Wednesday, March 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ ପରେ ଝିଅମାନଙ୍କ ପାଇଁ କିଛି ସିକ୍ରେଟ କଥା, ଜାଣିରଖନ୍ତୁ ନ ହେଲେ ଆପଣ ଭୋଗିପାରନ୍ତି ଅସୁବିଧା

ଝିଅମାନଙ୍କ ପାଇଁ ବିବାହ ହେଉଛି ଜୀବନର ୨ୟ ଇନିଂସି । ବିବାହ ପାଇଁ ପୁଅ ହେଉ କି ଝିଅ , ସମସ୍ତଙ୍କ ଭିତରେ ଉତ୍କଣ୍ଠା ଥାଏ । ବିବାହ ଉତ୍ସବକୁ ବନ୍ଧୁବାନ୍ଧବଙ୍କଠାରୁ ସାଙ୍ଗସାଥୀ ଯାଏଁ ସମସ୍ତେ  ଧୁମ ଧାମରେ ପାଳିଥାନ୍ତି । ହେଲେ କିଛିଦିନ ଯାଏଁ ଝିଅଟିଏ ବିବାହକୁ ନେଇ ସହଜ ହୋଇପାରେନାହିଁ । ବାପଘର ଛାଡ଼ି ଶାଶୂଘରକୁ ଯିବାପରେ ଝିଅଟି ଏତେ ଶ୍ରୀଘ୍ର ନିଜକୁ ଆଡ଼ଜଷ୍ଟ କରିପାରେ ନାହିଁ । ସେଥିପାଇଁ କିଛି ଭୁଲହେବା ସ୍ଵାଭାବିକ । କଣ ରହିଛି ସିକ୍ରେଟ ଜାଣିବା …

ଝିଅଟିଏ ଅନେକ ଅଜଣା ଲୋକଙ୍କୁ ସାମନା କରିବାକୁ ପଡ଼ିଥାଏ । ସେମାନେ କେହିକେହି ପରିବାର, ପ୍ରିୟଜନ କିମ୍ବା ସଂପର୍କୀୟ ହୋପାରନ୍ତି, ସେଥିପାଇଁ ସମସ୍ତଙ୍କୁ ସମ୍ମାନ ଦେଖାଇବା ଦରକାର । କେବଳ ନିଜର ନୁହେଁ ବିବାହ ପାଇଁ ଘରକୁ ବୁଲିବାକୁ ଆସୁଥିବା ପଡ଼ୋଶୀ କିମ୍ବା ବାହାର ଲୋକଙ୍କୁ ବି ସମ୍ମାନ ଜଣାଇବା ଦରକାର ।

ନିଜକୁ ଶାଶୂଘର ଚଳଣୀ ଅନୁସାରେ ଚଳିବାକୁ ଚେଷ୍ଟାକରନ୍ତୁ । ଯଦି ଜିନସ, ଟି-ସାର୍ଟ,କୂର୍ତ୍ତୀ ପିନ୍ଧିବାକୁ ଇଚ୍ଚା କରୁଛନ୍ତି, ତାହେଲେ ସ୍ଵାମୀ କିମ୍ବା ଶାଶୂ-ଶଶ୍ଵରଙ୍କ ପରାମର୍ଶ ନିଅନ୍ତୁ । ନ ହେଲେ ଅଯଥା ମନୋମାଳିନ୍ୟ ଦେଖାଯିବାର ଆଂଶଙ୍କା ରହିଛି ।

ବିବାହ ପୂର୍ବରୁ କାହାସହ ପ୍ରେମ ସଂପର୍କ ଥିଲା, ଯଦି ସ୍ଵାମୀ ଜାଣିବାକୁ ଚାହୁଁଛନ୍ତି, କହିବାରେ ଅସୁବିଧା ନାହିଁ  । କିନ୍ତୁ ମନେ ରଖନ୍ତୁ କାହା ସହ ଯଦି ଶାରୀରିକ ସଂପର୍କ ରଖିଛନ୍ତି, ତାହେଲେ ଆଦୌ କୁହନ୍ତୁ ନାହିଁ, ଦାମ୍ପତ୍ୟ ଜୀବନରେ କେବେନା କେବେ ଝଡ଼ ଆସିବ । କାରଣ କୌଣସି ପୁଅ ଜୀବନରେ ଏହିଭଳି ଅପ୍ରିୟ ସତ୍ୟ ଶୁଣିବାକୁ ପସନ୍ଦ କରିବ ନାହିଁ ।

ନିଜ ବାପାଙ୍କ ଖାନଦାନ-ବୁନିୟାଦକୁ ଶାଶୂଘର ଆଗରେ ଦେଖେଇ ହେବା ଅଭ୍ୟାସ ଭଲ ନୁହେଁ । ଏହାଦ୍ଵାରା ଶାଶୂଘର ଲୋକ କିମ୍ବା ସ୍ଵାମୀଙ୍କୁ ବହୁତ ହଟ୍ କରିବ, ପାରିବାରିକ ବିଶୃଙ୍ଖଳା ମଧ୍ୟ ଦେଖାଦେବ ।

ଯଦି ନିଜପାଖରେ ଗୁଡ଼ାଏ ଶାଢ଼ୀ କିମ୍ବା ଗହଣା ଅଛି, ପର୍ବ ପର୍ବାଣୀରେ ନିଜେ ପିନ୍ଧି ଦେଖାଇହେବା ଅନ୍ୟମାନଙ୍କୁ ବି ହଟ୍ ଲାଗିପାରେ । ନିଜେ ପିନ୍ଧନ୍ତୁ ଓ ପରିବାର ଭିତରେ ଥିବା ନଣନ୍ଦ,ଝିଆରୀ କିମ୍ବା ଯାଆଙ୍କୁ ଏହି ଖୁସି ସହ ସାମିଲ କରନ୍ତୁ ।

ସବୁବେଳେ ନିଜର ସ୍ଵାମୀ ସହ ବିଶ୍ଵସ୍ତହେବାକୁ ଚେଷ୍ଟାକରନ୍ତୁ । ଥରେ ଯଦି ସନ୍ଦେହ ଆଖିରେ ଦେଖିବା ଆରମ୍ଭ ହେଲା ତାହେଲେ ପରସ୍ପର ଭିତରେ ବିଶ୍ଵାସ କମିଯିବା ସ୍ଵାଭାବିକ । ବିଶ୍ଵାସ କମିଲେ ବୈବାହିକ ଜୀବନ ମଧ୍ୟ ନିରର୍ଥକ ।  ଆଜିକାଲି ଏହିଭଳି ଅବିଶ୍ଵନୀୟ ଘଟଣାପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା ରହିବା, ବିବାହ ବିଚ୍ଛେଦ ହେବା, କିମ୍ବା ହତ୍ୟାଭଳି ଘଟଣା ଘଟୁଥିବାର ଅନେକ ଉଦାହରଣ ଆମ ଆଖି ସାମନାରେ । କିନ୍ତୁ ଏପରି କିଛି ଆମ ଜୀବନରେ ନହେଉ, ଯାହା ନିଜର ଭୁଲ ପାଇଁ ହେଲା ବୋଲି ପରେ ଭାବିବାକୁ ପଡ଼ିବ ।

ସୋସିଆଲ ମିଡ଼ିଆ ଯଦି ବ୍ୟବହାର କରୁଛନ୍ତି ତାହେଲେ ବନ୍ଧୁମାନଙ୍କ ସହ ନିରାପଦ ଦୂରତା ରଖି ମିଶନ୍ତୁ, ନହେଲେ କେତେକ ଖରାପ ମନୋବୃତ୍ତିର ସାଙ୍ଗ ବି ଆପଣଙ୍କୁ ମିଛ କହି ଫସେଇ ଦେଇପାରନ୍ତି  । ଯାହା ଫଳରେ ସ୍ଵାମୀଙ୍କ ପାଖରେ ଯଦି କୌଣସି ମିଛ ଖବର ପହଂଚେ, ତାହେଲେ ଅଯଥା ସ୍ଵାମୀ-ସ୍ତ୍ରୀଙ୍କ ଭିତରେ କଳିହେବା ସୁନିଶ୍ଚିତ ।

ଯଦି ହ୍ଵାଟସଆପ, ମେସେଂଜର, କିମ୍ଵା ଫେସବୁକ ବ୍ୟବହାର କରୁଛନ୍ତି,  ପରିସରଭିତରେ ଥିବା ଲୋକମାନଙ୍କୁ ହିଁ ବନ୍ଧୁ ତାଲିକାରେ ରଖନ୍ତୁ ।  ଏହା ଦ୍ଵାରା କିଛି ଅସୁବିଧା ହେବନାହିଁ । କିମ୍ବା ସୋସିଆଲ ମିଡ଼ିଆରେ କାହାସହ ସଂପର୍କରେ ଅଛ ଆପଣଙ୍କ ସ୍ଵାମୀ ଯଦି ଜାଣିବାକୁ ଚାହୁଁଛନ୍ତି, କିଛି ଲୁଚାନ୍ତୁ ନାହିଁ । ଏହାଦ୍ଵାରା ସନ୍ଦେହ କରିବା ଆରମ୍ଭ କରିବେ ଓ ଆପଣଙ୍କ ବାବଦରେ ପ୍ରେମକୁ ନେଇ ପୂର୍ବ ସୂଚନା ଆଦାୟ କରିବାକୁ ଚାହିଁବେ । ଏହାଦ୍ଵାରା ନିଜେ ଆହୁରି ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି ।

ବିବାହ ପରେ କିଛି କାରଣ ନଥିବା ଫୋନ କଲ୍କୁ ଆଭଏଡ଼ କରନ୍ତୁ । ଦରକାର ନଥିଲେ କାହାସହ ଘଣ୍ଟା ଘଣ୍ଟା ଗପନ୍ତୁ ନାହିଁ ,ସ୍ଵାମୀ ଯଦି ବାହାରେ ଚାକିରୀ କରୁଥିବେ ସନ୍ଦେହ ତ ନିହାତି କରିବେ । ଏହାଦ୍ଵାରା କିଛି ତ ଲାଭ ମିଳିବନି ବଂର କଳିଗୋଳରେ ନିଜର ଶାନ୍ତଭଂଗ ହେବ ।

ସ୍ଵାମୀ ବାହାରେ ଚାକିରୀ କରୁଥିଲେ, ନିଜର ଅତ୍ୟାବଶ୍ୟକ ଜିନିଷ ସ୍ଵାମୀଥିବା ବେଳେ ସଂଗ୍ରହ କରିନିଅନ୍ତୁ । ନହେଲେ ଏମିତି କିଛି କଥା ଅଛି ଆବଶ୍ୟକ ଥିଲେ ମଧ୍ୟ କାହାକୁ ଆଣିବାକୁ କହିପାରିବେନି ।

ଅନ୍ୟମାନଙ୍କର ମନ କିଣିପାରିବା ପାଇଁ ପରିବାର ଲୋକଙ୍କ ସହ ହସ ହସ ମୁଖରେ କଥା ହୁଅନ୍ତୁ । ପରିବାରର ସମସ୍ତଙ୍କର ପ୍ରିୟ ହେବାକୁ ଚେଷ୍ଟା କରନ୍ତୁ ।

Friends whispering secret to shocked brunette

ଆଉକାହା ସହ ଯଦି ବୈବାହିକ ଜୀବନରେ ପ୍ରେମ ହେଇଗଲା, ସଂପୂର୍ଣ୍ଣ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ଜୀବନ ସହିତ ସ୍ଵାମୀ ତଥା ବାପଘର-ଶଶ୍ଵର ଘରର ମାନ ଇଜ୍ଜତ ମଧ୍ୟ ପଦାରେ ପକାଇଦେବାର ସମ୍ଭାବନା ରହିଛି ।

1210 Views

   ସମ୍ବନ୍ଧିତ ଖବର