ପେଟ ଫୁଲା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି : ତେବେ ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | May 15, 2019 IST

ବ୍ଲୋଟିଙ୍ଗ୍ ଅର୍ଥାତ୍ ପେଟ ଫୁଲିବାର ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଥାଏ କିନ୍ତୁ ଅନେକ ଥର ଏହା ଆପଣଙ୍କୁ ବିରକ୍ତ କରିଥାଏ। ଯଦି ଆପଣ ଠିକ୍ ସମୟରେ ଏହାର ଉପଚାର ନ କରିବେ ତେବେ ଏହା ଭବିଷ୍ୟତରେ ଏକ ଗମ୍ଭୀର ସମସ୍ୟାର ରୂପ ନେବ। ବ୍ଲୋଟିଙ୍ଗ୍ ସମସ୍ୟା ପଛରେ ଅନେକ କାରଣ ରହିଥାଏ। ଯେପରିକି-ବିଶୃଙ୍ଖଳିତ ଜୀବନଶୈଳୀ,ହରମୋନ ଅସନ୍ତୁଳନ,ବାସି ଭୋଜନ ସେବନ,କମ୍ କିମ୍ବା ଅଧିକ ସମୟ ଯାଏଁ ଭୋକିଲା ରହିବା ଆଦି। ଏହି ସବୁ କାରଣରୁ ଆପଣଙ୍କ ପେଟରେ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ବର୍ତ୍ତିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା

{"id":112217,"width":596,"height":298}

-ଯଦି ଆପଣଙ୍କ ପେଟରେ ଭାରିପଣ ଅନୁଭବ ହେଉଛି ତେବେ ସାମାନ୍ୟ ଜୁଆଣିରେ କଲା ଲୁଣ ମିଶାଇ ଚୋବାଇ ଚୋବାଇ ଖାଆନ୍ତୁ। ଏହା ପରେ ଏକ ଗିଲାସ ନଖ ଉଷୁମ ପାଣି ପିଅନ୍ତୁ। ଏପରି କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିବ ଏବଂ ଆପଣଙ୍କ ପାଚନ କ୍ରିୟା ମଧ୍ୟ ଠିକ୍ ଭାବେ ସଞ୍ଚାଳିତ ହେବ।

{"id":112218,"width":593,"height":395}

-ପେଟ ପାଇଁ ତୁଳସୀପତ୍ର ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣ ନିୟମିତ ଭାବେ ସକାଳେ ଖାଲି ପେଟରେ ୩/୪ଟି ତୁଳସୀ ପତ୍ର ଖାଉଛନ୍ତି ତେବେ ଆପଣଙ୍କ ପେଟ ଫୁଲା ସମସ୍ୟା ଦୂର ହୋଇଯିବ।

{"id":112219,"width":595,"height":391}

-ଯଦି ଆପଣଙ୍କୁ ପେଟ ଫୁଲାର ସମସ୍ୟା ରହିଛି,ତେବେ ଦିନରେ ଥରେ ପୋଦିନା ଚା’ ପାନ କରନ୍ତୁ। ଏହା ବ୍ୟତୀତ ଆପଣ ଶୁଖିଲା ପୋଦିନା ପତ୍ର ସହିତ ମିଶ୍ରି ମଧ୍ୟ ଖାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.