Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମାବାସ୍ୟାରେ ପିତୃଙ୍କୁ ପିଣ୍ଡଦାନ କଲେ ମିଳିଥାଏ ଶୁଭଫଳ: କେଉଁ ତିଥିରେ ଶ୍ରାଦ୍ଧ ଦେଲେ କଣ ପ୍ରାପ୍ତ ହୁଏ ଜାଣନ୍ତୁ

7/09/2020 at 3:34 PM

ଭୁବନେଶ୍ୱର ୦୭/୦୯ : ସେପ୍ଟେମ୍ବର ୨ ତାରିଖରୁ ପିତୃପକ୍ଷ ଆରମ୍ଭ ହୋଇଛି | ସେପ୍ଟେମ୍ବର ୧୭ ତାରିଖ ଯାଏଁ ପିତୃପକ୍ଷ ଚାଲିବ | ପିତୃପକ୍ଷରେ ସମସ୍ତେ ନିଜ ପିତୃ ପୁରୁଷଙ୍କୁ ମନେପକାଇ ପିଣ୍ଡଦାନ, ତର୍ପଣ, ଶ୍ରାଦ୍ଧ କରିଥାନ୍ତି | ଯେଉଁମାନେ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରନ୍ତି, ପୁଣ୍ୟକର୍ମ କରନ୍ତି ସେମାନଙ୍କ ଘରେ ସର୍ବଦା ସୁଖ, ଶାନ୍ତି, ସମୃଦ୍ଧି ରହେ ବୋଲି ବିଶ୍ୱାସ ରହିଛି | ଭାରତୀୟ ଧର୍ମଶାସ୍ତ୍ର ଓ କର୍ମକାଣ୍ଡ ଅନୁସାରେ, ପିତୃ ଦେବଙ୍କ ସ୍ୱରୂପ | ଏହି ପକ୍ଷରେ ପିତୃଙ୍କ ନିମିତ୍ତ ଦାନ, ତର୍ପଣ, ଶ୍ରାଦ୍ଧ କରିବା ଉଚିତ | ପିତୃଙ୍କ କରଜ ଶୁଝିବା ଜୀବନରେ କେବେ ସମ୍ଭବ ନୁହେଁ କିନ୍ତୁ ସେ ସଂସାର ଛାଡି ଗଲାପରେ ଶ୍ରାଦ୍ଧ କରିବା ଦ୍ୱାରା ତାଙ୍କ ଋଣ ସୁଝିଥାଏ ବୋଲି କୁହାଯାଏ | ଯେଉଁ ତିଥିରେ ଯେଉଁ ପୂର୍ବଜଙ୍କ ସ୍ୱର୍ଗବାସ ହୋଇଥାଏ ସେହି ତିଥିରେ ତାଙ୍କର ଶ୍ରାଦ୍ଧ କରିବା ଉଚିତ ବୋଲି କୁହାଯାଏ | କିନ୍ତୁ ଯେଉଁମାନଙ୍କ ସ୍ୱର୍ଗବାସ ତିଥି ଜାଣିନଥିବେ ସେମାନଙ୍କ ଶ୍ରାଦ୍ଧ ଅମାବାସ୍ୟା କରାଯାଏ |

ଯେଉଁମାନେ ପୂର୍ଣ୍ଣମୀ ତିଥିରେ ଶ୍ରାଦ୍ଧ କରନ୍ତି ସେମାନଙ୍କ ବୁଦ୍ଧି, ସ୍ମରଣଶକ୍ତି, ଧାରଣାଶକ୍ତି, ଐଶ୍ୱର୍ଯ୍ୟ ବୃଦ୍ଧି, ପୁତ୍ର-ପୁତ୍ରାଦି ହୁଅନ୍ତି | ସେମାନେ ଶ୍ରାଦ୍ଧର ପୁର୍ଣ ଫଳ ପ୍ରାପ୍ତ କରନ୍ତି | ପତିପ୍ରଦ ଧନ ସମ୍ପତ୍ତି ପାଇଁ ହୋଇଥାଏ ଏବଂ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତିଙ୍କ ପ୍ରାପ୍ତ ବସ୍ତୁ ନଷ୍ଟ ହୋଇନଥାଏ | ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେଉଁମାନେ ସପ୍ତମୀରେ ଶ୍ରାଦ୍ଧ କରନ୍ତି ସେମାନଙ୍କୁ ମହାନ ଯଜ୍ଞର ପୁଣ୍ୟ ଫଳ ପ୍ରାପ୍ତ ହୁଏ | ଅଷ୍ଟମୀରେ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ ସମୃଦ୍ଧି ପ୍ରାପ୍ତ ହୋଇଥାଏ | ନବମୀରେ ଶ୍ରାଦ୍ଧ ଦେଲେ ଐଶ୍ୱର୍ଯ୍ୟ ଏବଂ ମନଲାଖି ସ୍ତ୍ରୀ ମିଳିଥାଏ | ଦଶମୀ ତିଥିରେ ଶ୍ରାଦ୍ଧ ଦେଲେ ବ୍ରହ୍ମତ୍ୱ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ |

ଜ୍ୟୋତିଷଶାସ୍ତ୍ର ଅନୁସାରେ, ପିତୃପକ୍ଷଙ୍କୁ ଶ୍ରାଦ୍ଧ ନ ଦେଲେ ପିତୃ ଗୃହସ୍ଥକୁ ଅଭିଶାପ ଦେଇ ପିତୃଲୋକ ଫେରି ଯାଆନ୍ତି | ଏକାଦଶୀ ଦାନ ସର୍ବଶ୍ରେଷ୍ଠ ଦାନ ହୋଇଥାଏ | ଏକାଦଶୀରେ ଶ୍ରାଦ୍ଧ ଦେଲେ ସମସ୍ତ ବେଦର ଜ୍ଞାନ ପ୍ରାପ୍ତ ହୋଇଥାଏ | ସମ୍ପୂର୍ଣ ପାପ କର୍ମର ବିନାଶ ହୋଇଥାଏ ଏବଂ ସେମାନଙ୍କୁ ନିରନ୍ତର ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ | ଦ୍ୱାଦଶୀ ତିଥିରେ ଶ୍ରାଦ୍ଧ ଦେଲେ ରାଷ୍ଟ୍ରର କଲ୍ୟାଣ ହେବା ସହ ପ୍ରଚୁର ଅନ୍ନ ପ୍ରାପ୍ତ ହୋଇଥାଏ |

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts