକସଭା ଆସନ ଅନ୍ତର୍ଗତ ସୋରୋ, ସିମୁଳିଆ, ଭାନାଡ଼ରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ | କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ | ଜଗତସିଂହପୁର ଲୋକସଭା ଅନ୍ତର୍ଗତ ନିଆଳି, ପାରାଦୀପ, ତିର୍ତୋଲ, ବାଲିକୁଦା-ଏର୍ସମା, ଜଗତସିଂପୁର, କାକଟପୁର ଓ ନିମାପଡା ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ହେବ | ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ବିଂଝାରପୁର, ବରି, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ବିଧାନସଭା ଆସନରେ ମତଦାନ ହେବ |

   Related Posts