Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଜନ୍ମ ଦିନରେ ୭ହଜାର କେଜି ଓଜନର କେକ୍ କାଟିବେ ମୋଦି

16/09/2019 at 7:57 PM

ସୁରାଟ : ସେପ୍ଟେମ୍ବର ୧୭ ତାରିଖ  ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ନ ଦିନ। ଗତବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସୁରଟର ବେକରମାନେ ପ୍ରଧାନମନ୍ତ୍ରୀଙ୍କ ଲାଗି ପ୍ରସ୍ତୁତ କରିବେ ଜନ୍ମଦିନ କେକ୍। ତେବେ ଏହି କେକ୍ ର ଆକାର କେତେବଡ ହେବ ତାହା ଜାଣିଲେ ଯେ କେହିବି ତାଜ୍ଜୁବ ହେବ। ନିକଟରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ (ଇସ୍ରୋ) ଚନ୍ଦ୍ରରେ ଅବତରଣ କରାଇଥିବା  ‘ବିକ୍ରମ ଲ୍ୟାଣ୍ଡାରର’ର ୪ ଗୁଣରୁ ବି ଅଧିକ ବଡ କେକ୍ ପ୍ରସ୍ତୁତ କରିବେ ସୁରଟର ‘ବ୍ରେଡଲାଇନର ବେକରୀ’ । ଯାହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସହରର ୭୦୦ ଭଦ୍ରବ୍ୟକ୍ତି କାଟିବେ ବୋଲି ଜଣାପଡିଛି।

ଚଳିତବର୍ଷ ବେକର ଯେଉଁ କେକ୍ ବନାଇବେ ତାର ଓଜନ ରହିବ ୭ ହଜାର କେଜି।  ୭ଶହ ଫୁଟ ଦୀର୍ଘ ଏହି କେକ୍ କୁ ଏକାକୀ ପ୍ରଧାନମନ୍ତ୍ରୀ ମୋଦି କାଟିପାରିବେ ନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ନଦିନ କେକ କାଟିବାରେ ସୁରଟ ସହରର ୭ଶହ ସଚ୍ଚୋଟ ବ୍ୟକ୍ତି ସହଯୋଗ କରିବେ। ଯାହାକୁ ସହରରେ ଲୋକଙ୍କ ମଧ୍ୟରେ ବିତରଣ କରାଯିବ। ସୁରଟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଲାଗି କେକ୍ ପ୍ରସ୍ତୁତିର ଏହା ନୂଆ କଥା ନୁହେଁ। ଗତ ୫ ବର୍ଷ ହେଲା ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। କେବଳ କେକ୍ ନୁହେଁ  ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ  ଆହୁରି ମଧ୍ୟ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।

ଏଥିରେ ଚଳିତବର୍ଷ ଅତୁଲ ବେକରୀ ୩୭୦ ବିଦ୍ୟାଳୟର ୧୨ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଖାଦ୍ୟ ପ୍ୟାକେଟ ବିତରଣ କରିବାକୁ ଘୋଷଣା କରିଛନ୍ତି। ଆମ ଦେଶର ଶିଶୁଙ୍କଠାରେ ଖାଦ୍ୟାଭାବ ଯୋଗୁ ଅପପୁଷ୍ଟି ରୋଗ ବ୍ୟାପୁଛି। ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ଉଦବେଗଜନକ। ଏଣୁ ଆଦିବାସୀ ଅଞ୍ଚଳର ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ଖାଦ୍ୟ ପ୍ୟାକେଟ୍ ସବୁ ପ୍ରସ୍ତୁତ କରାଯିବ ବୋଲି ଅତୁଲ ବେକରୀ କର୍ତ୍ତୃପକ୍ଷ କହିଛନ୍ତି। ଯେଉଁ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରାଯିବ ତାହା ଭିଟାମିନ ଯୁକ୍ତ ହେବ। ପ୍ରଧାନମନ୍ତ୍ରୀ ଚାହାନ୍ତି ଦେଶକୁ କୁପୋଷଣରୁ ମୁକ୍ତ କରିବାକୁ । ଏଣୁ ଏଭଳି କାର୍ଯ୍ୟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ପୁରଣ ହୋଇପାରିବ ବୋଲି କହିଛନ୍ତି ଅତୁଲ ବେକରୀର ଅତୁଲ ଭେକରିଆ।

   Related Posts