ଜିତିଥିବା ଦୁଇଟି ଆସନରୁ ନବୀନ କେଉଁ ଆସନ ଛାଡିବେ ଆଉ କେଉଁ ଆସନ ରଖିବେ ? ଜାଣନ୍ତୁ

Published By : Prameya-News7 Bureau | May 25, 2019 IST

ଭୁବନେଶ୍ବର ୨୫|୫: ଚଳିତ ଥର ପ୍ରଥମଥର ପାଇଁ ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ଏହାକୁ ନେଇ ମଧ୍ୟ ବିଜେପି ବିଭିନ୍ନ ପ୍ରକାର ଆକ୍ଷେପ କରିଥିଲା । ହିଂଜିଳିରୁ ବିଜୟ ସମ୍ଭାବନା କମ ଥିବାରୁ ନବୀନ ବିଜେପୁରରୁ ପ୍ରାର୍ଥୀ ମଧ୍ୟ ପ୍ରାର୍ଥୀ ହେଲେ ବୋଲି ବିଜେପି ଟିପ୍ପଣୀ ଦେଇଥିଲା । କିନ୍ତୁ ନବୀନ ବିଜେପୁର ସହ ହିଞ୍ଜିଳିରୁ ମଧ୍ୟ ବିପୁଳ ଭୋଟରେ ବିଜୟୀ ହେଲେ । ହେଲେ ଏବେ ନବୀନ ଧର୍ମ ସଂକଟରେ ପଡିଛନ୍ତି । କେଉଁ ଆସନ ଛାଡିବେ ଓ କେଉଁ ଆଲନ ରଖିବେ ନବୀନ । ହିଞ୍ଜିଳିକାଟୁ ନା ବିଜେପୁର ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନବୀନ ଗୋଟିଏ ବିଧାନସଭା ଆସନ ଛାଡିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବାରୁ କାହାକୁ ରଖିବେ କାହାକୁ ଛାଡିବେ ତାକୁ ନେଇ ସମସ୍ତଙ୍କ ନଜର  ରହିଛି ନବୀନଙ୍କ ନିଷ୍ପତ୍ତି ଉପରେ । ଅର୍ଥାତ କେଉଁ ନିର୍ବାଚନ ମଣ୍ଡଳୀ ନବୀନଙ୍କ ଆପଣାର ତାହା ସ୍ପଷ୍ଟ ହେବ । ହିଞ୍ଜିଳି ନବୀନଙ୍କୁ କେବେ ହରାଇ ନାହିଁ ।ହିଞ୍ଜିଳିରୁ ହିଁ ଅଭିଯୋନ ଆରମ୍ଭ କରି ଏକଦା କଂଗ୍ରେସର ଗଡ ଥିବା ଦକ୍ଷିଣ ଓଡିଶାକୁ ନବୀନ ବିଜେଡି ଗଡରେ ପରିଣତ କରିଛନ୍ତି । ଏବେ ନବୀନ ହିଞ୍ଜିଳିକୁ ନିଜଆଡୁ ହରାଇବେ ନା ନାହିଁ ତାକୁ ନେଇ ସସପେନ୍ସ ଜାରି ରହିଛି ।

ଯଦି ହିଞ୍ଜିଳିକୁ ବାଏବାଏ କରି ବିଜେପୁରକୁ ନବୀନ ଆପଣାନ୍ତି ତାହାଲେ ହିଞ୍ଜିଳିରୁ କିଏ ପ୍ରତିନିଧିତ୍ବ କରିବ ତାକୁନେଇ ବି ଟଣା ଓଟରା ଆରମ୍ଭ ହେଲାଣି । କୁହାଯାଉଛି ନବୀନ ତାଙ୍କ ପରିବାରରୁ କାହାକୁ ଏହି ସେଫ୍ ସିଟ୍ ରୁ ଛାଡିପାରନ୍ତି । ଏଭଳିହେଲେ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ନବୀନ ବାରମ୍ବାର କହିଛନ୍ତି ଯେ ସେ ନୁହଁନ୍ତି ଓଡିଶାବାସୀ ନିସ୍ପତି ନେବେ ତାଙ୍କ ଉତ୍ତରାଧିକାରୀ କିଏହେବ । ଏଭଳି ହେଲେ ଅରୁଣଙ୍କ ଏବେ ପଲିଟିକାଲ ଏଣ୍ଟ୍ରି ହୋଇନପାରେ ।

ସେପଟେ ପଶ୍ଚିମ ଓଡିଶା ଭୋଟ ସାଉଁଟିବାକୁ ନବୀନ ଯେଉଁ ବିଜେପୁର କାର୍ଡ ଖେଳିଥିଲେ ଏବେ ବିଜେପୁର ସିଟ୍ ରଖିବେ ନା ଛାଡିବେ ତାକୁ ନେଇ ଚର୍ଚା ଜୋର ଧରିଲାଣି । ଯଦି ନବୀନ ବିଜେପୁର ସିଟ୍ ଛାଡନ୍ତି ତାହାଲେ ସେଠି ରୀତା ସାହୁଙ୍କୁ ଛାଡିବେ ମୈଦାନକୁ ନା ନୂଆ ଚେହେରା ଉତାରିବେ ତାକୁ ନେଇ ବି ସସପେନ୍ସ ଜାରି ରହିଛି । ଏହାହେଲେ ପଶ୍ଚିମ ଓଡିଶା ବାସୀ ଏକହୋଇ ନବୀନଙ୍କୁ ବିଜେପୁରରେ ଠିଆ ହେବାକୁ ଯେଉଁ ନିମନ୍ତ୍ରଣ ଦେଇଥିଲେ ତାଉପରେ କଣ ରହିବ ନବୀନଙ୍କ ଷ୍ଟ୍ରାଟେଜି ତାକୁ ବି ଅପେକ୍ଷା ।

ତେବେ ତଥ୍ୟାଭିଜ୍ଞ ମହଲରୁ ଜଣାପଡିଛି ଯେ, ନବୀନ ହିଞ୍ଜିଳି ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ସେ ବିଜେପୁର ଛାଡିବେ ବୋଲି ଆପାତତଃ ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.