Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆସିଗଲା କଞ୍ଜ୍ୟୁମର ଟ୍ରେକର ସର୍ଭେ ରିପୋର୍ଟ, ଜାଣନ୍ତୁ କିଣାକିଣି ଓ ଉତ୍ସବ ଲାଗି କପରି ରହିଛି ଭାରତୀୟଙ୍କ ମାନସିକତା

24/07/2021 at 8:35 PM

ନୂଆଦିଲ୍ଲୀ ୨୪।୭ : ଡୋଲୋଏଟ୍‌ ଶନିବାର ‘ଗ୍ଲୋବାଲ ଷ୍ଟେଟ୍‌ ଅଫ କଞ୍ଜ୍ୟୁମର ଟ୍ରାକର’ ସର୍ଭେକ୍ଷଣ ରିପୋର୍ଟ ଜାରି କରିଛନ୍ତି। କରୋନା ଦ୍ୱିତୀୟ ଲହରରେ ସ୍ଥାଣୁ ପାଲଟି ଯାଇଥିବା ଭାରତୀୟଙ୍କ ଆର୍ଥିକ ଗତିବିଧି ନେଇ ଏହି ସର୍ଭେକ୍ଷଣ କରାଯାଇଥିବା ବେଳେ ଆଗାମୀ  ଉତ୍ସବ ଯେପରି ରକ୍ଷା ବନ୍ଧନ, ଜନ୍ମାଷ୍ଟମୀ, ଗଣେଶୋତ୍ସବରେ ଲୋକେ କିପରି କିଣାକିଣି ଓ ଖର୍ଚ୍ଚ କରିବେ ସେ ନେଇ ସେମାନଙ୍କର ମାନସିକତା ଜଣାପଡିଛି। ଏଥିରେ ଅନେକ ଭାରତୀୟ ପରିବାର ବୁଝିବିଚାରି ଖର୍ଚ୍ଚ କରିବେ ବୋଲି ସୂଚନା ମିଳୁଛି। 

ତେବେ ଲୋକେ ଏଥିରେ ସେମାନଙ୍କ ଜରୁରି ଆବଶ୍ୟକତାକୁ ଗୁରୁତ୍ୱ ଦେବେ ବୋଲି ଜଣାପଡିଥିବା ବେଳେ ଅଯଥା ଖର୍ଚ୍ଚ ନିୟନ୍ତ୍ରଣ କରିବେ ବୋଲି ସୂଚନା ମିଳୁଛି। ସର୍ଭେକ୍ଷଣରୁ ୬୧ ପ୍ରତିଶତ ଉପଭୋକ୍ତା ହାଟକୁ ଯାଇ କିଣାକିଣି ଲାଗି ଆଗ୍ରହୀ ଅଛନ୍ତି। କରୋନା ଲକଡାଉନ ଯୋଗୁ ଦୋକାନ ବଜାର ବନ୍ଦ କାଳରେ ଲୋକେ ଗଳି ମୁଣ୍ଡ ଦୋକାନରୁ କେବଳ ଜରୁରି ଆବଶ୍ୟକ ସାମଗ୍ରୀ କିଣୁଥିଲେ। ଏବେ ସେମାନେ ସ୍ୱାଚ୍ଛନ୍ଦ୍ୟରେ କିଣାକିଣି କରିବାକୁ ଚାହୁଁଥିବାର ସର୍ଭେରୁ ଜଣାପଡିଛି।

ସେହିପରି ୫୧ ପ୍ରତିଶତ ଲୋକେ ଆୟୋଜନରେ ସାମିଲ ହେବାକୁ ବେଶ୍ ଉତ୍ସାହିଥିବାର ସୂଚନା ମିଳୁଛି। ଘରେ ରହିରହି ପର୍ବପର୍ବାଣୀ ବିବାହ ବ୍ରତରେ ସାମିଲ ହୋଇ ପାରିନଥିବା ଲୋକେ  ସାମାଜିକ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାଗନେବାକୁ ଆଗ୍ରହୀ ଥିବାର କହିଛନ୍ତି। ଦେଶରେ କରୋନା ସଂକ୍ରମଣ ହ୍ରାସ ହୋଇ ଚାଲିଥିବା ବେଳେ ଟିକାକରଣ ମଧ୍ୟ ବଢିବଢି ଚାଲିଛି। ଏଣୁ ମହାମାରୀକୁ ନେଇ ଲୋକଙ୍କ ମାନସିକ ଅଶାନ୍ତି ମଧ୍ୟ ହ୍ରାସ ହୋଇଛି। ମେ ମାସରେ ଏଥିଲାଗି ୪୫ ପ୍ରତିଶତ ଲୋକଙ୍କ ସମୟ ଅଶାନ୍ତି ଓ ଚିନ୍ତାରେ କଟୁଥିବା ବେଳେ ତାହା ଏବେ ୩୯ ପ୍ରତିଶତକୁ ହ୍ରାସ ହୋଇଛି।

ତେବେ ୭୯ ପ୍ରତିଶତ ଭାରତୀୟ ଲୋକେ ସେମାନଙ୍କ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥବା ବେଳେ ୮୫ ପ୍ରତିଶତ ପାରିବାରିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଥିବାର ଜଣାପଡିଥିଲା। ତେବେ ଏହି ସର୍ଭେକ୍ଷଣରେ ୨୦ ପ୍ରତିଶତ ଭାରତୀୟ ଉପଭୋକ୍ତା ପୁଣି କାର୍ଯ୍ୟସ୍ଥଳକୁ ଫେରିବା ନେଇ ଚିନ୍ତିତ ଥିବା ବେଳେ ୬୫ ପ୍ରତିଶତ ବୃତ୍ତି ହରାଇବା ଆଶଙ୍କାରେ ଦିନ କାଟୁଥିବା ଜଣାପଡିଛି। ଏଥିରେ ୩୫ ବର୍ଷରୁ ଅଧିକ ଆୟୁବର୍ଗରେ ଲୋକେ ଆଗାମୀ ୩ ମାସରେ ଛୁଟିରେ ଯିବାକୁ ଚାହୁଁଛନ୍ତି। ଏଥିରୁ ୫୮ପ୍ରତିଶତ ହୋଟେଲରେ ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। ଏହି ସର୍ଭେକ୍ଷଣ ଜୁନ ୩୦ ତାରିଖ ମଧ୍ୟରେ ହୋଇଥିଲା।   

   Related Posts