ଇପିଏଫର ଏହି ନିୟମରେ ଆପଣ ବି ବଢାଇ ପାରିବେ ଆପଣଙ୍କ ଭବିଷ୍ୟନିଧି ଜମା, ଜାଣନ୍ତୁ କିପରି

Published By : Prameya-News7 Bureau | October 12, 2019 IST

ଘରୋଇ ସଂସ୍ଥାମାନଙ୍କରେ ଚାକିରୀ କରୁଥିବା ଲୋକଙ୍କ ଲାଗି ସେମାନଙ୍କ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫଓ) ଜମା ଅର୍ଥ ହିଁ ବାର୍ଦ୍ଧକ୍ୟରେ ଆବଶ୍ୟକତା ପୂରଣ କରେ।  ପିଏଫ ହିଁ ସେମାନଙ୍କର ଅବକାଶ କାଳୀନ ପାଣ୍ଠି ଭାବେ ସେମାନଙ୍କୁ ପ୍ରାପ୍ତ ହୋଇଥାଏ। ଏବେ ପିଏଫ ଜମା ଉପରେ ବାର୍ଷିକ ୮.୬୫ ହାରରେ ସୁଧ ମିଳୁଛି। ଗତ ଆର୍ଥିକ ବର୍ଷର ସୁଧ ଚଳିତବର୍ଷ ସାମାନ୍ୟ ବିଳମ୍ବରେ ମିଳିଛି। ତେବେ ଆସନ୍ତା ଦିପାବଳୀପୂର୍ବରୁ ସମସ୍ତ ପିଏଫ ଆକାଉଣ୍ଟଧାରୀଙ୍କ ସୁଧ ସେମାନଙ୍କ ଆକାଉଣ୍ଟରେ ମିଳିଯିବ।

{"id":169256,"width":572,"height":450}

ଯଦି ଦୀର୍ଘ ସମୟ ହେଲା ଆପଣ ଭବିଷ୍ୟନିଧି ଜମା କରି ଚାଲିଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ମୋଟା ରକମର ଅର୍ଥ ଜମା ହେବା  ନିଶ୍ଟିତ। ସେହି ଅନୁସାରେ ଖାତାରେ ସୁଧ ବି ମିଳିବ। ତେବେ ଆପଣ ଜାଣନ୍ତି କି ଆପଣଙ୍କ ଭବିଷ୍ୟନିଧି ଜମାକୁ ଡବଲ ବି କରିପାରିବେ । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ଇପିଏଫ ଆକ୍ଟ ୧୯୫୨ ଅନୁସାରେ ପ୍ରତ୍ୟେକ କର୍ମଚାରୀଙ୍କ ବେତନର ୧୨ ପ୍ରତିଶତ ଅର୍ଥ ସେମାନଙ୍କ ଭବିଷ୍ୟ ନିଧି ଆକାଉଣ୍ଟରେ ଜମା ହୋଇଥାଏ। ଏଥିରେ କର୍ମଚାରୀ କାମ କରୁଥିବା କମ୍ପାନୀ ମଧ୍ୟ ୧୨ ପ୍ରତିଶତ ଯୋଗଦାନ କରେ। ଯେଉଁଥିରୁ ୮.୩୩ ପ୍ରତିଶତ କର୍ମଚରୀଙ୍କ ପିଏଫ ଆକାଉଣ୍ଟକୁ ଯାଉଥିବା ବେଳେ ୩.୬୭ ପ୍ରତିଶତ କର୍ମଚାରୀଙ୍କ ପେନସନ ଭାବେ ଜମା ହୋଇଥାଏ।

{"id":169257}

ତେବେ ଆପଣ ଯଦି ଚାହିଁବେ ତେବେ ଆପଣଙ୍କ କଣ୍ଟ୍ରିବ୍ୟୁସନ ରାଶି ୧୨ ପ୍ରତିଶତକୁ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇପାରିବେ। ଏଥିଲାଗି ଆପଣ ଭଲେଣ୍ଟ୍ରି ପିଏଫ ଅପ୍ସନକୁ ଉପଯୋଗ କରିପାରନ୍ତି। ଏହି ଅପ୍ସନକୁ ବ୍ୟବହାର କରି ଆପଣ ଆପଣଙ୍କ ବେସିକ୍ ସାଲାରୀର ଶତ ପ୍ରତିଶତ ପିଏଫ ପାଣ୍ଠିରେ ଜମା କରିପାରନ୍ତି। ଫଳରେ ଆପଣଙ୍କ ପିଏଫ ବହୁଗୁଣା ହେବା ସହ ଅବସର ବେଳେ ମୋଟା ରକମର ଅବସରପାଣ୍ଠି ବି ମିଳିବ। ସେହିଭଳି ପେନସନ ରାଶିମଧ୍ୟ ଅଧିକ ହେବ। ଯାହା ଆପଣଙ୍କ ବାର୍ଦ୍ଧକ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇ ପାରିବ।

{"id":169259}

ତେବେ ପେନସନ ରାଶି ଯେପରି ହ୍ରାସ ନ ହୁଏ ସେଥିଲାଗି ଆପଣ ପିଏଫ ଆକାଉଣ୍ଟ ଜମାରେ ବ୍ୟବଧାନ ଆସିବାକୁ ଦିଅନ୍ତୁନାହିଁ।     ଅର୍ଥାତ ଆପଣ ଚାକିରୀ ବଦଳାଉଥିବା ବେଳେ ଆପଣ ଆପଣଙ୍କ ପିଏଫ ବାବଦ ଜମାକୁ ଉଠାଣ କରନ୍ତୁନାହିଁ। ଆପଣ ନୂଆ ଚାକିରୀ କରୁଥିବା ସଂସ୍ଥାକୁ ଆକାଉଣ୍ଟ ଟ୍ରାନ୍ସଫର କରନ୍ତୁ। ଫଳରେ ଆପଣଙ୍କ ଭବିଷ୍ୟନିଧି ପାଣ୍ଠି ବଢିବା ସହ ଜମା ସଞ୍ଚୟରେ ବ୍ୟବଧାନ ଆସିବ ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.