ଭୋପାଲ: ମଧ୍ୟପ୍ରଦେଶର ଦିଗ୍ଗଜ ନେତା ଜ୍ୟାତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ନିଷ୍ପତ୍ତିକୁ ତାଙ୍କ ପୁତ୍ର ମହାନ ଆର୍ୟ୍ୟମନ ସିନ୍ଧିଆ ସ୍ୱାଗତ କରିଛନ୍ତି। ତାଙ୍କ ପରିବାର କେବେ ଶାସନ (କ୍ଷମତା) ଲୋଭୀ ନଥିଲା ବୋଲି ସେ କହିଛନ୍ତି। ସେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ବାର୍ତ୍ତା ସେୟାର କରିଥିବା ବେଳେ ‘ତାଙ୍କର ଏପରି ନିଷ୍ପତ୍ତି ବାସ୍ତବିକ ସ୍ୱାଗତ ଯୋଗ୍ୟ’ ବୋଲି ଉଲ୍ଲେଖ କରିଛନ୍ତି। ସେ ନିଜର ପକ୍ଷ ସ୍ପଷ୍ଟ କରିପାରିଥିବାରୁ ମୁଁ ତାଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ଲେଖିଛନ୍ତି।
wp:html/wp:htmlI am proud of my father for taking a stand for himself. It takes courage to to resign from a legacy. History can speak for itself when I say my family has never been power hungry. As promised we will make an impactful change in India and Madhya Pradesh wherever our future lies.
— M. Scindia (@AScindia) March 10, 2020
ଇସ୍ତଫା ଦେବାର ସାହସ ତାଙ୍କୁ ପରିବାରରୁ ଉତ୍ତରାଧିକାରରେ ମିଳିଛି। ତେବେ ଭବିଷ୍ୟତରେ ଦେଶ ଓ ମଧ୍ୟପ୍ରଦେଶରେ ଏକ ପ୍ରଭାବଶାଳୀ ପରିବର୍ତ୍ତନ ଲାଗି ଆମେ ପ୍ରତିଶ୍ରୁତି ଦେଉଛୁବୋଲି ଆର୍ୟମନ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ଆର୍ୟମନଙ୍କ ଟ୍ଲିଟରର ଭେରିଫାଏଡ ନୁହେଁ। ତେବେ ଜ୍ୟୋତିରାଦିତ୍ୟ ତାଙ୍କୁ ଫଲୋ କରୁଛନ୍ତି। ତେବେ ସିନ୍ଧିଆଙ୍କ ନିକଟତମ ପଙ୍କଜ ଚତୁର୍ବେଦୀ ସେ ରାଜ ପରିବାରର ସଦସ୍ୟ ବୋଲି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।
{"id":236669,"sizeSlug":"large"}ମହାନ ଆର୍ୟମନ ଗତବର୍ଷ ଆମେରିକୀୟ ବିଶ୍ୱବିଦ୍ୟାଳୟରୁ ମ୍ୟାନେଜମେଣ୍ଟ ପଢା ଶେଷ କରିଛନ୍ତି। ଗତ ଲୋକସଭା ନିର୍ବାଚନ ବେଳେ ତାଙ୍କର ପରୀକ୍ଷା ଚାଲିଥିଲା। ଏଣୁ ନିର୍ବାଚନ ପ୍ରଚାରରେ ସେ ପିତାଙ୍କ ସହ ସାମିଲ ହୋଇପାରିନଥିଲେ। ତେବେ ସେ ଏବେ ତାଙ୍କ ପିତାଙ୍କ ରାଜନୈତିକ କାର୍ଯ୍ୟ ବୁଝାବୁଝି କରୁଛନ୍ତି। ଜ୍ୟୋତିରାଦିତ୍ୟ ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ଗୋଟିଏ ସାକ୍ଷାତ ଆଲୋଚନାରେ ସେ କଂଗ୍ରେସ ଛାଡି ଦେଇଥିଲେ। ଏହା ପରେ ମଧ୍ୟପ୍ରଦେଶ କଂଗ୍ରେସ୍ରେ ସିନ୍ଧିଆ ଗୋଷ୍ଠୀ ବିଧାୟକଙ୍କ ଇସ୍ତପା ପର୍ବ ଆରମ୍ଭ ହୋଇଯାଇଥିଲା।