ରୋଗରୁ ମୁକ୍ତି ପାଇବାର ଶକ୍ତି ପ୍ରଦାନ କରିଥାଏ ଗଙ୍ଗା ଜଳ: ନିୟମିତ କରନ୍ତୁ ପ୍ରୟୋଗ ମିଳିବ ଅନେକ ଲାଭ

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨/୦୫: ମା’ ଗଙ୍ଗା ସମସ୍ତଙ୍କୁ ପାପରୁ ଉଦ୍ଧାର କରିଥାନ୍ତି । ତାଙ୍କ କୃପାରୁ ଦୁର୍ଭାଗ୍ୟ ଦୂର ହୋଇଯାଇଥାଏ । ସଙ୍କଟରୁ ମୁକ୍ତି ପାଇଁ ମା’ ଗଙ୍ଗାଙ୍କୁ ପୂଜା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱାସ କରାଯାଏ ଯେ ଗଙ୍ଗା ଜଳକୁ ଛୁଇଁଲେ କଷ୍ଟରୁ ମୁକ୍ତି ମିଳିଥାଏ । ଗଙ୍ଗା ଜଳରେ ଗାଧୋଇବା କିମ୍ବା ଏହି ପବିତ୍ର ଜଳକୁ ପିଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ଗଙ୍ଗା ଜଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ବାସ୍ତୁ ଶାସ୍ତ୍ରରେ ଗଙ୍ଗା ଜଳର ବ୍ୟବହାର ଅନେକ ଦୋଷକୁ ଦୂର କରିବା ବିଷୟରେ କୁହାଯାଇଛି । ଚାଲନ୍ତୁ ଜାଣିବା ସେହି ସବୁ ବିଷୟରେ…

{"width":628,"height":414}
ALL YOU NEED TO KNOW ABOUT 'GANGAJAL' - Sentinelassam

ପ୍ରତି ସୋମବାର ଗଙ୍ଗା ପାଣିରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଏହା କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କର କୃପା ରହିଥାଏ । ଗଙ୍ଗା ଜଳର ସ୍ପର୍ଶ ଦ୍ୱାରା ମନୁଷ୍ୟ ଏବଂ ଜିନିଷ ଶୁଦ୍ଧ ହୋଇଯାଇଥାଏ । ଗଙ୍ଗା ଜଳ ବିନା କୌଣସି ପୂଜା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଘରେ ସଫା ସୁତୁରା ପରେ ଗାଧୋଇ ପୂଜା କରନ୍ତୁ ଏବଂ ଗଙ୍ଗା ପାଣି ସିଞ୍ଚନ କରନ୍ତୁ । ପ୍ରତ୍ୟେକ କୋଠରୀରେ ଗଙ୍ଗା ପାଣି ଛିଞ୍ଚନ୍ତୁ । ଏହା ମନକୁ ଶାନ୍ତ ରଖିବା ସହିତ ଘରେ ନକାରାତ୍ମକ ଶକ୍ତି ପ୍ରବେଶ ପ୍ରବେଶ ହେବାକୁ ଦେଇନଥାଏ । ଗଙ୍ଗା ଜଳକୁ ପିଇବା ଦ୍ୱାରା ନିମୋନିଆ, ମେନିଞ୍ଜାଇଟିସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ।ଗଙ୍ଗା ଜଳ ବ୍ୟବହାର କରି ଆଠରୁ ଅଧିକ ରୋଗର ଚିକିତ୍ସା ସମ୍ଭବ ବୋଲି ବିଶ୍ୱାସ କରାଯାଏ। ଘରେ ଗଙ୍ଗା ଜଳ ରଖିବା ଦ୍ୱାରା ସବୁବେଳେ ସୁଖ ଏବଂ ସମୃଦ୍ଧ ରହିଥାଏ । ଦୂଷିତ ହାତରେ ଗଙ୍ଗା ଜଳକୁ କେବେବି ସ୍ପର୍ଶ କରନ୍ତୁ ନାହିଁ । ପବିତ୍ର ଗଙ୍ଗା ଜଳକୁ ସର୍ବଦା ଏକ ତମ୍ବା କିମ୍ବା ରୂପା ପାତ୍ରରେ ରଖିବା ଉଚିତ୍ । ଯେଉଁଠାରେ ଗଙ୍ଗା ଜଳ ରଖାଯାଏ ସେହି ସ୍ଥାନରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ୍ । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ଗଙ୍ଗା ଜଳ ପିଇବା ଦ୍ୱାରା ଜଣେ ବ୍ୟକ୍ତି ସୁସ୍ଥ ରହିଥାଏ ଏବଂ ଦୀର୍ଘାୟୁ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.