Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହନୁମାନଙ୍କ କେଉଁ ଫଟୋ ଘରେ ରଖିବା ଶୁଭ ଓ କେଉଁଟି ଅଶୁଭ ଜାଣନ୍ତୁ

28/07/2020 at 4:33 PM

ଭୁବନେଶ୍ୱର ୨୮/୦୭ : ପ୍ରତ୍ୟେକ ହିନ୍ଦୁ ପରିବାରରେ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ତାଙ୍କ ଘରେ ଭଗବାନଙ୍କ ଫଟୋ ଦେଖିବାକୁ ମିଳିଥାଏ । ଘରେ ଭଗବାନଙ୍କୁ ଆରାଧନା କଲେ ସକାରାତ୍ମକ ଶକ୍ତି ମିଳିଥାଏ । କିନ୍ତୁ ଘରେ ଭଗବାନ ପ୍ରତିମା କିଏ ଫଟୋ ଲଗାଇବାକୁ ମଧ୍ୟ କିଛି ନିୟମ ରହିଛି ଯାହାକୁ ପାଳନ କଲେ ଶୁଭଫଳ ମିଳିଥାଏ । ପବାନପୁତ୍ର ହନୁମାନଙ୍କୁ ଭଗବାନ ଶିବଙ୍କ ଏକାଦଶ ଅବତାର ବୋଲି କୁହାଯାଏ । ହନୁମାନ ଅମର ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଲୋକେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିଥାନ୍ତି । ତେବେ ଘରେ ହନୁମାନଙ୍କ କେଉଁ ଫଟୋ ରଖିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ଓ କେଉଁ ଫଟୋ ରଖିଲେ ଅଶୁଭଫଳ ପ୍ରାପ୍ତ ହୋଇଥାଏ ଜାଣନ୍ତୁ :

ହନୁମାନ ନିଜ ଭକ୍ତଙ୍କ ସବୁ ବାଧା ଦୂର କରନ୍ତି ଓ ସବୁ ସମସ୍ୟାରୁ ରକ୍ଷା କରନ୍ତି ବୋଲି କୁହାଯାଏ । ଶନି, ରାହୁ, କେତୁ ଭଳି ଗ୍ରହଙ୍କ ଦୁଃପ୍ରଭାବରୁ ହନୁମାନ ନିଜ ଭକ୍ତଙ୍କୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି । ଘରେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ପୂଜା କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ, ଭୁତ ପ୍ରେତ ଭୟ ମଧ୍ୟ ରହିନଥାଏ ।

ଘରେ ହନୁମାନଙ୍କ ଏହିସବୁ ଫଟୋ ଲଗାନ୍ତୁନାହିଁ –

  • ହନୁମାନଙ୍କ ଫଟୋ ଯେଉଁଠହିରେ ସେ ନିଜ ଛାତି ଚିରିଥିବେ ସେହିଭଳି ଫଟୋ ରଖନ୍ତୁ ନାହିଁ ।
  • ଯେଉଁ ଫଟୋରେ ହନୁମାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସେଇଥିବେ ସେହିଭଳି ଫଟୋ ମଧ୍ୟ ଘରେ ରଖିବା ଅନୁଚିତ ।
  • ଯେଉଁ ଫଟୋରେ ହନୁମାନ ସଞ୍ଜିବନୀ ନେଇ ଉଡ଼ୁଥିବେ ସେହି ଫଟୋ ମଧ୍ୟ ଘରେ ରଖିବା ଅନୁଚିତ, ଏହାକୁ ଅଶୁଭ କୁହାଯାଏ ।
  • ଯେଉଁ ଫଟୋରେ ହନୁମାନ ରାକ୍ଷସ ତଥା ଅଧର୍ମୀଙ୍କ ସଂହାର କରୁଥିବେ କିମ୍ବା ଲଙ୍କା ଦହନ କରୁଥିବେ ସେହି ଫଟୋ ମଧ୍ୟ ରଖିବା ଅନୁଚିତ ।

ଏହିସବୁ ଫଟୋ ରଖିବା ଶୁଭ ହୋଇଥାଏ –

  • ଯେଉଁ ଫଟୋରେ ହନୁମାନ ଯୁବ ଅବସ୍ଥାରେ ହଳଦିଆ ବସ୍ତ୍ର ପିନ୍ଧିଥିବେ, ଏହିଭଳି ଫଟୋ ରଖିଲେ ଘରେ ସୁଖ ସମୃଦ୍ଧି ବଜାୟ ରହେ ।
  • ହନୁମାନ ନାଲି ବସ୍ତ୍ର ପିନ୍ଧିଥିବା ଫଟୋ ଘରେ ରଖିଲେ ପିଲାଙ୍କ ମନ ପାଠ ପଢାରେ ଲାଗିଥାଏ ।
  • ଘରେ ରାମ ଦରବାରଙ୍କ ଫଟୋ ଲଗାଇଲେ ପରିବାରରେ ପ୍ରେମ ଓ ସୌହାର୍ଧ୍ୟ ବୃଦ୍ଧି ପାଇଥାଏ ।
  • ଘରର ମୁଖ୍ୟଦ୍ଵାରରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ।
  • ହନୁମାନ ନିଜ ପ୍ରଭୁ ଶ୍ରୀରାମଙ୍କ ସେବାରେ ଲୀନ ଥିବା ଫଟୋ ଘରେ ରଖିବା ଉଚିତ, ଏହି ଫଟୋ ରଖିଲେ ଘରେ ଧନ ସମ୍ପତ୍ତିର ଅଭାବ ରହେନାହିଁ ।

   Related Posts