Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୯/୧୧ : ଏମିତି ଥିଲା ଓସାମା ବିନ୍ ଲାଡେନ, କହନ୍ତି ତାଙ୍କ ମା ଆଲିଆ ଗାନମ୍

11/09/2020 at 7:46 PM

୯/୧୧ ମନେ ପଡିଲେ ଆଜି ବି ଶିହରି ଉଠୁଛନ୍ତି ଆମେରିକୀୟ। କେବଳ ଆମେରିକା ନୁହେଁ ସାରା ବିଶ୍ୱ ଘଟଣାକୁ ନେଇ ଆଜି ବି ଆତଙ୍କିତ। ଠିକ୍‌ ୧୯ ବର୍ଷ ପୂର୍ବେ ଆଜି ତାରିଖରେ ଅଲ-କାଏଦା ନେତା ଓସାମା ବିନ୍‌ ଲାଡେନ୍‌ ଆକ୍ରମଣକୁ ରୂପାୟନ କରିଥିଲା। ବିଶ୍ୱ ବଣିଜ୍ୟର କେନ୍ଦ୍ର ସ୍ଥଳ  ନ୍ୟୁୟର୍କ ୱାର୍ଲଡ ଟ୍ରେଡ ସେଣ୍ଟର ଧରାଶାୟୀ ହୋଇଥିଲା। ଆମେରିକା ୨୦୧୧ରେ ତା ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି।  ଏଥିଲାଗି ଦାୟୀ ମୁଖ୍ୟ ଅଭିଯୁକ୍ତ ଓସାମା ବିନ୍‌ ଲାଡେନକୁ ହତ୍ୟା କରିଥିବାର ଦାବି କରୁଛି।

ସାରା ବିଶ୍ୱରେ ଆତଙ୍କବାଦର ପ୍ରସାର କରିଥିବା ଓସାମା ବିନ୍‌ ଲାଡେନ ପରିବାର ନିକଟରେ କହିବା ଲାଗି ନିଜନିଜର ଅନେକ କାହାଣୀ ଅଛି। ତେବେ ଓସାମା ସମ୍ପର୍କରେ ତାଙ୍କ ମା ଆଲିଆ ଗାନେମ ଯାହା କୁହନ୍ତି ବାସ୍ତବିକ ଆଶ୍ଚର୍ଯ୍ୟଜନକ। ଓସାମା ମୃତ୍ୟୁର ପ୍ରାୟ ୭ ବର୍ଷ ପରେ ଆଲିଆ ପ୍ରସଙ୍ଗରେ ମୁହଁ ଖୋଲିଥିଲେ। ଏଥିରେ ସେ ବ୍ରିଟିଶ ଗଣମାଧ୍ୟମ ‘ଦି ଗାର୍ଡିଆନ’କୁ ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ଓସାମାର ପୁରା କାହାଣୀ କହିଥିଲେ।

ଆଲିଆଙ୍କ ଅନୁସାରେ ତାଙ୍କ ପୁଅ ପିଲାଟି ବେଳୁ ଲାଜକୁଳା ଥିଲା। ହେଲେ ୟୁନିଭର୍ସିଟିରେ ପଢିବା ବେଳେ ତାଙ୍କର ବ୍ରେନ ୱାସ୍‌ କରି ଦିଆଯାଇଥିଲା। ତାଙ୍କ ମାଙ୍କ ମତରେ ଓସାମା ଜଣେ ନିଷ୍ପାପ ବ୍ୟକ୍ତିତ୍ୱ , ଯିଏ ତା ଜୀବନର ରାସ୍ତା ହୁଡି ଯାଇଥିଲା। ସେ ଜଣେ ଖୁବ୍ ଭଲପୁଅ ଥିଲେ ଯିଏ ମାଙ୍କୁ ବହୁତ ଭଲ ପାଉଥିଲେ। ଏବେ ଓସାମାଙ୍କ ପରେ ତାଙ୍କ ପରିବାର ସାଉଦୀ ଆରବର ଜେଦ୍ଦା ସହରସ୍ଥିତ ତାଙ୍କ ପୈତୃକ ବାସଭବନରେ ଅବସ୍ଥାନ କରୁଛନ୍ତି। ସାଉଦୀ କିଙ୍ଗଡମର ସମୃଦ୍ଧ ପରିବାରଙ୍କ ମଧ୍ୟରେ ଓସାମାଙ୍କ ପରିବାର ଅନ୍ୟତମ। ତେବେ ସାଉଦୀ ଆରବରେ ତାଙ୍କ ସମାଲୋଚକଙ୍କ ଅନୁସାରେ ଓସାମାଙ୍କ କାର୍ଯ୍ୟକଳାପ ପଛରେ ସାଉଦୀ ସରକାରଙ୍କ ସମର୍ଥନ ମଧ୍ୟ  ଥିଲା।  ଏଣୁ ୯/୧୧ ପୀଡିତ ସାଉଦୀ କିଙ୍ଗଡମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିଛନ୍ତି।

ଓସାମାଙ୍କ ଆମେରିକା ଆକ୍ରମଣରେ ସାମିଲ ୧୯ ଜଣ ବିମାନ ଅପହରଣକାରୀଙ୍କ ମଧ୍ୟରୁ ୧୫ ଜଣ ସାଉଦୀ ଆରବ ନାଗରିକ ଥିଲେ। ତେବେ ଓସାମାଙ୍କ ମାଙ୍କ ବୟାନ ଅନୁସାରେ ସେ ୨୦-୨୫ ବର୍ଷ ବୟସର ହୋଇଥିବା ବେଳେ କିଛି ଲୋକଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ତୋ ଜୀବନର ରାସ୍ତା ବଦଳି ଯାଇଥିଲା।  ଓସାମା ଜେଦ୍ଦା କିଙ୍ଗ ଅବଦୁଲ ଅଜିଜ ୟୁନିଭର୍ସିଟିରେ ଅର୍ଥଶାସ୍ତ୍ରର ଛାତ୍ର ଥିଲେ। ଭଲ ପଢୁବି ଥିଲେ। ହେଲେ ଠିକ୍ ଏହି ସମୟରେ ଲୋକେ ତାଙ୍କ ଜୀବନର ରାସ୍ତା ବଦଳାଇ ଦେଇଥିଲେ। ଶାନ୍ତ ଶରଳ ଛାତ୍ରକୁ ଧାର୍ମିକ କଠୋର ପନ୍ଥୀ ରାସ୍ତାରେ ଚଲାଇବାରେ ଲାଗିଥିଲେ ବୋଲି ତାଙ୍କ ମା କୁହନ୍ତି।

ତାଙ୍କ ମାଙ୍କ ଅନୁସାରେ ଏହି ୟୁନିଭର୍ସିଟି ହିଁ ତାଙ୍କ ଜୀବନର କାୟାକଳ୍ପ କରିଦେଇଥିଲା ।  ସେ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ତାଙ୍କର ସାକ୍ଷାତ ବ୍ରଦରହୁଡ୍ ସଦସ୍ୟ ଅବଦୁଲ୍ଲା ଆଜମଙ୍କ ସହ ହୋଇଥିଲା। ଯାହାଙ୍କୁ ପରେ ସାଉଦୀରୁ ବାହାର କରିଦିଆଯାଇଥିଲା। ହେଲେ ପରେ ସେ ଓସାମାର ଆଧ୍ୟାତ୍ମିକ ଗୁରୁ ପାଲଟିଯାଇଥିଲା। ଏମାନଙ୍କ ଠାରୁ ଦୂରେଇ ରହିବାକୁ ତାକୁ ବାରମ୍ବାର କୁହାଯାଉଥିଲା। ତା ଜୀବନର ଉଦ୍ଦେଶ୍ୟ ପୂରଣ ଲାଗି ତା ନିକଟରେ ବିପୁଳ ଅର୍ଥ ବି ଥିଲା। ହେଲେ ସେ କିଛି ବି କଲାନି  ସମସ୍ତ ଅର୍ଥ ଓ ସମୟ ସେମାନଙ୍କ ଲାଗି ନଷ୍ଟ କରିଦେଲା।

୮୦ ଦଶକ ଆରମ୍ଭରେ ଓସାମା ଋଷିଆ ବିରୋଧରେ ସଂଗ୍ରାମ ଲାଗି ଆଫଗାନିସ୍ତାନ ଯାଇଥିଲା ବୋଲି ତା ଭାଇ ହସନ କହନ୍ତି। ସେ ଯେତେବେଳେ ଆଫଗାନିସ୍ତାନରେ ପହଞ୍ଚିଲା ସେଠାରେ ତାକୁ ବହୁତ ସମ୍ମାନ କରାଯାଇଥିଲା। ଏପରିକି ତାକୁ ସାଉଦୀ ସରକାର ମଧ୍ୟ ସମ୍ମାନ କରୁଥିଲେ।  ତା ଲାଗି ଆମେ ସମସ୍ତେ ଗର୍ବିତ ଅନୁଭବ କରୁଥିଲୁ। ହେଲେ ତା ପରେ ସେ ମୁଜାହିଦ୍ଦିନ ପାଲଟିଯାଇଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଆତଙ୍କବାଦ କାର୍ଯ୍ୟକଳାପ ଓ ସାରା ବିଶ୍ୱରେ ପାଲଟିଯାଇଥିଲେ ଆତଙ୍କର ପର୍ଯ୍ୟାୟ।

ପିଲାଟି ବେଳୁ ଓସାମା ବହୁତ ସାଧାସିଧା ଥିଲା। ପାଠ ପଢାରେ ଆଗରେ ରହୁଥିଲା। ହେଲେ ସେ ତାର ସମସ୍ତ ଅର୍ଥ ଆଫଗାନିସ୍ତାନରେ ଖର୍ଚ୍ଚ କରିଦେଇଥିଲା। ସେ ଆତଙ୍କବାଦୀ ହୋଇସାରିଥିବା କେହି ଜାଣି ନଥିଲେ। ହେଲେ ଯେତେବେଳେ ଜଣାପଡିଲା ସମସ୍ତେ ଦୁଃଖିତ ହେଲେ ବୋଲି ତାଙ୍କ ମା କହନ୍ତି। ସେତେବେଳକୁ ତାକୁ ରାସ୍ତାକୁ ଫେରାଇ ଆଣିବାର  ସମସ୍ତ ରାସ୍ତା ବନ୍ଦ ହୋଇସାରିଥିଲା।  ୧୯୯୯ରେ ଶେଷ ଥର ଓସାମାକୁ ପରିବାର ଲୋକେ ଆଫଗାନିସ୍ତାନର କାନ୍ଧାରରେ ଦେଖିଥିବା ମା ଆଲିଆ କୁହନ୍ତି। ବିମାନ ବନ୍ଦର ନିକଟରେ ଏକ ଅଞ୍ଚଳରେ ତା ସହ ଭେଟ ହୋଇଥିଲା। ସେହି ଅଞ୍ଚଳକୁ ସେ ଋଷିଆ ଠାରୁ ଛଡେଇ ଆଣିଥିଲା। ସମଗ୍ର ଅଞ୍ଚଳ ଆମକୁ ବୁଲେଇ ଦେଖାଇଥିଲା।

ତେବେ ୯/୧୧ ଘଟଣା ଦିନର କଥାକୁ  ମନେ ପକାଇଛନ୍ତି ଓସାମାଙ୍କ ସାନ ଭାଇ ହସନ। ସେଦିନ ଆମ ପରିବାରର କାହା ମୁହଁରେ ଭାଷା ନଥିଲା। ସାରା ଦୁନିଆ ଆମକୁ ଦୋଷୀ ନଜରରେ ଦେଖୁଥିଲା। ଏହା ଆମ ଲାଗି ଏକ ଅଜବ ଅନୁଭବ ଥିଲା। ହେଲେ ଆମେ ଜାଣିସାରିଥିଲୁ ଏହି କାଣ୍ଡ ଓସାମା ବିନା ଅନ୍ୟ କେହି କରିନି। ଆମକୁ ଖୁବ୍ ଲଜ୍ଜା ଲାଗୁଥିଲା। ଏଥିପାଇଁ ହୁଏତ ଆମକୁ କଠିନରୁ କଠିନ ଶାସ୍ତି ମିଳିପାରେ ବୋଲି ମଧ୍ୟ ଆମେ ଆଶଙ୍କାରେ ଥିଲୁ।

ପରିବାର ଲୋକେ ବିଭିନ୍ନ ଦେଶରେ ରହୁଥିଲେ। ଖବର ପ୍ରଚାରିତ ହେବାମାତ୍ରେ ସମସ୍ତେ ଘରକୁ ଫେରିଆସିଥିଲେ। ସେତେବେଳେ ଆମ ପରିବାରର ଲୋକେ  ସିରିଆ, ଲେବାନନ, ଇଜିପ୍ଟ ଓ ୟୁରୋପରେ ରହୁଥିଲେ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପଚରା ଉଚରା କରାଯିବା ସହ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସାଉଦୀରୁ ବାହାରକୁ ଯିବା ଉପରେ କଟକଣା ଲାଗି ଯାଇଥିଲା। ଘଟଣାକୁ  ୨ ଦଶକ ବିତିଗଲାଣି। ଏବେ ସାଉଦୀରେ ଓସାମାର ପରିବାର ଲୋକେ ବେଶ୍ ସ୍ୱାଚ୍ଛନ୍ଦ୍ୟରେ ବିଚରଣ କରିପାରୁଛନ୍ତି। ହେଲେ ସେଦିନର ଭୟଙ୍କର ସ୍ମୃତି ଓ ପରିବାର ଦେହରେ ଲାଗିଥିବା କଳଙ୍କ ହୁଏତ ଆଉ କେବେ ହଟି ନପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। 

   Related Posts