କେନ୍ଦ୍ର ବଜେଟ୍ ୨୦୨୦: ପ୍ରଧାନମନ୍ତ୍ରୀ କହିଲେ ଚାକିରୀର ନୂଆ ଅବସର ସୃଷ୍ଟି କରିବ ବଜେଟ୍, ନିବେଶକୁ ମିଳିବ ଅଭିବୃଦ୍ଧି

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨:  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦଶକର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥମନ୍ତ୍ରୀ ଓ ତାଙ୍କ ଟିମକୁ ବଧେଇ ଜଣାଇଛନ୍ତି। ୨୦୨୦ ବଜେଟରେ ବିଭିନ୍ନ କ୍ଷେତ୍ରଲାଗି ଅର୍ଥମନ୍ତ୍ରୀ ଐତିହାସିକ ପଦକ୍ଷେପ ନେଇଛନ୍ତି। ଦେଶରେ ଇନଫ୍ରାଷ୍ଟ୍ରଚର, ଟେକ୍ନୋଲଜି ଓ ଟେକ୍ସଟାଇଲ ନିଯୁକ୍ତି ଓ ରୋଜଗାରର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଏହି ସବୁ କ୍ଷେତ୍ରକୁ ଅର୍ଥମନ୍ତ୍ରୀ ବଜେଟ୍‌ରେ ପ୍ରାଥମିକତା ଦେଇଛନ୍ତି। ଏଣୁ ଦେଶରେ ଚାକିରୀର ନୂଆ ଅବସର ସୃଷ୍ଟି କରିବ ବଜେଟ୍।

wp:html /wp:html

ଶୁଳ୍କ କ୍ଷେତ୍ରରେ ଦିଆଯାଇଥିବା ରିହାତିର ସୁଯୋଗ ସବୁ ବର୍ଗଙ୍କୁ ମିଳିବ। ବଜେଟ୍‌ରେ ଆକ୍ସନ ଓ ଭିଜନ ଉଭୟ ରହିଛି। ଏଣୁ ଦେଶକୁ ପ୍ରଗତିର ନୂଆ ଗତି ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଷ୍ଟାର୍ଟଅପ ପ୍ରମୋସନ ଯୁବକଙ୍କ ମଧ୍ୟରେ ନୂଆ ଶକ୍ତିର ସଞ୍ଚାର କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନା ଦେଶର ସ୍ୱାସ୍ଥ୍ୟକ୍ଷେତ୍ରକୁ ନୂଆ ବିସ୍ତାର ଦେବ ବୋଲି କହିଛନ୍ତି।

wp:html /wp:html

ଦେଶର ୧୦୦ ବିମାନବନ୍ଦରର ବିକାଶ ନିମନ୍ତେ ବଜେଟ୍‌ରେ ପ୍ରସ୍ତାବ ରହିଛି। ଟୁରିଜିମ ସେକ୍ଟରର ବିକାଶ ଲାଗି ବିମାନ ବନ୍ଦରର ବିକାଶ ଜରୁରି ଓ ଟୁରିଜିମ ଏକ ଏଭଳି କ୍ଷେତ୍ର ଯେଉଁଥିରେ ନିବେଶ କମ ଓ ଆୟର ଅଧିକ ସମ୍ଭାବନା ରହିଛି। କେବଳ ରାଜସ୍ୱ ଆୟ ନୁହେଁ ରୋଜଗାର ଲାଗି ମଧ୍ୟ ଟୁରିଜିମ କ୍ଷେତ୍ରର ଯୋଗଦାନ ଅତୁଳନୀୟ। ଏଣୁ ଟୁଜିମର ବିକାଶ ଲାଗି ବଜେଟ୍‌ରେ ପ୍ରାଧାନ୍ୟ ନୂଆ ନିଯୁକ୍ତିର ଅବସର ପ୍ରଦାନ କରିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.