ଶ୍ମଶାନରେ ଚିତା ଜଳିବା ସ୍ବପ୍ନ ଦେଖୁଛନ୍ତି କି ? ଜାଣନ୍ତୁ କ'ଣ ଘଟିବାର ସମ୍ଭାବନା

Published By : Prameya-News7 Bureau | February 24, 2019 IST

ଭୁବନେଶ୍ୱର ୨୪/୨ : ଆମେ ସମସ୍ତେ ରାତିରେ ଶୋଇଥିବା ଅବସ୍ଥାରେ ସ୍ବପ୍ନ ଦେଖିଥାଉ | ବହୁତ କମ ଲୋକ ଥିବେ ଯେଉଁମାନେ ସ୍ବପ୍ନ ଦେଖୁନଥିବେ | କେବଳ ରାତିରେ କାହିଁକି ବେଳେବେଳେ ଦିନରେ ମଧ୍ୟ ଶୋଇଥିବା ସମୟରେ ସ୍ବପ୍ନ ଆସିଯାଇଥାଏ | ସ୍ବପ୍ନ ଦେଖିବା ଏକ ପ୍ରାକୃତିକ ପ୍ରକ୍ରିୟା | ଅଧିକାଂଶ ସମୟରେ ଦେଖାଯାଏ, ଆମେ ଦିନ ସାରା ଯେଉଁସବୁ କଥା ଚିନ୍ତା କରିଥାଉ ରାତିରେ ସେହି ସ୍ବପ୍ନ ହିଁ ଦେଖିଥାଉ | କିନ୍ତୁ ବେଳେବେଳେ ଆମେ ନ ଚିନ୍ତା କରିଥିବା ଜିନିଷ ମଧ୍ୟ ସ୍ବପ୍ନରେ ଦେଖିଥାଉ | ସକାଳେ ଉଠି ଆମେ ଚିନ୍ତାରେ ପଡିଯାଉ ଯେ, ଏମିତି ସ୍ବପ୍ନ କାହିଁକି ଆସିଲା ? ଏଭଳି ସ୍ବପ୍ନ ଦେଖିବାର ମାନେ କ'ଣ ?

{"id":88395}


ସ୍ବପ୍ନ ବିଜ୍ଞାନ ଅନୁସାରେ, ସ୍ବପ୍ନରେ ଦେଖା ଦେଉଥିବା ପ୍ରାୟ ସବୁ ଜିନିଷର କେଉଁଠି ନା କେଉଁଠି କିଛି ନା କିଛି ସମ୍ପର୍କ ଥାଏ | ଆମେ ସ୍ବପ୍ନରେ ଯଦି କିଛି ଅଜବ ଜିନିଷ ଦେଖିଥାଉ କିମ୍ବା କିଛି ଖାସ କଥା ଦେଖିଥାଉ ତାର ନିଶ୍ଚୟ କୌଣସି ଘଟଣା ସହିତ ସମ୍ପର୍କ ଜଡିତ ଥାଏ | ସ୍ବପ୍ନ ଦେଖିଥିବା କିଛି ଅଜବ ଘଟଣା ସମ୍ପର୍କରେ ଜାଣିବା :
ସ୍ବପ୍ନରେ ଜଳୁଥିବା ଚିତା ଦେଖିବାର ମାନେ କ'ଣ ?

{"id":88396}


ଗତ କିଛି ବର୍ଷରେ ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ମଣିଷ ଶୋଇଥିବା ଅବସ୍ଥାରେ ଜଳୁଥିବା ଚିତା ଦେଖିଥାଏ | ଏହାର ଦୁଇଟି ଅର୍ଥ ରହିଛି | ପ୍ରଥମତଃ ଆଗତ ଭବିଷ୍ୟତରେ ଆସନ୍ନ ମୃତ୍ୟୁର ସଂକେତ ଦେଇଥାଏ ଏହିଭଳି ସ୍ବପ୍ନ | ଦ୍ୱିତୀୟରେ ଆପଣଙ୍କ କୌଣସି ଅତି ଘନିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁର ସଂକେତ ଦେଇଥାଏ ଏହିଭଳି ସ୍ବପ୍ନ | ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ, ଜଳୁଥିବା ଚିତାର ସ୍ବପ୍ନ ଅଶୁଭ | ଜଳୁଥିବା ଚିତାର ସ୍ବପ୍ନ ଦେଖିବା ଅର୍ଥାତ ନିଜର କିମ୍ବା ନିଜର କୌଣସି ସମ୍ପର୍କୀୟଙ୍କ ଆସନ୍ନ ମୃତ୍ୟୁ |

{"id":88397}


ଆଉ ତେଉଁ ସ୍ବପ୍ନ ମୃତ୍ୟୁର ସଂକେତ ଦେଇଥାଏ ?
ସ୍ବପ୍ନରେ ଯମରାଜଙ୍କୁ ଦେଖିବା : ବିଶ୍ବାସ ରହିଛି ଯେ, ଯମରାଜ ମୃତ୍ୟୁର ଦେବତା | ଯେତେବେଳେ କାହାର ମୃତ୍ୟୁ ହୋଇଥାଏ ସେତେବେଳେ ମୃତବ୍ୟକ୍ତିଙ୍କ ଆତ୍ମାକୁ ସ୍ୱର୍ଗ କିମ୍ବା ନର୍କକୁ ନେବା ପାଇଁ ଯମରାଜ ଆସିଥାନ୍ତି | ସେଥିପାଇଁ ଯଦି ସ୍ବପ୍ନରେ ଆପଣ ଯମରାଜଙ୍କୁ ଦେଖନ୍ତି ତାହେଲେ ବୁଝିଯିବେ ଯିବେ ଆପଣଙ୍କ ସମୟ ସାରି ଆସିଲାଣି |

{"id":88398}


କଳା ମଇଁଷି ଦେଖିବା : ଯଦି ଆପଣ ସ୍ବପ୍ନରେ ବଡ ବଡ ସିଙ୍ଗ ଥିବା କଳା ମଇଁଷି ଦେଖୁଛନ୍ତି ତାହେଲେ ଜାଣିବେ ଆପଣଙ୍କ କୌଣସି ସମ୍ପର୍କୀୟଙ୍କ ସମୟ ସାରି ଆସିଲାଣି | କାରଣ କଳା ମଇଁଷି ଯମରାଜଙ୍କ ବାହନ | କଳା ମଇଁଷିକୁ ସ୍ବପ୍ନରେ ଦେଖିବା ଅର୍ଥାତ ମୃତ୍ୟୁକୁ ଦେଖିବା |

{"id":88400,"width":573,"height":430}


କୁଆ : ସ୍ବପ୍ନରେ କୁଆ ଦେଖିବା ନିହାତି ଅଶୁଭ | ଏହାର ଅର୍ଥ ଆପଣଙ୍କ ସହିତ କୌଣସି ଦୁର୍ଘଟଣା ଘଟିବାକୁ ଯାଉଛି | କୁଆକୁ ସ୍ବପ୍ନରେ ଦେଖିବା ସବୁବେଳେ ମୃତ୍ୟୁ ସଂକେତ ଦେଇନଥାଏ | କିନ୍ତୁ ବେଳେବେଳେ କୁଆକୁ ସ୍ବପ୍ନରେ ଦେଖିବା ଅର୍ଥାତ କୌଣସି ବଡ ସମସ୍ୟା ଦେଖାଦେବାର ଅଛି | ଏନେଇ କୁଆ ଚେତାବନୀ ଦେଇଥାଏ | ଯଦି ଏଭଳି ହେଉଥାଏ ତାହେଲେ ଶନିଦେବଙ୍କୁ ଆରାଧନା କରିବା ଉଚିତ | ଶନିଦେବଙ୍କୁ ଆରାଧନା କରିବା ଦ୍ୱାରା ଆସନ୍ନ ବିପଦ ଟଳି ଯାଇଥାଏ |

{"id":88404}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.