ଟିମ୍ ଇଇଣ୍ଡିଆ କ୍ୟାପ୍ଟେନଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣନ୍ତି? ଯଦି ଜାଣି ନାହାନ୍ତି ତେବେ ଖବର ଆପଣଙ୍କ ଲାଗି ଖାସ
30/10/2019 at 11:36 PM

ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ ବିରାଟ କୋହଲୀ ଜଣେ ଭଲ ବ୍ୟାଟସ୍ ମ୍ୟାନ। ତାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଏବେ ସଫଳତାର ଶିର୍ଷରେ ପହଞ୍ଚିଛି। ସେ କେବଳ ଜଣେ ଭଲ ଅଧିନାୟକ ନୁହଁନ୍ତି ଭଲ କ୍ରିକେଟର ମଧ୍ୟ। ଦେଖିବାକୁ ଯେପରି ସୁଦର୍ଶନ ସେମିତି ଷ୍ଟାଇଲିସ୍ ବି । ତେବେ ଟିମ ଇଣ୍ଡିଆର ଅଧିନାୟକ ଯେପରି ଦେଖାଯାଉଛନ୍ତି ଓ ଖେଳୁଛନ୍ତି ତାଙ୍କର ଦୈନିକ ଡାଏଟ୍ ବି ସେମିତି ହୋଇଥିବ ନିଶ୍ଟିତ। ତେବେ ଆସନ୍ତୁ ଜାଣିବା ବିରାଟଙ୍କ ଖାଇବାରେ ଦୈନିକ ଖର୍ଚ୍ଚ ହୁଏ କେତେ ଟଙ୍କା ।

ଷ୍ଟାଡିୟମରେ ନିଜକୁ ଫିଟ ରଖିବା ଲାଗି ବିରାଟ ସବୁଦିନ ଜିମରେ ଘଣ୍ଟାଘଣ୍ଟା ଘର୍ମାକ୍ତ ହୁଅନ୍ତି। ନିଜକୁ ଫିଟ ରଖିବା ଲାଗି ସେପରି ଖାଦ୍ୟ ଓ ପାନୀୟ ମଧ୍ୟ ଗ୍ରହଣ କରନ୍ତି। ତେବେ ତାଙ୍କ ଦିନଚର୍ଯ୍ୟା କିପରି ଏବେ ଜାଣନ୍ତୁ। ବିରାଟ ସକାଳ ଜଳଖିଆରେ ଆମଲେଟ୍ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ସାଙ୍ଗକୁ ପାଳଙ୍ଗ, ପନିର ବି ଖାଆନ୍ତି ଓ ଫ୍ରୁଟ ଜୁସ୍ ବି ପିଅନ୍ତି। କେବଳ ସକାଳର ଜଳଖିଆରେ ତାଙ୍କର ଖର୍ଚ୍ଚ ହୁଏ ୧୦ ହଜାର ଟଙ୍କା।

ଯଦି କ୍ୟାପ୍ଟେନଙ୍କ ସକାଳର ଜଳଖିଆ ୧୦ ହଜାର ଟଙ୍କାରେ ପହଞ୍ଚୁଛି ତେବେ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ କେତେ ହୋଇଥିବ ତାହା କେବଳ ଅନୁମାନ କରାଯାଇପାରେ। ମଧ୍ୟାହ୍ନରେ ବିରାଟ ନନଭେଜ୍ ପସନ୍ଦ କରନ୍ତି। ଏଣୁ ଗ୍ରିନ ଚିକେନ ସାଙ୍ଗକୁ ପାଳଙ୍ଗ ଓ ମାଛ ବି ଖାଆନ୍ତି। ଏଥିଲାଗି ତାଙ୍କ ଲଞ୍ଚ ମୂଲ୍ୟ ପ୍ରାୟ ୧୫ ହଜାର ଟଙ୍କା ହୋଇଯାଏ। ସେହିପରି ରାତିରେ ସେ ରୁଟି, ପାଳଙ୍ଗ ସାଙ୍ଗକୁ ମାଛ ବି ଖାଇବାକୁ ପସନ୍ଦ କରନ୍ତି। ରାତିର ଖାଇବା ଖର୍ଚ୍ଚ ତାଙ୍କର ପାଖାପାଖି ୧୦ ହଜାରଟଙ୍କାରେ ପହଞ୍ଚିଯାଏ। ଏମିତିରେ ଦେଖିଲେ କେବଳର ବିରାଟ ଗୋଟିଏ ଦିନର ଖାଇବା ଲାଗି ପ୍ରାୟ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି।