Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପାଲଘର ଭିଡ ହିଂସାର ଶିକାର ହୋଇଛନ୍ତି ଜୁନା ଆଖଡାର ଦୁଇ ସାଧୁ, ଜାଣନ୍ତି ସେହି ଜୁନା ଆଖଡାର ଇତିହାସ ?

21/04/2020 at 2:26 PM

ଡେହରାଡୁନ ୨୧।୪: ଅପ୍ରେଲ ୧୬ ତାରିଖ ଗୁରୁବାର ଦିନ ମହାରାଷ୍ଟ୍ରର ପାଲଘରରେ ଭିଡ ହିଂସାର ଶିକାର ହୋଇଥିଲେ ଦୁଇଜଣ ସାଧୁ ଏବଂ ସେମାନଙ୍କ ଡ୍ରାଇଭର । ଏହି ୩ଜଣଙ୍କୁ ପିଟି ପିଟି ମାରି ଦେଇଥିଲେ ଲୋକ । ଏହି ଘଟଣାରେ ପ୍ରାଣ ହରାଇଥିବା ଦୁଇ ସାଧୁ ହେଉଛନ୍ତି ସୁଶୀଲ ଗିରି ମହାରାଜ ଏବଂ ଚିକାନେ ମହାରାଜ କଳ୍ପବୃକ୍ଷଗିରି । ଏହି ଦୁଇ ଜଣ ସାଧୁ ଜୁନା ଆଖଡା ସହ ଜଡିତ ଥିଲେ । ନାଗା ସାଧୁମାନଙ୍କର ସବୁଠୁ ବଡ ଆଖଡା ହେଉଛି ଜୁନା ଆଖଡା ।

ଜୁନା ଆଖଡା ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଆଖଡା କଣ ବୁଝିବାକୁ ହେବ । ଆଖଡା ଶବ୍ଦ ଦୁଇଟି ଅର୍ଥରେ ବ୍ୟବହୃତ ହୁଏ । ଗୋଟିଏ ହେଉଛି ଯେଉଁଠାରେ ପହଲିମାନ କୁସ୍ତି ଲଢନ୍ତି । ଦ୍ବିତୀୟଟି ସାଧୁମାନଙ୍କ ସମୂହ । ଅଧିକାଂଶ ସ୍ତ୍ରୋତରେ ଦର୍ଶାଯାଇଛି ଯେ ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟ ଦଶନାମୀ ସାଧୁ ସମ୍ପ୍ରଦାୟ ଆରମ୍ଭ କରିଥିଲେ । ଏଥିରେ ଦେଶର ଚାରି କୋଣରେ ଚାରୋଟି ମଠ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ମଠର ସଭାପତି ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ମନୋନୀତ ହୋଇଥିଲେ ।

୧. ଓଡିଶାରେ ଗୋବର୍ଦ୍ଧନ ମଠ । ଶ୍ରୀ ପଦ୍ମପାଦାଚାର୍ଯ୍ୟ ଏହାର ମୁଖ୍ୟ ହୋଇଥିଲେ ।

୨. କେରଳର ଶ୍ରୃଙ୍ଗେରୀ ଶାରଦା ମଠ । ଶ୍ରୀ ସୁରେଶ୍ବରାଚାର୍ଯ୍ୟ ଏହାର ମୁଖ୍ୟ ହୋଇଥିଲେ ।

୩. ଉତ୍ତରାଖଣ୍ଡରେ ଜ୍ୟୋର୍ତିମଠ । ଏହାର ନେତୃତ୍ବର କାର୍ଯ୍ୟ ଶ୍ରୀ ଟୋଟକାଚାର୍ଯ୍ୟଙ୍କୁ ଦିଆଯାଇଥିଲା ।

୪. ଗୁଜୁରାଟରେ ଦ୍ବାରକା ମଠ । ଶ୍ରୀ ହସ୍ତମାଲାକାଚାର୍ଯ୍ୟ ଏହାର ମୁଖ୍ୟ ହୋଇଥିଲେ ।

ଏହି ଚାରିଜଣ ଶିଷ୍ୟଙ୍କଠାରୁ ଆରମ୍ଭ ହୋଇଥିବା ପରମ୍ପରାର ପରବର୍ତ୍ତୀ ସମୟରେ ଦଳଗୁଡିକ ବିଭାଜନ ଜାରି ରଖିଥିଲେ । ସେଥିରୁ ଦଶଟି ନାମ ଉତ୍ପନ୍ନ ହୋଇଥିଲା – ଗିରି, ଭାରତୀ, ତିର୍ଥ, ସାଗର, ଅରଣ୍ୟ, ସରସ୍ବତୀ, ପୁରୀ, ଆଶ୍ରମ, ବାଣ ଏବଂ ପର୍ବତ । ଏହି ଦଶଟି ନାମ ହେତୁ ସେମାନଙ୍କର ସମୂହକୁ ଦଶନାମୀ ସମ୍ପ୍ରଦାୟ କୁହାଯାଉଥିଲା ।

ମୋଗଲ ଶାସନ କାଳରେ ଜୁନାଗଡର ନିଜାମ ସେଠାରେ ଥିବା ଲୋକଙ୍କୁ ଅତ୍ୟାଚାର କରିଥିଲେ । ଏହାପରେ ଭୈରବ ଆଖଡାର ସାଧୁମାନେ ଏକତ୍ରିତ ହୋଇ ତାଙ୍କ ସୈନ୍ୟବାହିନୀକୁ ପରାସ୍ତ କଲେ । ଯେତେବେଳେ ନିଜାମ ଦେଖିଲେ ଯେ ତାଙ୍କ ପଦକ୍ଷେପ ଉଚ୍ଛେଦ ହୋଇଛି, ସେ ଏକ ଚୁକ୍ତି ବିଷୟରେ କହିଥିଲେ । ସେ କହିଥିଲେ ଯେ ଆମେ ପଛକୁ ହଟିଯିବୁ । ଆପଣ ସମସ୍ତଙ୍କ ସହିତ ଏକ ଚୁକ୍ତି କରିବାକୁ ଚାହୁଁଛୁ । ଆପଣମାନେ ଆମ ସହିତ ରାତ୍ରୀ ଭୋଜନ କରିବେ । ଏହିପରି ଭାବରେ ସେ ଭୈରବ ଆଖଡାର ସମସ୍ତ ସାଧୁଙ୍କୁ ଭୋଜନରେ ଡାକି ସମସ୍ତଙ୍କୁ ବିଷ ଦେଇଥିଲେ । କିନ୍ତୁ ନିୟମ ଅନୁଯାୟୀ, ମୁଖ୍ୟ ପୁରୋହିତ, କୋଠାରୀ (ଯିଏ ଖାତାର ତଦାରଖକାରୀ ଥିଲେ) ଏବଂ ଅନ୍ୟ କିଛି ଜଣ ସମସ୍ତେ ଖାଇବା ପରେ ଖାଇଥାନ୍ତି । ଏହିପରି ସେମାନେ ବିଷରୁ ବଞ୍ଚି ଯାଇଥିଲେ । ଏହି ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ଚାଲିଯାଇ ଅନ୍ୟ ଆଖଡାରେ ଆଶ୍ରୟ ନେଇଥିଲେ । ସେହି ଲୋକମାନେ ପଚାରିଥିଲେ ଭୈରବ ଆଖଡା ତ ଶେଷ ହୋଇଯାଇଛି । ଆପଣ କେଉଁ ଆଖଡାରୁ ଆସିଛନ୍ତି ? ସେମାନେ କହିଥିଲେ ଆମେ ସେହି ପୁରୁଣା ଆଖଡାରୁ ଆସିଛୁ । ଗୁଜରାଟୀରେ ‘ଜୁନା’ ଅର୍ଥ ପୁରୁଣା । ଏହିପରି ଏହି ଆଖଡାର ନାମ ଜୁନା ଆଖଡାରେ ପରିଣତ ହେଲା ।

ଶ୍ରୀପଞ୍ଚାୟତୀ ଦଶନାମ୍ ଜୁନାଦତ୍ତ ଅଥବା ଜୁନା ଆଖଡା ୧୧୪୫ ମସିହାରେ ଉତ୍ତରାଖଣ୍ଡର କର୍ଣ୍ଣପ୍ରାୟାଗ (ଚାମୋଲି)ରେ ପ୍ରତିଷ୍ଠା ହୋଇଥିଲା । ଶ୍ରୀପଞ୍ଚାଦଶନମ୍ ଜୁନା ଆଖଡା ବର୍ତ୍ତମାନ ସମୟରେ ଜୁନା ଆଖଡା ଦେଶର ସବୁଠାରୁ ବଡ ଆଖଡା ମଧ୍ୟରୁ ଗୋଟିଏ । ଏଥିରେ ୪ ଲକ୍ଷରୁ ଅଧିକ ନାଗା ସାଧୁ ଅଛନ୍ତି । ତାଙ୍କର ଦେବତା ହେଉଛନ୍ତି ରୁଦ୍ରାବତ୍ତାର ଭଗବାନ ଦତ୍ତାତ୍ରେୟ ।

ଜୁନା ଆଖଡା ମୁଖ୍ୟାଳୟ ବାରାଣାସୀର ବଡ ହନୁମାନ ଘାଟରେ ରହିଛି ଏବଂ ହରିଦ୍ବାରର ମାୟାଦେବୀ ମନ୍ଦିରରେ ମଧ୍ୟ ଅବସ୍ଥିତ । ଯେତେବେଳେ ଏହି ଆଖଡାର ନାଗା ସାଧୁ ସାହି ସ୍ନାନ ପାଇଁ ଯାଆନ୍ତି, ସେତେବେଳେ ଭକ୍ତମାନେ ସେହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆସିଥାନ୍ତି । ବର୍ତ୍ତମାନ ଏହାର ଆଚାର୍ଯ୍ୟ ହେଉଛନ୍ତି ମହାମଣ୍ଡଳଶ୍ବର ସ୍ବାମୀ ଅବଦେଶାନନ୍ଦ ଗିରି ମହାରାଜ ।

ଯଦି କେହି ଆଖଡାର ସଦସ୍ୟ ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ ୧୨ ବର୍ଷର ସଂକଳ୍ପ ପୂରଣ କରିବାକୁ ପଡିବ । ଏହି ୧୨ ବର୍ଷ ମଧ୍ୟରେ, ସେ ଆଖଡାର ନିୟମ ଶିଖନ୍ତି । ପରମ୍ପରାକୁ କିପରି ଅନୁସରଣ କରାଯିବ ସେ ବିଷୟରେ ଜ୍ଞାନ ଆହରଣ କରିଥାନ୍ତି । ଏହି ୧୨ ବର୍ଷରେ ତାଙ୍କୁ ବସ୍ତ୍ରଧାରୀ ବ୍ରହ୍ମଚାରି କୁହାଯାଏ । ଯେତେବେଳେ ଏହି ୧୨ ବର୍ଷର ସଂକଳ୍ପ ପୂରଣ ହୁଏ, ସେତେବେଳେ ସେହି ବ୍ୟକ୍ତି ନାଗା ସାଧୁ ହୋଇଯାଏ । ତାପରେ କୁମ୍ଭ ମେଳାରେ ସେ ନାଗା ସାଧୁ ଭାବେ ଦୀକ୍ଷା ଗ୍ରହଣ କରିଥାନ୍ତି । ମହିଳାମାନେ ମଧ୍ୟ ଆଖଡା ସାମିଲ ହୋଇଥାନ୍ତି ।

ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ହେଉଛନ୍ତି ଆଧ୍ୟାତ୍ମିକ ମୁଖିଆ । ଏହାପରେ ମହାମଣ୍ଡଳେଶ୍ବର ଏବଂ ମଣ୍ଡଳେଶ୍ବର ରୁହନ୍ତି । ଦୈନନ୍ଦିନ କାର୍ଯ୍ୟକଳାପ ଇତ୍ୟାଦି ପାଇଁ ଶ୍ରୀମହନ୍ତ, ମହନ୍ତ ଏବଂ ସଚିବଙ୍କ ରହିଥାନ୍ତି । ଆଖଡା ଚଳାଇବା ପାଇଁ ପ୍ରତି ଛଅ ବର୍ଷରେ ଆୟୋଜିତ କୁମ୍ଭ ମେଳାରେ ପାଞ୍ଚ ଜଣଙ୍କୁ ଚୟନ କରାଯାଇଥାଏ । ଏମାନଙ୍କୁ ଶ୍ରୀ ପଞ୍ଚ କୁହାଯାଏ ।

   Related Posts