ଭାରତର ପ୍ରଥମ ମହାକାଶ ଯାତ୍ରୀ କଳ୍ପନା ଚାୱଲାଙ୍କ ପୂଣ୍ୟତିଥୀରେ ପଢନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧/୦୨ : ଫେବୃଆରୀ ୧ ତାରିଖ ଅର୍ଥାତ ଆଜି ପ୍ରଥମ ଭାରତୀୟ ମହିଳା ମହାକାଶ ଯାତ୍ରୀ କଳ୍ପନା ଚାୱଲାଙ୍କ ପୂଣ୍ୟତିଥୀ। ଆଜିର ଦିନ ନାସା ଓ ଦୁନିଆର ସବୁ ମହାକାଶ ବୈଜ୍ଞାନିକଙ୍କ ପାଇଁ ଦୁଃଖର ଦିନ। ୨୦୦୩ ମସିହା ଫେବୃଆରୀ ୧ ତାରିଖରେ ଆମେରିକାର ମହାକାଶ ଷଟଲ କଲମ୍ବିଆ ନିଜର ମହାକାଶ ମିଶନ ପୁରା କରି ପୃଥିବୀପୃଷ୍ଠକୁ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସମସ୍ତ ମହାକାଶ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଭାରତର ମହିଳା ମହାକାଶ ଯାତ୍ରୀ କଳ୍ପନା ଚାୱଲା ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

{"id":402113,"sizeSlug":"large","linkDestination":"none"}

୧୯୬୨ ମସିହାରେ ହରିୟାଣାର କରନାଲରେ ଜନ୍ମ ହୋଇଥିବା କଳ୍ପନା ୨୦ ବର୍ଷ ବୟସରେ ସ୍ନାତକ କରିବା ପରେ ଆମେରିକା ଚାଲି ଯାଇଥିଲେ। ୧୯୮୪ ମସିହାରେ ଟେକ୍ସସ ୟୁନିଭର୍ସିଟିରେ ଆଗକୁ ପଢିଥିଲେ। ୧୯୯୫ ମସିହାରେ କଳ୍ପନା ନାସାରେ ମହାକାଶ ଯାତ୍ରୀ ଭାବେ ସାମିଲ ହୋଇଥିଲେ ଓ ୧୯୯୮ରେ ପ୍ରଥମେ ଉଡାଣ ପାଇଁ ଚୟନ ହୋଇଥିଲେ। ମହାକାଶରେ ସେ ୩୭୨ ଘଣ୍ଟା ବିତାଇଥିଲେ ଓ ପୃଥିବୀର ୨୫୨ ପରିକ୍ରମା ପୁରା କରିଥିଲେ। ସେ ପ୍ରଥମ ଭାରତୀୟ ମହିଳା ଥିଲେ ଯିଏ ମହାକାଶ ଯାତ୍ରା କରିଥିଲେ। କଳ୍ପନା ଚାୱଲାଙ୍କ ୧୮ତମ ପୁଣ୍ୟାଠିଥିରେ ତାଙ୍କ ବିଷୟରେ ପଢନ୍ତୁ କିଛି ଜଣା ଅଜଣା କଥା।

{"id":402116,"sizeSlug":"large","linkDestination":"none"}

୧. ୨୦୦୪ ମେ'୧୨ ତାରିଖରେ ଆମେରିକା ମହାକାଶ ଏଜେନ୍ସି କଳ୍ପନା ଚାୱଲାଙ୍କ ସ୍ମୃତିକୁ ସମ୍ମାନିତ କରିବାକୁ ଏକ ସୁପର କମ୍ପ୍ୟୁଟର ସମର୍ପିତ କରିଥିଲା। SGI Altix 300 ସୁପର କମ୍ପ୍ୟୁଟରର ଉପଯୋଗ ECCO ଫ୍ରେମୱାର୍କରେ ହାଇ ରିଜୋଲ୍ୟୁସନ ବିଶ୍ଳେଷଣ ପାଇଁ କରାଯାଇଥିଲା।

୨. କଳ୍ପନା ଚାୱଲାଙ୍କ ଅନ୍ତିମ ଇଛା ଅନୁସାରେ ତାଙ୍କ ଅବଶେଷର ଅନ୍ତିମ ସଂସ୍କାର ଆମେରିକା ଉଟାହ ସିୟୋନ ନ୍ୟାସନାଲ ପାର୍କରେ କରାଯାଇଥିଲା।

{"id":402117,"sizeSlug":"large","linkDestination":"none"}

୩. କଳ୍ପନା ଚାୱଲା ନିଜ ୪ ଭାଇ-ଭଉଣୀ ମଧ୍ୟରୁ ସବୁଠାରୁ ସାନ ଥିଲେ। ସ୍ନେହରେ ତାଙ୍କୁ ଘରେ ସମସ୍ତେ ମୋଟୁ ଡାକୁଥିଲେ। ଅଷ୍ଟମ ପଢିବା ସମୟରେ ସେ ଇଞ୍ଜିନିୟର ହେବେ ବୋଲି କହିଥିଲେ। କିନ୍ତୁ ବାପା ଚାହୁଁଥିଲେ ସେ ଡାକ୍ତର କିମ୍ଭା ଶିକ୍ଷୟତ୍ରୀ ହୁଅନ୍ତୁ।

୪. ସେ ପଞ୍ଜାବ ଇଂଜିନିୟରିଂ କଲେଜରେ ଏରୋନେଟିକ୍ସ ଇଂଜିନିୟରିଂରେ ସ୍ନାତକ କରିଥିଲେ। ଏହାପରେ ୨୦ ବର୍ଷ ବୟସରେ ସେ ଆମେରିକା ଚାଲି ଯାଇଥିଲେ ଓ ଦୁଇ ବର୍ଷ ପରେ ଏୟାରସ୍ପେସ ଇଂଜିନିୟରିଂରେ ମାଷ୍ଟର ଅଫ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ।

{"id":402118,"sizeSlug":"large","linkDestination":"none"}

୫. କଳ୍ପନା ଚାୱଲାଙ୍କ ଦେହାନ୍ତ ପରେ ତାଙ୍କ ସମ୍ମାନରେ ବିଶ୍ୱବିଦ୍ୟାଳୟ, ଛାତ୍ରବୃତ୍ତି ଓ ଅନେକ ସଡକ ମଧ୍ୟ ତାଙ୍କ ନାଁରେ ନାମକରଣ କରାଯାଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ଆମେରିକା ସ୍ଥିତ ଏୟାରୋସ୍ପେସ ଓ ପ୍ରତିରକ୍ଷା କମ୍ପାନୀ ନିଜ ସ୍ପେସସିପର ନାଁ କଳ୍ପନାଙ୍କ ନାଁରେ ରଖିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.