ଜାଣନ୍ତୁ ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ଦେଉଥିବା ସପା ପ୍ରାର୍ଥୀ ଶାଲିନୀ ଯାଦବ କିଏ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩।୪ : ଚଳିତ ସାଧାରଣ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସୋମବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଗୁରୁତ୍ବପୂର୍ଣ୍ଣ ବାରଣାସୀ ଆସନ ପାଇଁ ଶାଲିନୀ ଯାଦବଙ୍କୁ ପ୍ରାର୍ଥୀ କରିଛି ଦଳ। ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ବନ୍ଦ୍ବୀତା କରିଥାନ୍ତି । ତେବେ ଦିନକ ପୂର୍ବରୁ କଂଗ୍ରେସ ଛାଡି ସପାରେ ଯୋଗଦେଇଥିବା ଶାଲିନୀ  ବାରଣାସୀରୁ ପ୍ରାର୍ଥୀ ହେବା  ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":106534,"width":583,"height":438}

କଂଗ୍ରେସର ପୂର୍ବତନ ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ଶ୍ୟାମଲାଲ ଯାଦବଙ୍କ ପୁତ୍ରବଧୂ ହେଉଛନ୍ତି ଶାଲିନୀ । ବାରଣାସୀ ଆସନ ପାଇଁ  କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରି ନାହିଁ । ତେବେ ଏହି ଆସନରେ ପ୍ରିୟଙ୍କା ଓ୍ବାଡ୍ରା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଯଦି ବିଜେପିରୁ ଏଠାରେ ମୋଦି ପ୍ରତିଦ୍ବନ୍ଦ୍ବୀତା କରନ୍ତି ଓ ତାଙ୍କ ବିପକ୍ଷରେ ପ୍ରୀୟଙ୍କା ପ୍ରାର୍ଥୀ ହୁଅନ୍ତି ତେବେ ଏଠାରେ ମୁକାବିଲା ବେଶ ରୋଚକ ହେବା ନିଶ୍ଚିତ ।

{"id":106535}

ଶାଲିନୀ ପେସାରେ ଜଣେ ଫ୍ୟାସନ ଡିଜାଇନର ଓ କଂଗ୍ରେସ ସହ ତାଙ୍କ ପାରିବାରିକ ସମ୍ପର୍କ ବେଶ ପୂରୁଣା । ବିଏଚୟୁରୁ ଇଂରାଜୀରେ ସ୍ନାତକ ଉତୀର୍ଣ୍ଣ ହୋଇଥିବା ଶାଲିନୀ ବାରଣାସୀ ମେୟର ପଦବୀ ପାଇଁ ଅତୀତରେ ପ୍ରାର୍ଥୀ ହୋଇଥିଲେ। ବିଜେପିର ମୃଦୁଲା ଜୟସ୍ବାଲଙ୍କଠାରୁ ସେ ହାରିଥିଲେ ମଧ୍ୟ ୧ ଲକ୍ଷ ୧୪ ହଜାର ଭୋଟ ପାଇବାର ରେକର୍ଡ ରହିଛି। ପାରିବାରିକ ସମ୍ପର୍କ ଯୋଗୁ କଂଗ୍ରେସ ସହ ଶାଲିନୀଙ୍କ ସମ୍ପର୍କ ମଧ୍ୟ ବେଶ ନିବିଡ । ଗତ ଦିନରେ ପ୍ରିୟଙ୍କାଙ୍କ ପ୍ରୟାଗରାଜ ଓ କାଶୀ ଗସ୍ତରେ  ଶାଲିନୀ ସାମିଲ ଥିଲେ। ତେବେ ସେ ଅଚାନକ ହାତ ଛାଡି ସାଇକେଲରେ ସବାର ହୋଇଥିବା ବେଳେ ଦଳ ପାଇଁ ଏକ ସଙ୍ଗରେ ଦୁଇଦୁଇ ଜଣ ଦିଗ୍ଗଜ ନେତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବୀତା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.