ପାକିସ୍ତାନ ସହ ଯୁଦ୍ଧକରି ପିଓକେକୁ ଛଡାଇ ଆଣିବ ଭାରତ ? ଯଦି ଯୁଦ୍ଧ ହୁଏ ଜାଣନ୍ତୁ କ’ଣ ହେବ

Published By : Prameya-News7 Bureau | September 19, 2019 IST

ନୂଆଦିଲ୍ଲୀ : ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରଠାରୁ ପାକିସ୍ତାନ ସହ ଭାରତର ତିକ୍ତତା ବଢିବଢି ଚାଲିଛି। କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟକୁ ଏକତ୍ରୀତ  କରିବାକୁ ପାକ୍ ଅହରହ ଉଦ୍ୟମ କରୁଛି। ଏଥିରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଭାରତୀୟ ଗଣମାଧ୍ୟମମାନେ ମୁଖର ହୋଇ ଉଠିଛନ୍ତି। କେବଳ ଭାରତୀୟ ଗଣମାଧ୍ୟମ ନୁହଁନ୍ତି ପ୍ରସଙ୍ଗରେ ପାକ୍ ଗଣମାଧ୍ୟମ ମଧ୍ୟ ସ୍ୱର ମିଳାଇଛି। ଫଳରେ ପାକିସ୍ତାନର ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ପାକିସ୍ତାନ ସହ କ’ଣ ଭାରତର ଯୁଦ୍ଧ ହେବ ? ଏହାହିଁ ଏବେକାର ସବୁଠାରୁ ବଡ ପ୍ରଶ୍ନ ପାଲଟିଛି।

{"id":159784}

ତେବେ ପାକିସ୍ତାନ ବିଶେଷଜ୍ଞଙ୍କ ଅନୁସାରେ ଭାରତ କେବେହେଲେ ଆଗ ଆକ୍ରମଣ କରିବ ନାହିଁ। ହେଲେ ଭାରତୀୟ ବାୟୁସେନାର ବାଲାକୋଟ ଆକ୍ରମଣ ପରଠାରୁ ପାକିସ୍ତାନରେ ଲୋକେ ଏବେ ଯୁଦ୍ଧ ଭୟରେ ଦିନକାଟୁଛନ୍ତି। ଯଦି ଭୁଲରେ ବି ପାକିସ୍ତନ ସେଭଳି କୌଣସି ତ୍ରୁଟିକରି ବସିଲା ତେବେ ଭାରତ ଏହାର କଡା ଜବାବଦେବାଟା ନିଶ୍ଚିତ ବୋଲି ପ୍ରାୟ ପାକିସ୍ତାନୀଙ୍କ ଧାରଣା । ଏଥିରେ ଆତଙ୍କବାଦୀ କାଣ୍ଡ କାରଖାନା ମଧ୍ୟ ପାକିସ୍ତାନୀଙ୍କ ଲାଗି ଭୟର କାରଣ ପାଲଟିଛି।  ଯଦି ଭାରତରେ ସେଭଳି କିଛି ଆତଙ୍କବାଦୀ ଘଟଣା ଘଟେ ଓ ଏହାର ସୂତ୍ର ପାକିସ୍ତାନରେ ଜଣାପଡିଲା ତେବେ ଆଉ ଦେଶ ରହିବନି ବୋଲି ଭାବୁଛନ୍ତି ପାକିସ୍ତାନୀ ।  

{"id":159785,"width":575,"height":427}

ପିଓକେ ମଧ୍ୟ ଲୋକଙ୍କ ପ୍ରସଙ୍ଗ ପାଲଟିଛି। କାଶ୍ମୀରରୁ ୩୭୦ ପ୍ରତ୍ୟାହାର ପରେ ପିଓକେକୁ ଭାରତରେ ମିସାଇଦେବା ଉଚିତ ବୋଲି ଦେଶବାସୀ କହୁଛନ୍ତି। ହେଲେ ଯେଉଁମାନେ ଏପରି କହୁଛନ୍ତି କି ଭାବୁଛନ୍ତି ତାହା ସେମାନଙ୍କର ଏକ ଭୁଲଧାରଣା।  କାରଣ ଏକ ଦେବାଳିଆ ଦେଶର ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କୁ ଦେଶରେ ସାମିଲ କଲେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ। ଏହା ଛଡା ଯେଉଁ ନୂଆ ସୀମାରେଖା ସୃଷ୍ଟି ହେବ ତାହା ସବୁବେଳେ ଅଶାନ୍ତ ରହିବ। ସେହିପରି ପାକିସ୍ତାନ ସହ ଭାରତର ଯୁଦ୍ଧ ହେବ ବୋଲି ଗଣମାଧ୍ୟମରେ ଚାଲିଥିବା କଳ୍ପନାଜଳ୍ପନା ଓ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆଣବିକ ଯୁଦ୍ଧ ଧମକର ମଧ୍ୟ କୌଣସି ଅସ୍ତିତ୍ୱ ନାହିଁ।  କାରଣ ସମଗ୍ର ବିଶ୍ୱ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଥିରୁ ଭାରତ ବି ବର୍ତ୍ତିନି। ଏଣୁ ଯୁଦ୍ଧ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବା ନିଶ୍ଚିତ। ଏଥିଲାଗି ଭାରତ ଯୁଦ୍ଧ ଚାହେଁନି।

{"id":159787,"width":582,"height":350}

ପାକିସ୍ତାନ ଯଦି ଯୁଦ୍ଧକୁ  ଉସକାଏ ତେବେ ଭାରତ ନିଶ୍ଚିତ ସୈନ୍ୟ ମୁକାବିଲା କରିବ। ଏଥିରେ ତିଳେ ବି ସନ୍ଦେହ ନାହିଁ । ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଯୁଦ୍ଧ ହେଲେ ଭାରତ ସେଭଳି ପ୍ରଭାବିତ ହେବନି।  ହେଲେ ପାକିସ୍ତାନର ଯେଉଁ ଅବସ୍ଥା ହେବ ତାହା କେବଳ ଦେଶର ଆର୍ଥିକ ନୁହେଁ ରାଜନୈତିକ ଓ ସାମାଜିକ ସ୍ଥିତିକୁ ଦୋହଲାଇଦେବ। ଯେଉଁଥିରୁ ଦେଶ ଦୀର୍ଘବର୍ଷ ପର୍ଯ୍ୟନ୍ତ  ମୁକୁଳିବାର ସମ୍ଭାବନା ନାହିଁ। ସେହିପରି ଇମ୍ରାନଙ୍କ ଆଣବିକ ଯୁଦ୍ଧ ଧମକ ବି ଅମୂଳକ। କାରଣ ପରିବର୍ତ୍ତିତ ବିଶ୍ୱରେ ଆଣବିକ ଯୁଦ୍ଧ ଆଉ ସମ୍ଭବ ନୁହେଁ। ଏଣୁ ଏଭଳି ପରିସ୍ଥିତି ଉପୁଜିଲେ ବିଶ୍ୱସମୂଦାୟ ଏକଜୁଟ ହେବା ନିଶ୍ଚିତ । ଫଳରେ ପାକିସ୍ତାନକୁ ସିରିଆ ଭଳି ପରିସ୍ଥିତି ଭୋଗିବାକୁ ନପଡିବ କହି ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.