Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

3rd T-20: ସୁପର ଓଭର ଧମାଲ ଲାଗି ଜାଣନ୍ତୁ କ’ଣ ଥିଲା ରୋହିତ ଶର୍ମାଙ୍କ ଗେମ୍ ପ୍ଲାନ

29/01/2020 at 10:33 PM

ହାମିଲଟନ, ୨୯।୧:  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହାମିଲଟନରେ ଖେଳାଯାଇଥିବା ତୃତୀୟ ଟି୨୦ ଅତି ରୋମାଞ୍ଚକର ଥିଲା। ଗୋଟିଏ ସମୟ ଥିଲା ଯେତେବେଳେ ନ୍ୟୁଜିଲାଣ୍ଡ ଆରାମରେ ବିଜୟ ଆଡକୁ ଅଗ୍ରସର ହେଉଥିଲା। ହେଲେ ଚାପକୁ ଖାତିର ନକରି କିଓ୍ୱିର ବିଜୟକୁ ଭାରତ ରୋକିଦେଇଥିଲା। ଏହି ମ୍ୟାଚର ଫଳାଫଳ ସୁପର ଓଭରରେ ଆସିଥିଲା। ଭାରତୀୟ ଓପନର ରୋହିତ ଶର୍ମା ଶେଷ ୨ଟି ବଲରେ ୨ଟି ଛକ୍କା ଲଗାଇ ଦଳକୁ ସିରିଜ ବିଜୟୀ କରାଇଥିଲେ।

ଦଳର ବିଜୟ ପରେ ରୋହିତ କହିଛନ୍ତି ଯେ, ସେ ସୁପର ଓଭରରେ କିପରି ବ୍ୟାଟିଂ କରାଯିବ ସେ ପୂର୍ବରୁ ଜାଣିନଥିଲେ। କାରଣ ତାଙ୍କ କ୍ୟାରିୟର ଆରମ୍ଭରୁ ଏପର୍ଯ୍ୟନ୍ତ କେବେ ବି ସୁପର ଓଭର ପରିସ୍ଥିତି ଉପୁଜି ନଥିଲା। ଏଣୁ ସେ ସୁପର ଓଭର ରନ ସଂଗ୍ରହ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ପ୍ରଥମ ବଲରେ ଗୋଟିଏ ରନ ନେବା କିମ୍ବା ତୃତୀୟ ଚତୁର୍ଥ ବଲରେ ବୋଲର ଉପରେ ଚାପ ପକାଇବା ସମାନ ଥିଲା। କେବଳ ଧର୍ଯ୍ୟର ସହ ଠିଆ ହୋଇ ବୋଲରଙ୍କ ଭୁଲକୁ ଅପେକ୍ଷା କରିବା ତାଙ୍କ ପକ୍ଷରେ ଶ୍ରେୟସ୍କର ଥିଲା ଓ ସେ ସେଇଆହିଁ କଲେ।

ସେ କହିଛନ୍ତି ଯେ, ଭାରତର ବିଜୟ ଲାଗି ସୁପର ଓଭରରେ ୧୮ ରନର ଆବଶ୍ୟକତା ଥିଲା। ସେହିପରି ଶେଷ ୨ଟି ବଲରୁ ଜିତିବା ଲାଗି ୧୦ ରନର ଆବଶ୍ୟକ ଥିଲା।  ପ୍ରଥମ ଦୁଇଟି ମ୍ୟାଚରେ ସେ ଭଲ ରନ୍ କରିପାରି ନଥିଲେ। ଏଣୁ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥିଲେ।ଏଣୁ ମ୍ୟାଚ୍‌ରେ ୨୩ଟି ବଲରେ ହାଫ ସେଞ୍ଚୁରି କରିଥିଲେ। ହେଲେ ୱିଲିୟମସନ ୯୫ ରନ କରି ମ୍ୟାଚ୍‌କୁ ଟାଇ କରିଦେଇଥିଲେ।ତେବେ ରୋହିତଙ୍କ ମ୍ୟାଜିକ୍ ବୁଧବାର ଭାରତକୁ ସିରିଜ ବିଜୟୀ କରିଛି।   

   Related Posts