ପ୍ରଥମ ଦେଖାରେ ପ୍ରେରଣାଙ୍କୁ ହୃଦୟ ଦେଇ ବସିଥିଲେ ଶରମନ ଯୋଶୀ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪: ବଲିଉଡ ଅଭିନେତା ଶରମନ ଯୋଶୀ ୪୨ ବର୍ଷ ବୟସରେ ପାଦ ଥାପିଲେଣି । ସେ ୧୭ ମାର୍ଚ୍ଚ ୧୯୭୯ ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମରାଠୀ ପରିବାରର, କିନ୍ତୁ ତାଙ୍କ ବାପା ଅରବିନ୍ଦ ଯୋଶୀ ଗୁଜରାଟୀ ଥିଏଟରର ଜଣେ ଦିଗଜ ଅଭିନେତା ଥିଲ । ଏହା ବ୍ୟତୀତ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଏଟର ସହିତ ଜଡିତ । ଶରମନ ନିଜେ ମଧ୍ୟ ଥିଏଟରକୁ ବହୁତ ଭଲ ପାଆନ୍ତି ।

୧୯୯୯ ରେ ନିର୍ଦ୍ଦେଶକ ବିନୟ ଶୁକ୍ଲାଙ୍କ ଆର୍ଟ ଫିଲ୍ମ 'ଗଡ୍ ମଦର୍' ସହିତ ଶରମନ ବଲିଉଡରେ ଡେବ୍ୟୁ କରିଥିଲେ । ତା’ପରେ ସେ 'ଷ୍ଟାଇଲ୍' (୨୦୦୧), 'ଏକ୍ସକ୍ୟୁଜ୍ ମି' (୨୦୦୩), 'ଶାଦି ନମ୍ବର ୱାନ୍' (୨୦୦୫), 'ରଙ୍ଗ ଦେ ବସନ୍ତୀ' (୨୦୦୬), 'ଗୋଲମାଲ୍' (୨୦୦୭), 'ଥ୍ରୀ ଇଡିଅଟ୍ସ' ( ୨୦୦୯) ଏବଂ 'ଫରାରୀ କି ସୱାରୀ' (୨୦୧୨) ପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ସେ ଫିଲ୍ମ 'ଥ୍ରୀ ଇଡିଅଟ୍ସ ' ରେ ' ଗିଭ୍ ମି ସମ୍ ସାଇନ୍' ଗୀତ ମଧ୍ୟ ଗାଇଛନ୍ତି । ଏହି ଫିଲ୍ମ ପାଇଁ ସେ ଫିଲ୍ମଫେୟାରର ବେଷ୍ଟ ସପୋର୍ଟିଙ୍ଗ୍ ଆୱାର୍ଡ ମଧ୍ୟ ପାଇଥିଲେ ।

କଲେଜରେ ପଢୁଥିବା ସମୟରେ ଶରମନ ଯୋଶୀଙ୍କ ଲଭ୍ ଲାଇଫ୍ ଆରମ୍ଭ ହୋଇଥିଲା । ସେଠାରେ ତାଙ୍କର ଏକ ଏପରି ଝିଅ ସହ ଭେଟ ହୋଇଥିଲା ଯାହାକୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ । ସେହି ଝିଅର ନାମ ଥିଲା ପ୍ରେରଣା ଚୋପ୍ରା, ଯିଏ ପ୍ରସିଦ୍ଧ ଫିଲ୍ମ ଅଭିନେତା ପ୍ରେମ ଚୋପ୍ରାଙ୍କ ଝିଅ ।

{"width":598,"height":449}

ପ୍ରଥମ ଦେଖା ପରେ ପ୍ରେରଣା ମଧ୍ୟ ଶରମନଙ୍କୁ ପସନ୍ଦ କରିଥିଲେ । କିନ୍ତୁ ଦୁହେଁ ପରସ୍ପରକୁ ନିଜର ଭାବନା ପ୍ରକାଶ କରିନଥିଲେ । ଏହା ପରେ ତାଙ୍କର ବାରମ୍ବାର ଦେଖା ହୋଇଥିଲା ଏବଂ ଦୁହେଁ ଘନିଷ୍ଠ ବନ୍ଧୁ ହୋଇଯାଇଥିଲେ । ତେବେ ଦୁହେଁ ପରସ୍ପରକୁ କେବେ ପ୍ରପୋଜ୍ କରିନଥିଲେ ।  ୧୫ ଜୁନ୍ ୨୦୦୦ ରେ, ଦୁହେଁ ଗୁଜୁରାଟୀ ରୀତିନୀତିରେ ବିବାହ କରିଥିଲେ । ଯେଉଁ ବର୍ଷ ଦୁହେଁ ବିବାହ କରିଥିଲେ, ସେହି ବର୍ଷ ଶରମନ ଯୋଶୀ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.