ଏଥର ଦୁଇ ଦିନ ପାଳିତ ହେବ ଜନ୍ମାଷ୍ଟମୀ, ଜାଣନ୍ତୁ ପୂଜା ମୁହୂର୍ତ୍ତ ଓ ବିଧିବିଧାନ

Published By : Prameya-News7 Bureau | August 10, 2020 IST

ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏଣୁ ଏହି ଦିନଟିକୁ ସାରା ଦେଶରେ ଜନ୍ମାଷ୍ଟମୀଭାବେ ପାଳନ କରାଯାଏ। ତେବେ  ଚଳିତବର୍ଷ ଦୁଇ ଦିନ ଜନ୍ମାଷ୍ଟମୀ ପାଳିତ ହେବ। ଯଦିଓ ୧୧ ତାରିଖ ଜନ୍ମାଷ୍ଟମୀ ବୋଲି ପଞ୍ଜିକା ଓ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି ତେବେ ଲୋକେ ୧୨ ତାରିଖ ରାତିରେ ମଧ୍ୟ ଜନ୍ମାଷ୍ଟମୀ ପାଳନ କରିପାରିବେ ବୋଲି ଜ୍ୟୋତିଷ ପାରମାର୍ଶ ଦେଇଛନ୍ତି।

{"id":312749,"width":578,"height":688,"sizeSlug":"large"}

କୃଷ୍ଣଙ୍କ ଜନ୍ମ ମଧ୍ୟରାତ୍ରରେ ହୋଇଥିଲା। ଏଣୁ ମଧ୍ୟରାତ୍ରରେ ବାଲଗୋପାଲଙ୍କ ପୂଜା ଅଧିକ ଶୁଭଦାୟୀ ହେବ ବୋଲି ଜ୍ୟୋତିଷ କୁହନ୍ତି। ସେହି ଅନୁସାରେ ଯେଉଁମାନେ ୧୧ ତାରିଖରେ ଜନ୍ମାଷ୍ଟମୀ ପାଳନ କରିବେ ସେମାନେ ବି ମଧ୍ୟରାତ୍ର ପରେ ପୂଜା ଆୟୋଜନ କରିପାରିବେ। ତେବେ ୧୨ ତାରିଖରେ ଜନ୍ମାଷ୍ଟମୀ ପାଳନ କଲେ ରାତି ୧୨ଟା ୪୭ ମିନିଟ୍‌ ସୁଧା ପୂଜା ଶେଷ କରିବାକୁ ପଡିବ। ଏହିଦିନ ପୂଜାଲାଗି ମାତ୍ର ୪୩ ମିନିଟ୍‌ ସମୟ ମିଳିବ। ଳୋକେ ଏହି ଦିନ ଶ୍ରୀକୃଷ୍ଣଙ୍କ ବାଳକ ସ୍ୱରୂପକୁ ଆରାଧନା କରନ୍ତି।  

{"id":312750,"sizeSlug":"large"}

ଜନ୍ମାଷ୍ଟମୀ ପୂଜା ପୂର୍ବରୁ ଭକ୍ତ ସ୍ନାନାଦି କର୍ମରୁ ନିବୃତ୍ତହୋଇ ପୂଜା ଆରମ୍ଭ କରିବା ସହ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ପୂଜା କରିବେ। ପଞ୍ଚାମୃତ ସ୍ନାନ ପରେ ତାଙ୍କୁ ନବ ବସ୍ତ୍ର ପରିଧାନ କରାଇ ତାଙ୍କର ଶୃଙ୍ଗାର କରିବେ। ଏହା ପରେ ଘରେ ପ୍ରସ୍ତୁତ କରିଥିବା ଭୋଗ କରି କୃଷ୍ଣ ଆରତୀ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.