ଏହି ଅଭିନେତ୍ରୀଙ୍କୁ ଭଲ ପାଇ ବସିଥିଲେ ଗାୟକ କୁମାର ସାନୁ : ୨୩ବର୍ଷରୁ ବଲିଉଡରୁ ଅଛନ୍ତି ଗାୟବ

Published By : Prameya-News7 Bureau | November 16, 2019 IST

ମୁମ୍ବାଇ ୧୬/୧୧: ଆଜି ମିନାକ୍ଷୀ ସେଶାଦ୍ରିଙ୍କ ଜନ୍ମଦିନ। ମିନାକ୍ଷୀ ‘ଦାମିନୀ’,‘ଘାତକ’,‘ହିରୋ’,‘ମେରି ଜଙ୍ଗ’,‘ଶେହନଶାହ’,‘ଘର ହୋ ତୋ ଐସା’,‘ତୁଫାନ’ ଏବଂ ‘ଘାୟଲ’ ଭଳି ସୁପରହିଟ୍ ଫିଲ୍ମ ଦେଇଛନ୍ତି। ସେ ୮୦ ଏବଂ ୯୦ ଦଶକରେ ବଲିଉଡରେ ରାଜ କରିଥିଲେ। ସେ ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଆଜି ମିନାକ୍ଷୀଙ୍କ ଜନ୍ମଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଏବଂ ପେଶାଗତ ଜୀବନ ବିଷୟରେ ଜାଣିବୁ।

{"id":184891,"sizeSlug":"large"}

 ମିନାକ୍ଷୀ ସେଶାଦ୍ରିଙ୍କ ଜନ୍ମ ୧୯୬୩ମସିହା ନଭେମ୍ବର ୧୬ତାରିଖରେ ଝାଡ଼ଖଣ୍ଡର ସିନ୍ଦରୀରେ ଏକ ତାମିଲ ପରିବାରରେ ହୋଇଥିଲା। ମିନାକ୍ଷୀ ମାତ୍ର ୧୭ବର୍ଷ ବୟସରେ ୧୯୮୧ମସିହାରେ ମିସ୍ ଇଣ୍ଡିଆ ମୁକୁଟ ଜିତିଥିଲେ। ଏହା ପରେ ସେ ‘ପେଣ୍ଟର ବାବୁ’ ଫିଲ୍ମରୁ ବଲିଉଡକୁ ଡେବ୍ୟୁ କରିଥିଲେ।

{"id":184892,"sizeSlug":"large"}

କିନ୍ତୁ ମିନାକ୍ଷୀ ସେଶାଦ୍ରିଙ୍କୁ ସୁଭାଷ ଘାଇଙ୍କ ଫିଲ୍ମ ‘ହିରୋ’ରୁ ପରିଚୟ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଜ୍ୟାକି ଶ୍ରଫ ଥିଲେ। ଏହା ପରେ ମିନାକ୍ଷୀ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ। ୧୯୯୧ ଏବଂ ୧୯୯୪ମସିହାରେ ତାଙ୍କୁ ‘ଜୁର୍ମ’ ଏବଂ ‘ଦାମିନୀ’ ପାଇଁ ଫିଲ୍ମ ଫେୟାର ଆଓ୍ବାର୍ଡ଼ ମିଳିଥିଲା।

{"id":184894,"sizeSlug":"large"}

ବଲିଉଡରେ ରାଜ କରୁଥିବା ମିନାକ୍ଷୀ ୧୯୯୫ମସିହାରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମୈସୁରଙ୍କୁ ବିବାହ କରି ଆମେରିକାରେ ରହୁଥିଲେ। ତାଙ୍କର ଝିଅଙ୍କ ନାଁ କେନ୍ଦ୍ରା ଏବଂ ପୁଅଙ୍କ ନାଁ ଜୋଶ।

{"id":184895,"sizeSlug":"large"}

୧୯୯୬ମସିହାରେ ସେ ଶେଷ ଥର ‘ଘାତକ’ ଏବଂ ‘ସ୍ବାମୀ ବିବେକାନନ୍ଦ’ ଫିଲ୍ମରେ ନଜର ଆସିଥିଲେ। ଏହା ପରେ ମିନାକ୍ଷୀ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ ସତ କିନ୍ତୁ ନୃତ୍ୟ ସହ ଜଡ଼ିତ ଥିଲେ। ଟେକ୍ସାସରେ ମିନାକ୍ଷୀ ନିଜର ନୃତ୍ୟ ବିଦ୍ୟାଳୟ ‘ଚେରିଶ ଡ୍ୟାନ୍ସ ସ୍କୁଲ୍ ’ ଚଳାଉଛନ୍ତି। ଏଠାରେ କ୍ଲାସିକାଲ୍ ଡ୍ୟାନ୍ସ ଅର୍ଥାତ୍ ଭାରତନାଟ୍ୟମ୍,କୁଚିପୁଡ଼ି,କଥକ ଏବଂ ଓଡ଼ିଶୀ ଭଳି ଡ୍ୟାନ୍ସ ଥିମ୍ ଶିଖାନ୍ତି।

{"id":184897,"sizeSlug":"large"}

ସୂଚନା ଅନୁଯାୟୀ ମିନାକ୍ଷୀଙ୍କ ଫିଲ୍ମ ‘ଜୁର୍ମ’ରେ କୁମାର ସାନୁ ‘ଜବ କୋଇ ବାତ ବିଗଡ଼ ଯାଏ’ ଗୀତ ଗାଇଥିଲେ। ପ୍ରିମିୟର ଶୋ ସମୟରେ କୁମାର ସାନୁଙ୍କ ସାକ୍ଷାତ ମିନାକ୍ଷୀଙ୍କ ସହ ହୋଇଥିଲା। ମିନାକ୍ଷୀଙ୍କୁ ଦେଖିବା କ୍ଷଣି କୁମାର ସାନୁ ତାଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ ଏହି ସମ୍ପର୍କ ଆଗେଇ ପାରିନଥିଲା।

{"id":184902,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.