ସରସ୍ୱତୀ ପୂଜା କାହିଁକି ପାଳନ କରାଯାଏ ? କ'ଣ ଏହାର ବିଶେଷତ୍ୱ ? କ'ଣ ରହିଛି ପୌରାଣିକ କଥା ବସ୍ତୁ, ଜାଣନ୍ତୁ...

Published By : Prameya-News7 Bureau | February 15, 2021 IST

ପୌରାଣିକ କଥାବସ୍ତୁ ଅନୁସାରେ ସୃଷ୍ଟିର ଉତ୍ପତ୍ତି କରିଥିବା ଭଗବାନ ବ୍ରହ୍ମା ଧରିତ୍ରୀରେ ବିଭିନ୍ନ ଜୀବଜନ୍ତୁ ଏବଂ ମନୁଷ୍ୟ ରଚନା କରିଥିଲେ । କିନ୍ତୁ ରଚନା କରିସାରିବା ପରେ ବ୍ରହ୍ମା ଏଥିରେ ସନ୍ତୁଷ୍ଟ ନଥିଲେ । କାରଣ ଧରିତ୍ରୀର ବାତାବାରଣ ନିରସ୍ ଏବଂ ଶାନ୍ତ ଥିଲା । ବ୍ରହ୍ମା, ବିଷ୍ଣୁଙ୍କର ଅନୁମତି ନେଇ ଧରିତ୍ରୀକୁ ଜଳ ପ୍ରେରଣ କଲେ ।  ଜଳ ପୃଥିବୀରେ ପଡ଼ିବା କ୍ଷଣି ପୃଥିବୀରେ କମ୍ପନ ସୃଷ୍ଟି ହୋଇଥିଲା । ଏହି କମ୍ପନରେ ଚତୁର୍ଭୁଜଧାରୀ, ଶକ୍ତି ସ୍ୱରୂପଣୀ ଜଣେ ଦେବୀ ପ୍ରକଟ ହୋଇଥିଲେ । ତାଙ୍କର ଗୋଟିଏ ହାତରେ ବୀଣା ଥିଲା, ଆଉ ଗୋଟିଏ ହାତରେ ବର ମୁଦ୍ରା ଏବଂ ଅନ୍ୟ ହାତରେ ପୁସ୍ତକ ଓ ମାଳା ଥିଲା । ବ୍ରହ୍ମା, ଏହି ଦେବୀଙ୍କୁ ବୀଣା ବଜାଇବାକୁ କହିଥିଲେ । ବୀଣା ବାଜିବା କ୍ଷଣି ଜୀବଜନ୍ତୁ ଏବଂ ମଣିଷଙ୍କ ମନରେ ସନ୍ତୋଷ ଭରିଗଲା । ସେବେଠାରୁ ଏହି ଦେବୀଙ୍କୁ ମା ସରସ୍ୱତୀ ବୋଲି କୁହାଗଲା ।  

ଅନ୍ୟ ଏକ ପୌରଣିକ କଥା ଅନୁସାରେ, ବ୍ରହ୍ମା ଏବଂ କୃଷ୍ଣ ପ୍ରଥମେ ଦେବୀ ସରସ୍ୱତୀଙ୍କୁ ପୂଜା କରିଥିଲେ । ଯେତେବେଳେ ଦେବୀ କୃଷ୍ଣଙ୍କୁ ଦେଖିଲେ, ସେତେବେଳେ ସେ ତାଙ୍କ ରୂପରେ ଆକର୍ଷିତ ହୋଇଥିଲେ । ଦେବୀ କୃଷ୍ଣଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ କାମନା କଲେ । ଯେତେବେଳେ କୃଷ୍ଣ ଏହା ଜାଣିଲେ ସେତେବେଳେ ସେ କହିଥିଲେ ଯେ, ହେ ଦେବୀ, ମୁଁ ରାଧାଙ୍କ ପ୍ରତି ସମର୍ପିତ । କୃଷ୍ଣ ଦେବୀ ସରସ୍ୱତୀଙ୍କୁ ଆଶୀର୍ବାଦ କଲେ ଯେ ବିଦ୍ୟା ଶିକ୍ଷା କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କ ଉପରେ ଆପଣଙ୍କର ଆଶିର୍ବାଦ ରହିବ । ବେଦମୂର୍ତ୍ତି ପି.ଟି ଆଚାର୍ଯ୍ୟ ଶର୍ମା ୧୧ ବର୍ଷ ବୟସରେ ବସନ୍ତ ଋତୁର ଏହି ଦିନରେ ଆଧ୍ୟାତ୍ମିକ ଜ୍ଞାନ ହାସଲ କରିଥିଲେ ଏବଂ ଏହି ଦିନ ସେ ମଧ୍ୟ ତାଙ୍କର ଆଧ୍ୟାତ୍ମିକ ଜନ୍ମଦିନ ପାଳନ କରିଥିଲେ । ଗାୟତ୍ରୀ ଦୀକ୍ଷା ନେଇଥିବା ପରିବାର ବସନ୍ତ ଋତୁରେ ଏହି ଦିନଟିକୁ ବଡ଼ ପର୍ବ ସହିତ ପାଳନ କରନ୍ତି ।          

ବସନ୍ତ ଋତୁ କେବଳ ଋତୁମାନଙ୍କର ରାଜା ନୁହେଁ ବରଂ ଅନେକ ଶୁଭ କାର୍ଯ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଅନୁକୂଳ ଅଟେ । ଏହି ଦିନ ପିଲାମାନଙ୍କ ଶିକ୍ଷାର ଆରମ୍ଭ ପାଇଁ ଅନୁକୂଳ ବୋଲି ବିବେଚନା କରାଯାଏ । ଏହି ଦିନ ଯଦି ଛୋଟ ପିଲାଙ୍କ ଜିଭରେ ମହୁ ରଖ୍ ଓଁ ଉଚାରଣ କରିବାକୁ କୁହାଯାଏ, ତେବେ ପିଲାଟି ବହୁତ ଜ୍ଞାନବାନ ହେବ ବୋଲି ବିଶ୍ୱସ ରହିଛି । ଯଦି ଆପଣ ଅନ୍ନପ୍ରାଶନ କରିବାକୁ ଚାହୁଁଛନ୍ତି, ତେବେ ଏହି ଦିନଟି ବହୁତ ଭଲ ବୋଲି ଧରାଯାଏ । ଏହି ଦିନ ବିବାହ କରୁଥୁବା ଉଭୟ ବର ଏବଂ କନ୍ୟାଙ୍କୁ ଅତ୍ୟନ୍ତ ଭାଗ୍ୟବାନ ବୋଲି ବିବେଚନା କରାଯାଏ । ଏହି ଦିନ ଘର ପ୍ରବେଶ ବ୍ୟବସାୟିକ କାର୍ଯ୍ୟକଳାପ ଯଥା ଦୋକାନ ଇତ୍ୟାଦି ଖୋଲିବା ପାଇଁ ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.