Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଲଗାନ୍ତୁ ରାଶି ଅନୁସାରେ ଭୋଗ, ଚମକିବ ଭାଗ୍ୟ

23/08/2019 at 9:31 PM

ହିନ୍ଦୁ ପର୍ବ ପର୍ବାଣୀରେ ୧୨ ମାସରେ ୧୩ ପର୍ବ। ଏଥିରେ କୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ଅନ୍ୟତମ ଓ ପ୍ରମୁଖ ।  ଦେଶର ଅଧିକାଂଶ ଲୋକେ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ପାଳନ କରନ୍ତି। ଏହା ସାତ୍ତ୍ୱିକ ମହତ୍ୱ ମଧ୍ୟ ରହିଛି। ଜ୍ୟୋତିଷୟ ମତରେ ମଧ୍ୟ ଜନ୍ମାଷ୍ଟମୀର ଅନନ୍ୟ ମହତ୍ୱ ରହିଛି। ବିଧିବିଧାନରେ ଜନ୍ମାଷ୍ଟମୀ ପାଳନ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଥିବାର ମଧ୍ୟ ଅନେକ ନଜିର ରହିଛି। ତେବେ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ନିଜ ଜନ୍ମ ରାଶି ଅନୁସାରେ ଭୋଗ କଲେ ଏହାର ନିଶ୍ଟିତ ସୁଫଳ ମିଳିବ ବୋଲି କହନ୍ତି ଜ୍ୟୋତିଷାଚାର୍ଯ୍ୟ। ରାଶି ଅନୁସାରେ ଭୋଗ କଲେ ଭକ୍ତଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଶ୍ରୀକୃଷ୍ଣଙ୍କୁ କେଉଁ ଭୋଗ କରିପାରିବେ।

ମେଷ ରାଶିର ଲୋକେ ଶ୍ରୀକୃଷ୍ଣଙ୍କୁ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଡାଳିମ୍ବ ଓ ଲଡୁ ଭୋଗ କରିପାରନ୍ତି। ଏଥିରୁ ନିଶ୍ଚିତ ସୁଫଳ ମିଳିବ। ସେହିପରି ବୃଷ ରାଶିର ଲୋକେ ରସଗୋଲା ଭୋଗ କଲେ ନିଶ୍ଟିତ ମନସ୍କାମନା ପୁରଣ ହେବ। ମିଥିନ ରାଶିର ଲୋକେ କାଜୁରେ ପ୍ରସ୍ତୁତ ମିଠାଇ ଭୋଗ ଲଗାଇଲେ ମନବାଞ୍ଛିତ ଫଳ ନିଶ୍ଚିତ ମିଳିବ ବୋଲି କୁହନ୍ତି ଜ୍ୟୋତିଷାଚାର୍ଯ୍ୟ।

କର୍କଟ ରାଶିର ଲୋକେ ମେବା ବା ନଡିଆରେ ପ୍ରସ୍ତୁତ ଭୋଗ ଅଥବା ନଡିଆ ଭୋଗ କଲେ ସୁଫଳ ମିଳିବ। ସିଂହ ରାଶିର ଲୋକେ ବିଲ୍ୱ ଓ ଗୁଡରେ ପ୍ରସ୍ତୁତ ଭୋଗ ଲାଗି କରିପାରିବେ। କନ୍ୟାରାଶିର ଲୋକେ ତୁଳସୀ ପତ୍ର, ନାଷ୍ପତ୍ତି ଅଥବା ଯେ କୌଣସି ସବୁଜ ଫଳ ଭୋଗ ଲଗାଇ ପାରନ୍ତି। ଏଭଳି ଭୋଗ ଭକ୍ତଙ୍କ ମନବାଞ୍ଛାପୂରଣରେ ନିଶ୍ଚିତ ସହାୟକ ହେବ।

ସେହିପରି ତୁଳା ରାଶିର ଲୋକେ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କାଲାକନ୍ଦ ଓ ସେଓ ଭୋଗ ଲଗାନ୍ତୁ ସେମାନଙ୍କ ଜୀବନର ସମସ୍ୟା ସମାଧାନରେ ସାହୟକ ହେବ। ବିଛା ରାଶିର ଲୋକେ ରାବିଡି ବା ଗୁଡରେ ପ୍ରସ୍ତୁତ କୌଣସି ଭୋଗ କରିପାରନ୍ତି। ଧନୁରାଶିର ଲୋକେ ବେଶନ ପ୍ରସ୍ତୁତ ପେଡା ବା ଅନ୍ୟ କୌଣସି ଭୋଗ ପ୍ରସ୍ତୁତକରି ଭୋଗ ଲଗାଇ ପାରନ୍ତି।

ମକର ରାଶିର ଲୋକେ କଳାଜାମୁନ ବା କଳା ଅଙ୍ଗୁର କୋଳି ଭୋଗ କରିପାରନ୍ତି। କୁମ୍ଭ ରାଶିର ଲୋକେ ଚକଲେଟ୍ ରଙ୍ଗର ବର୍ଫି ବା ଚିକୁ ଭୋଗ କଲେ ନିଶ୍ଟିତ ସୁଫଳ ପାଇବେ। ସେହିପରି ମିନ ରାଶିର ଲୋକେ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଜିଲାପି ଅଥବା କଦଳି ଭୋଗ କରନ୍ତୁ ନିଶ୍ଟିତ ପ୍ରଭୁଙ୍କ କରୁଣା ଲାଭ କରିବେ। ଶୁକ୍ରବାର ତିଥି ଅନୁସାରେ ଜନ୍ମାଷ୍ଟମୀ ଅନେକ ଲୋକେ ପାଳନ କରୁଛନ୍ତି । ତେବେ ନକ୍ଷତ୍ର ଅନୁସାରେ ଶନିବାର ବି ଜନ୍ମାଷ୍ଟମୀ ଭୋଗ କରାଯାଇପାରିବ।

   Related Posts