Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଜାଣନ୍ତୁ ସୁଷମା ଓ ସ୍ୱରାଜଙ୍କ ପ୍ରେମ କାହାଣୀ, ସ୍ୱରାଜ କୌଶଲଙ୍କ ସହ କିପରି ହୋଇଥିଲା ବିବାହ, କାହିଁକି କୌଶଲ ବଦଳେ ସ୍ୱରାଜ ରଖିଥିଲେ ତାଙ୍କ ସରନେମ

7/08/2019 at 4:29 PM

ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ  ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରଜାଙ୍କର ମଙ୍ଗଳବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ହୋଇଛି। ବିଜେପିର ମହିଳା ପ୍ରମୁଖ କହିଲେ ଗତ ୩୦ ବର୍ଷ ହେଲା ସୁଷମାଙ୍କ ଚେହାରା ଝଲକୁ ଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ସେ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିନଥିବା ବେଳେ ଦିଲ୍ଲୀ ଏମ୍ସରେ ତାଙ୍କର ପରଲୋକ ହୋଇଛି। ତେବେ ଆସନ୍ତୁ ନଜର ପକାଇବା ବିଜେପିର ଆଇରନ ଲେଡି ଭାବେ ଜଣାସୁଣା ସୁଷମାଙ୍କ ବ୍ୟକ୍ତିଗତ ଜୀବନର କିଛି ରୋଚକ ଘଟଣା ଉପରେ।

ପାକିସ୍ତାନ ଲାହୋରସହ ରହିଛି ସୁଷମାଙ୍କ ସମ୍ପର୍କ। ତାଙ୍କ ଅଭିଭାବକ ଥିଲେ ଲାହୋରର ମୂଳବାସିନ୍ଦା। ହେଲେ ଭାରତ ବିଭାଜନ ସହ ସୁଷମାଙ୍କ ପରିବାର ହରିୟାଣାକୁ ଉଠି ଆସିବା ସହ ବସବାସ କରିବାକୁ ଲାଗିଥିଲେ। ଲିଙ୍ଗାନୁପାତ ନିମନ୍ତେ ବଦନାମ ହରିୟାଣାରେ ସୁଷମାଙ୍କ ଜନ୍ମ ୧୯୫୨ ମସିହା ଭାଲେଣ୍ଟାଇନ ଡେ‘ରେ ଅର୍ଥାତ ଫେବୃଆରୀ ୧୪ ତାରିଖରେ ହୋଇଥିଲା। ତାଙ୍କ ପିତା ହରଦେବ ଶର୍ମା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ।  ଅମ୍ବାଲା କେଣ୍ଟସ୍ଥିତ ସନାତନ ଧର୍ମ କଲେଜରୁ ସେ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସୁଷମା ସ୍ନାତକ ଉତୀର୍ଣ୍ଣ ହୋଇଥିଲେ। ପରେ ଆଇନ ପଢିବା ଲାଗି ଚଣ୍ଡିଗଡସ୍ଥିତ ପଞ୍ଜାବ ୟୁନିଭର୍ସିଟିରେ ଯୋଗଦେଇଥିଲେ।

ପ୍ରକାଣ୍ଡ ମେଧାର ଅଧିକାରୀ ଥିଲେ ସୁଷମା। କଲେଜ ଦିନମାନଙ୍କରେ ସେ ଲାଙ୍ଗୱେଜ୍ ଡିପାର୍ଟମେଣ୍ଟର ପ୍ରତିଯୋଗୀତାରେ ଲଗାତାର ୩ ବର୍ଷ ପୁରସ୍କୃତ ହୋଇଥିଲେ। ତାଙ୍କର ଅନନ୍ୟ ଭାଷଣ କଳା ଯୋଗୁ  ସର୍ବଶ୍ରେଷ୍ଠ ହିନ୍ଦୀ ବକ୍ତା ଭାବେ ସୂଷମା ପୁରସ୍କୃତ ହୋଇଥିଲେ। ତେବେ ଆଇନ ଅଧ୍ୟାୟନ କରିବା ବେଳେ ସ୍ୱରାଜ କୌଶଲଙ୍କ ସମ୍ପର୍କରେ ଆସିଥିଲେ ଶୁଷମା। ସ୍ୱରାଜ କୌଶଲ ଥିଲେ ସମାଜବାଦୀ ବିଚାରଧାରର ତେବେ ଆରଏସଏସ ସହ ପାରିବାରିକ ସମ୍ପର୍କ କାରଣରୁ ସୁଷମାଙ୍କ ଜନ୍ମ ଓ ଲାଳନପାଳନ କଠୋର ହିନ୍ଦୁ ନୀତିନିୟମରେ ହୋଇଥିଲା। ଏଣୁ ସ୍ୱଭାବରେ ସୁଷମା ମଧ୍ୟ କଠୋର ହିନ୍ଦୁବାଦୀ ଥିଲେ।  ଏହା ସତ୍ତ୍ୱେ ଉଭୟ ପରସ୍ପରକୁ ଭଲ ପାଇବସିଥିଲେ।

ସୁଷମା ଓ ସ୍ୱରାଜଙ୍କ ସମ୍ପର୍କ ସମୟର ଏପରି ଏକ ସନ୍ଧିକ୍ଷଣରେ ହୋଇଥିଲା ଯେତେବେଳେ ଭାରତରେ ପ୍ରେମପ୍ରଣୟ ଅପରାଧ ବିବେଚିତ ହେଉଥିଲା। ଏଥିରେ ହରିୟାଣାରେ ବସବାସ ଯୋଗୁ ସୁଷମଙ୍କ ଲାଗି ନୀତି ନିୟମ ଆହୁରି ବି କଠୋର ଥିଲା। ଏଣୁ ସ୍ୱରାଜ କୌଶଲଙ୍କ ସହ ପ୍ରେମ ସମ୍ପର୍କକୁ ସୁଷମାଙ୍କ ପରିବାରର ସ୍ୱୀକୃତି ନ ମିଳିବା ସ୍ୱଭାବିକ। ତେବେ ଅଧ୍ୟାପନା ସରିବା ପରେ ପେଷାଦାର ଆଇନଜୀବି ଭାବେ ଉଭୟ ସୁପ୍ରିମକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠ ସ୍ୱରାଜ କୌଶଲ ଖୁବ ସ୍ୱଳ୍ପ ବୟସରେ ଆଡଭୋକେଟ ଜେନେରାଲ ହୋଇପାରିଥିଲେ। ସେତେବେଳେ ଦେଶର ସର୍ବ କନିଷ୍ଠ ଏଜି ଭାବେ ପରିଗଣିତ ହେଉଥିଲେ କୌଶଲ। ସୁଷମା ମଧ୍ୟ ସୁପ୍ରିମକୋର୍ଟରେ ଅଧିବକ୍ତା ଥିଲେ।

୧୯୭୫ ମସିହାରେ ସୁଷମା ସମାଜବାଦୀ ନେତା ଜର୍ଜ ଫର୍ଣ୍ଣାଣ୍ଡିଜ୍ ଙ୍କ ଲିଗାଲ ଡିଫେନ୍ସ ଟିମର ସଦସ୍ୟା ଥିବା ବେଳେ ଏଥିରେ କୌଶଲ ମଧ୍ୟ ଥିଲେ। ଏଣୁ ଦୁଇଜଣଙ୍କ ସମ୍ପର୍କ ଆହୁରି ନିବିଡ ହେବା ସହ ବିବାହ ଲାଗି ନିଷ୍ପତ୍ତି ନେଇଥିଲେ।  ହେଲେବି ଏତେ ସହଜ ହୋଇନଥିଲା ସେମାନଙ୍କ ବିବାହ।  ଉଭୟ ସେମାନଙ୍କ ପରିବାରକୁ ରାଜି କରାଇବା ବେଳକୁ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ହୋଇସାରିଥିଲା। ତେବେ ପାରିବାରିକ ସ୍ୱୀକୃତି ମିଳିସାରିଥିବାରୁ ଆଉ କିଛି ଚିନ୍ତାନକରି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସ୍ୱରାଜଙ୍କୁ ଏତେ ଭଲପାଉଥିଲେ ଯେ ସୁଷମା ବିବାହ ପରେ ତାଙ୍କ ନାମକୁ ନିଜର ଶରନେମ୍ ଶର୍ମା ସ୍ଥାନରେ ବ୍ୟବାହର କରିଥିଲେ। ଫଳରେ  ସୁଷମା ଶର୍ମା ନାମରେ ଜଣାଶୁଣା ଥିବା ଓକିଲ ହୋଇଯାଇଥିଲେ ସ୍ୱରାଜ।

   Related Posts