ମକର ସଂକ୍ରାନ୍ତିରେ ଖାଆନ୍ତୁ ରାଶି ଓ ଗୁଡ : ହାତ ମୁଠାକୁ ଆସିବ ସୁଖ ଓ ସମୃଦ୍ଧି

Published By : Prameya-News7 Bureau | January 12, 2019 IST

ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କ ଉପାସନା କରାଯାଇଥାଏ । ଏହି ଦିନଠାରୁ ସୂର୍ଯ୍ୟ ଧନୁରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି । ଏଣୁ ଏହାକୁ ମକର ସଂକ୍ରାନ୍ତି ବୋଲି କୁହାଯାଇଥାଏ । ଏହି ଦିନଛାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଅର୍ଥାତ ସୂର୍ଯ୍ୟ ଉତ୍ତର ଦିଗକୁ ବଢିବା ଆରମ୍ଭ କରିଥାନ୍ତି । ଫଳରେ ମକର ସଂକ୍ରାନ୍ତିଠାରୁ ଦିନ ବଡ ହେବା ସହ ରାତି ଛୋଟ ହେବା ଆରମ୍ଭ କରିଥାଏ । ଭାରତରେ ହି ଦିନଠାରୁ ବସନ୍ତ ଋତୁର ଆରମ୍ଭ ହେଉଥିବାରୁ ଏହାକୁ ସୁଖ ଆଉ ସମୃଦ୍ଧିର ସମୟ ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିନ ରାଶି ଏବଂ ଗୁଡ ଖାଇବା ସହ ପତଙ୍ଗ ଉଡାଇବାର ପରଂପରା ରହିଛି । ମକର ସଂକ୍ରାନ୍ତିକୁ ଉତ୍ତର ଭାରତରେ ଲୋହଡି କୁହାଯାଉଥିବାବେଳେ ଗକ୍ଷିଣ ବାରତରେ ପୋଙ୍ଗଲ ବୋଲି ମଧ୍ୟ କୁହାଯାଇଥାଏ ।

{"id":73014}

ଏହି ଦିନ ରାଶି ଓ ଗୁଡ ଖାଇବା ପଛରେ ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବୈଜ୍ଞାନିକ କାରଣଟି ହେଲା – ଶୀତ ଦିନେ ଆମ ଶରୀରର ତାପମମାତ୍ରା ହ୍ରାସ ପାଇଥାଏ । ମକର ସଂକ୍ରାନ୍ତି ପରେ ବାୟୁମଣ୍ଡଳରେ ବୃଦ୍ଧିପାଉଥିବା ତାପମାତ୍ରା ସହ ତାଳ ଦେଇପାରେ ନାହିଁ । ତେବେ ରାସି ଓ ଗୁଡ କାଇବା ଦ୍ବାରା ବାୟୁମଣ୍ଡଳର ତାପମାତ୍ରା ଏବଂ ଶରୀରର ତାପମାତ୍ରା ମଧ୍ୟରେ ସନ୍ତୁଳନ ସୃଷ୍ଟି ହୋଇଥାଏ ଏବଂ ଶାରୀରିକ ଅସୁସ୍ଥତାରୁ ମୁକ୍ତି ମିଳିଥାଏ । ରାଶି ଓ ଗୁଡ ଶରୀର ପାଇଁ ଗରମ ହୋଇଥିବାରୁ ଏଭଳି ହୋଇଥାଏ ।

{"id":73017,"width":593,"height":377}

ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ସୂର୍ଯ୍ୟଦେବ ରାଗ ଓ ଅଭିମାନ ତ୍ୟାଗ କରି ନିଜ ପୁତ୍ର ଶନିଦେବ ଘରକୁ ଯାଇଥିଲେ । ପିତା ଓ ପୁତ୍ରଙ୍କ ମଧ୍ୟରେ ମିଳନ ହୋଇଥିଲା । ଶନି ଦେବଙ୍କ ପ୍ରିୟ ହେଉଛି ରାଶି ଓ ଗୁଡ । ତେଣୁ ସେହିଦିନ ରାଶି ଓ ଗୁଡ ପୂଜାକରି ଭୋଗ ଆକାରରେ ଗ୍ରହଣ କଲେ ଅଖଣ୍ଡ ସୌଭାଗ୍ୟ ଓ ସମୃଦ୍ଧି ପ୍ରାପ୍ତ ଗୋଇଥାଏ ।

{"id":73016}

ମକର ସଂକ୍ରାନ୍ତରେ ଗୁଡି ଉଡେଇବାର ପରଂପରା ମଧ୍ୟ ରହିଛି । ବାୟୁମଣ୍ଡଳ ଗୁଡି ଉଡାଇବା ପାଇଁ ଅନୁକୂଳ ରହିଥାଏ । ଏହା ବ୍ୟତୀତ ଏହି ସମୟରେ ଶରୀର ସୂର୍ଯ୍ୟ ରଶ୍ମୀରେ ରହିଥିବା ଭିଟାମିନ ଆବଶ୍ୟକ କରୁଥାଏ । ତେଣୁ ବାହାରେ ବୁଲି ଗୁଡି ଉଡାଇଲେ ଦେହକୁ ସୂର୍ଯ୍ୟ ରଶ୍ମୀ ମିଳିଥାଏ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.