୧୨ ମହିଳା ବିଧାୟିକାଙ୍କ ମଧ୍ୟରୁ କାହାକୁ ନବୀନ କରିବେ ମନ୍ତ୍ରୀ ? କାହା ପାଇଁ ଅଧିକ ସୁଯୋଗ ଜାଣନ୍ତୁ

Published By : Prameya-News7 Bureau | May 27, 2019 IST

ଭୁବନେଶ୍ବର୨୭|୫: ୨୯ରେ ନବୀନ ଏବଂ ତାଙ୍କ ଟିମ୍‌ ଶପଥଗ୍ରହଣ କରିବେ। କିନ୍ତୁ ନବୀନଙ୍କ ଏହି ଟିମ୍‌ରେ କେଉଁ କେଉଁ ମହିଳା ସ୍ଥାନ ପାଇବେ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । କଣ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପୁଣି ଜଣେ ମହିଳାଙ୍କ ପାଖକୁ ଫେରିବ କି, ସେନେଇ ମଧ୍ୟ ଚର୍ଚ୍ଚା ହେଉଛି।  କଣ ରହିବ ମାପକାଠି।

{"id":116682,"width":594,"height":350}

ମହିଳା ଭୋଟରେ ନବୀନ ପୁଣି କ୍ଷମତାକୁ ଫେରିଛନ୍ତି।  ତେଣୁ ନବୀନ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ବ ଉପରେ ହିଁ ଚାଲିଛି କଳ୍ପନାଜଳ୍ପନା । କେଉଁ ବିଧାୟିକାଙ୍କୁ ନବୀନ ମନ୍ତ୍ରୀ ପାଇଁ ଚୟନ କରିବେ ଦଳ ଭିତରେ ଅଙ୍କକଷା ଛିଣ୍ଡୁନି । ପୁରୁଣା ମୁହଁ ହିସାବରେ ଉଷା ଦେବୀ, ପ୍ରମିଳା ମଲ୍ଲିକ ଏବଂ ସ୍ନେହାଙ୍ଗିନୀ ଛୁରିଆ ମନ୍ତ୍ରୀ ପଦ ଦୌଡରେ ଆଗରେ ଅଛନ୍ତି । ତେବେ ଏଥର କିଛି ବିଧାୟକ ନୂଆ କରି ମନ୍ତ୍ରୀ ପଦ ଦୌଡରେ ସାମିଲ ହୋଇଛନ୍ତି । ସେମାନଙ୍କ ଭିତରେ ଟୁକୁନି ସାହୁ, ସୀମାରାଣି ନାଏକଙ୍କ ନାଁକୁ ନେଇ ଚର୍ଚା ଜୋର ହେଉଛି । ଏହାବାଦ୍ ପଦ୍ମିନୀ ଦିଆନ, ଲତିକା ପ୍ରଧାନ ଓ ମୀନାକ୍ଷୀ ମହାନ୍ତଙ୍କ ନାଁକୁ ନେଇ ବି ଚର୍ଚା ଆରମ୍ଭ ହେଲାଣି ।

{"id":116683,"width":594,"height":342}

ଲୋକସଭା ଏକ ତୃତୀୟାଂଶ ମହିଳା ପ୍ରାର୍ଥୀ ଦେଇ ବହୁ ପ୍ରସଂଶା ଗୋଟାଇଛି ବିଜେଡି । ୭ ମହିଳା ପ୍ରାର୍ଥୀଙ୍କ ଭିତରୁ ୫ ଜଣ ଦଳ ସଂସଦକୁ ପଠାଇପାରିଛି। ହେଲେ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବ ଆଖିଦୃଶିଆ ହୋଇନି । ୧୧୨ରୁ ମାତ୍ର ୧୨ ଜଣ ବିଧାୟିକା ଜିତିଛନ୍ତି ବିଜେଡିର । ଯେହେତୁ ମହିଳା ଭୋଟରଙ୍କ ମନଜିଣି ଏବଂ ମହିଳା ସ୍ବୟଂସହାୟିକା ଗୋଷ୍ଠିଙ୍କ କାନ୍ଧରେ ଭରାଦେଇ ବିଜେଡି ଏଥର ନିର୍ବାଚନ ବୈତରଣୀ ପାର ହୋଇଛି ସେଥିପାଇଁ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ବ ଉପରେ ଗୁରୁତ୍ବ ଦେବାକୁ ଚିନ୍ତା କରାଯାଉଛି ।

{"id":116684,"width":594,"height":367}

ମନ୍ତ୍ରୀ ହେବା ପାଇଁ ମାପକାଠି କଣ ରହିବ। ସଂଗଠନ ସହ ଜଡିତ ନା ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ନେତା ନା ଜାତି ଓ ଜିଲ୍ଲା ଆଧାରରେ ମନ୍ତ୍ରୀ ପଦ ମିଳିବ ତାକୁ ଦେଖିବାକୁ ହେବ । ତେବେ ବିଧାୟିକାଙ୍କୁ ମନ୍ତ୍ରୀ କରିବା କ୍ଷେତ୍ରରେ ନବୀନଙ୍କ ପ୍ରଥାମମାପକାଠି ହେବ କାହର ଲୋକସମ୍ପର୍କ କେତେ ୋ ସଂଗଠନ ଦକ୍ଷତା କେତେ ବୋଲି ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.