Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭାରତରେ ବିପଦଜନକ ହେଉଛି ଅନାହାର : GHI ରିପୋର୍ଟ

14/10/2021 at 10:29 PM

ନୂଆଦିଲ୍ଲୀ ୧୪।୧୦: ଭାରତ ୨୦୨୧ରେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚଆଇ)ର ୧୦୧ତମ ସ୍ଥାନକୁ ଖସିଛି। ଏହି କ୍ଷୁଧା ସର୍ଭେକ୍ଷଣ ୧୧୬ଟି ଦେଶଙ୍କ ଲାଗି ହୋଇଥିଲା। ଏଥିରେ ଭାରତର ସ୍କୋର ୧୦୧କୁ ପହଞ୍ଚିଛି। ତେବେ ସବୁଠୁ ଯାହା ଚିନ୍ତାଜନକ ତାହା ହେଉଛି ରାଙ୍କିଙ୍ଗରେ ପଡୋଶୀ ପାକିସ୍ତାନ, ନେପାଳ ଓ ବାଂଲାଦେଶଙ୍କ ଠାରୁ ମଧ୍ୟ ପଛେଇ ଯାଇଛି ଭାରତ । ୨୦୨୦ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୧୦୭ ଦେଶଙ୍କ ସୂଚୀର ୯୪ତମ ସ୍ଥାନରେ ଥିଲା। ଏଥିରେ ଚୀନ୍‌, ବ୍ରାଜିଲ ଓ କ୍ୱେତ ସମେତ ୧୮ ଦେଶ ୫ରୁ କମ୍ ଜିଏଚଆଇ ସ୍କୋର ସହ ଶୀର୍ଷ ସ୍ଥାନରେ ଅଛନ୍ତି। ଆଇରିସ୍ ସହାୟତା ଏଜେନ୍ସୀ କନସର୍ଣ୍ଣ ୱାର୍ଲଡୱାଇଡ ଓ ଜର୍ମାନ ସଙ୍ଗଠନ ୱେଲ୍ଟ ହଙ୍ଗର ୱିଲଫ୍ ମିଳିତ ପ୍ରସ୍ତୁତ କରିଥିବା ରିପୋର୍ଟରେ ଭାରତରେ ଅନାହାର ଏବେ ବିପଦଜନକ ବୋଲି କହିଛନ୍ତି।

ଜିଏଚଆଇ ମୁଖ୍ୟତଃ ୪ଟି ପଏଣ୍ଟରେ ଅନାହାର ପରିସ୍ଥିତିର ସମୀକ୍ଷା କରିଥାନ୍ତି। ଶିଶୁ ଅପପୁଷ୍ଟିକୁ ପ୍ରାଥମିକତା ଦିଆଯାଉଥିବା ବେଳେ, ଚାଇଲ୍ଡ ୱେଷ୍ଟିଂ, ଚାଇଲ୍ଡ ଷ୍ଟଟିଂ ଓ ଚାଇଲ୍ଡ ମୋର୍ଟାଲିଟିକୁ ନଜରରେ ରଖି ଦେଶମାନଙ୍କର ଖାଦ୍ୟ ଅବଶ୍ୟକତା ଓ ପୋଷଣର ଅନୁମାନ କରିଥାନ୍ତି। ଏଥିରୁ ଭିନ୍ନ ଭିନ୍ନ ଦେଶରେ ଉପଲବ୍ଧ ଖାଦ୍ୟପଦାର୍ଥରୁ ଲୋକଙ୍କୁ କେତେପରିମାଣରେ ମିଳିପାରୁଛି ତାହା ଜଣାପଡେ। ଯେଉଁଥିରୁ ସାରା ବିଶ୍ୱରେ କ୍ଷୁଧା ବିରୋଧରେ ଚଳାଯାଇଥିବା ଅଭିଯାନର ସଫଳତା ବିଫଳତା ଜଣାପଡିଥାଏ।  

ଗରିବଙ୍କ ମୁହଁରେ ଦିନକୁ ଦୁଇ ଓଳା ଦାନା ଦେବାକୁ ଭାରତ ସରକାର ଦିନରାତି ଏକ କରିଦେଇଥିବା କଥା କହୁଥିବା ବେଳେ ଏବେ ଜିଏଚଆଇଙ୍କ ରିପୋର୍ଟ ସରକାରଙ୍କ ପୋଲ ଖୋଲିଦେଇଛି। ଭାରତରେ ଖାଦ୍ୟାଭାବର ବ୍ୟାପକତାକୁ ରିପୋର୍ଟ ପଦାରେ ପକାଇଦେଇଛି। ଦେଶର ଜିଏଚଆଇ ସ୍କୋର ଚିନ୍ତାଜନକ ସ୍ଥାନକୁ ପହଞ୍ଚିଯାଇଛି। ତେବେ ଜିଏଚଆଇଙ୍କ ରିପୋର୍ଟର ସବୁଠୁ ଯାହା ବଡ଼ କଥା, ତାହା ହେଉଛି ୨୦୩୦ ବେଳକୁ ସମଗ୍ର ବିଶ୍ୱ ଓ ନିର୍ଦ୍ଧିଷ୍ଟ ୪୭ଟି ଦେଶ କ୍ଷୁଧା ହ୍ରାସ ଲାଗି  ସର୍ବନିମ୍ନ ଲକ୍ଷ ହାସଲ କରିବାରେ ସଫଳ ହେବେ କି ନା।

ଶୂନ୍ୟ କ୍ଷୁଧା ଲକ୍ଷ ହାସଲ ଦିଗରେ ଏହି ସୂଚକାଙ୍କ ୨୦୩୦ ସୁଦ୍ଧା ଆଞ୍ଚଳିକ, ଜାତୀୟ ଓ ବୈଶ୍ୱିକ ସ୍ତରରେ ପ୍ରଗତି ମାପିବା ଲାଗି ଉପଯୋଗ ହେଉଥିବା ମୁଖ୍ୟ ସଂକେତଗୁଡିକୁ ଟ୍ରାକ କରିଥାଏ। ଜିଏଚଆଇ ୧୦୦ଟି ପଏଣ୍ଟରେ କ୍ଷୁଧାର ପ୍ରକୋପ ନିର୍ଦ୍ଧାରଣ କରିଥାନ୍ତି। ଯେଉଁଥିରେ ଶୂନ୍ୟ (୦) ଅର୍ଥାତ କ୍ଷୁଧା ଶୂନ୍ୟ ପରିସ୍ଥିତି ସବୁଠୁ ଉତ୍ତମ ସ୍କୋର ହୋଇଥିବା ବେଳେ ୧୦୦ ସବୁଠୁ ଗୁରୁତର ସ୍ଥିତି ବୋଲି ଧରାଯାଏ। ଏଥିରେ ଭାରତ ୧୦୦ ପାର କରିଯିବା ସରକାରଙ୍କ ଚରମ ବିଫଳତାକୁ ପ୍ରମାଣିତ କରୁଛି।

   Related Posts