Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆପଣଙ୍କ ଘରେ ଅଛି କି ଆକ୍ୱାରିୟମ୍ ? କେଉଁ ଦିଗରେ ଏବଂ କେତେ ମାଛ ରଖିବା ଶୁଭ ଜାଣନ୍ତୁ

25/11/2020 at 7:30 PM

ଭୁବନେଶ୍ୱର ୨୫/୧୧ : ଆଜିର ଯୁଗରେ ଲୋକେ ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଏଥିପାଇଁ ଲୋକେ ନିଜ ଘରେ ମାଛ ଆକ୍ୱାରିୟମ୍ ମଧ୍ୟ ରଖନ୍ତି। ଏହା କେବଳ ଦେଖିବାରେ ସୁନ୍ଦର ନୁହେଁ ବରଂ ଘରକୁ ଆସୁଥିବା ପ୍ରତ୍ୟେକ ଅତିଥିଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥାଏ। ଵାସ୍ତୁ ଦୃଷ୍ଟିକୋଣରୁ ଘରେ ଆକ୍ୱାରିୟମ୍ ରଖିବା ଶୁଭ ବୋଲି କୁହାଯାଏ।

ଆକ୍ୱାରିୟମ୍ ଘରର ଵାସ୍ତୁକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ। ସେଥିପାଇଁ ଏହା ସହିତ ଜଡିତ କିଛି ବିଶେଷ ଦିଗ ପ୍ରତି ଦୃଷ୍ଟି ଦେବା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆକ୍ୱାରିୟମକୁ ଘରେ କେଉଁଠାରେ ରଖିବେ, କେଉଁ ଦିଗରେ, ଆକ୍ୱାରିୟମରେ କେତେ ମାଛ ରଖିବା ଉଚିତ୍ ଏହି ସବୁ ଜିନିଷ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ।

ଏହି ଦିଗ ଶୁଭ :

ବାସ୍ତୁଶାସ୍ତ୍ରରେ ଦିଗର ବିଶେଷ ଗୁରୁତ୍ୱ ରହିଛି। ଠିକ ସେହିଭଳି ଆକ୍ୱାରିୟମ ରଖିବାର ମଧ୍ୟ ସଠିକ୍ ଦିଗ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ମାଛ ଆକ୍ୱାରିୟମକୁ କେବଳ ଉତ୍ତର ପୂର୍ବ ଦିଗରେ ରଖିବା ଉପଯୁକ୍ତ ବୋଲି ବିବେଚନା କରାଯାଏ।

ଆକ୍ୱାରିୟମରେ ପାଣି ସହ ଜଡିତ ଖାସ କଥା :

ଆକ୍ୱାରିୟମରେ ଜଳ ଏକ ପ୍ରମୁଖ ଉପାଦାନ। ସେଥିପାଇଁ ଏହା ସହ ଜଡିତ କିଛି ଖାସ ଟିପ୍ସ ଗ୍ରହଣ କରାଯିବା ଆବଶ୍ୟକ। ଆକ୍ୱାରିୟମ ପାଣିକୁ ସମୟ ସମୟରେ ବଦଳାଇବା ଉଚିତ୍। ପାଣି ନ ବଦଳାଇଲେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ପାଣି ବାରମ୍ବାର ବଦଳାଇଲେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏହା ବ୍ୟତୀତ ମନେରଖନ୍ତୁ ଯେ ଆକ୍ୱାରିୟମର ଜଳ ସ୍ଥିର ରହିବା ଉଚିତ ନୁହେଁ କାରଣ ଏହା ଦ୍ୱାରା ଘରର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥାଏ।

ଆକ୍ୱାରିୟମରେ ଏତିକି ମାଛ ରଖନ୍ତୁ :

ଲୋକେ ଆକ୍ୱାରିୟମରେ ଯେତେ ସଂଖ୍ୟକ ମାଛ ରଖନ୍ତି କିନ୍ତୁ ଯଦି ବାସ୍ତୁଶାସ୍ତ୍ର ହିସାବରେ ବିଚାର କରାଯାଏ ତାହେଲେ ଘରର ଆକ୍ୱାରିୟମରେ ୯ ଟି ମାଛ ରଖିବା ଶୁଭ ବୋଲି ଧରାଯାଏ। ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ମାଛ ରଖିବା ଉଚିତ୍।

ମୁଖ୍ୟଦ୍ଵାରରେ ରଖିବା ଶୁଭ :

ମାଛ ଆକ୍ୱାରିୟମକୁ ଘରର ପ୍ରବେଶ ଦ୍ୱାରରେ ରଖାଗଲା ଏହା ଯିବା ଆସିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ବାସ୍ତୁଶାସ୍ତ୍ର ଦୃଷ୍ଟିକୋଣରୁ ଏହା ଲାଭଦାୟକ ମଧ୍ୟ।  କିନ୍ତୁ ଏହାକୁ ମୁଖ୍ୟଦ୍ୱାରର ବାମ ପାର୍ଶ୍ୱରେ ରଖିବା ଉଚିତ୍।

ଏହି ସ୍ଥାନରେ ରଖିବା ଅନୁଚିତ :

ଘରେ ଆକ୍ୱାରିୟମ୍ ଯେକୌଣସି ସ୍ଥାନରେ ରଖାଯାଇପାରିବ କିନ୍ତୁ ରୋଷେଇ ଘରେ ଭୁଲରେ ବି ରଖିବା ଉଚିତ୍ ନୁହେଁ। ଏହାକୁ ବାସ୍ତୁ ନିୟମର ବିପରୀତ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଆକ୍ୱାରିୟମ୍ ରଖିଲେ ଘରେ କଳହ ହେବାର ସମ୍ଭାବନା ଅଧିକ ଥାଏ।

   Related Posts