Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଅତ୍ୟନ୍ତ ବିପଦଜନକ ଭାଇରସ ‘ପେଗାସସ୍ ’, ୟୁଜରଙ୍କ ଲୋକେସନ ଓ ପାସୱାର୍ଡ ସମେତ ସବୁ ଗତିବିଧି ଉପରେ ରଖେ ନଜର

2/11/2019 at 4:52 PM

ଇନଷ୍ଟାଣ୍ଟ ମ୍ୟାସେଜିଂ ଆପ୍ ‘ହ୍ୱାଟସ୍ ଆପ’ ଆଜିକାଲି ତାର ଫିଚରକୁ ନେଇ ଯେତିକି ନୁହେଁ ତାଠୁ  ଅଧିକ ସ୍ପାଇୱେର ପେଗାସସ୍ ଭାଇରସକୁ ନେଇ ଚର୍ଚ୍ଚିତ ହେଉଛି। ବିଶ୍ୱର ହାଇପ୍ରୋଫାଇଲ ଲୋକଙ୍କ ଜାସୁସୀ ଲାଗି ଏହି ବିପଦଜନକ ଭାଇରସର ବ୍ୟବହାର କରାଯାଇଛି। ୨୦୧୯ ମସିହାରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ହ୍ୱାଟସ ଆପ ଚାଟ୍ ର ଏହି ଭାଇରସ ଜାସୁସି କରିଛି। ହ୍ୱାଟସ୍ ଏପ ନିଜେ ଏକ ପୋଷ୍ଟ ଜରିଆରେ ଏ ନେଇ ୟୁଜରଙ୍କୁ ଏବେ ସୂଚିତ କରିବା ପରେ ଘଟଣା ପଦାକୁ ଆସିଛି। ତେବେ ଏହି ଭାଇରସ କେତେ ବିପଦଜନକ ଓ ଏଥିରୁ କିପରି ମୁକ୍ତ ରହି ହେବ ଆସନ୍ତୁ ଜାଣିବା।  

ଏନଏସଓ ଗ୍ରୁପ ବା କ୍ୟୁ ସାଇବର ଟେକ୍ନୋଲଜି ପେଗାସସ ସ୍ପାଇୱେରକୁ ବିକଶିତ କରିଥିଲା। ଏଣୁ ପେଗାସସ୍ କୁ କ୍ୟୁ ସୁଇଟ୍ ବି କୁହାଯାଏ। ପେଗାସସ୍ କୁ ବିଶ୍ୱର ସବୁଠୁ ବିପଦଜନକ ଗୁଇନ୍ଦା ସଫ୍ଟୱେର ବୋଲି କୁହାଯାଏ। ଏହି ସଫ୍ଟୱେର ଉଭୟ ଏଣ୍ଡ୍ରୟଡ ଓ ଆଇଓଏସ୍ ଡିଭାଇସରେ ଜାସୁସି କରିପାରେ। ୟୁଜରଙ୍କ ଅନୁମତି ବିନା ମଧ୍ୟ ଏହି ସଫ୍ଟୱେର ଫୋନରେ ମନକୁ ମନ ଇନଷ୍ଟଲ ହୋଇଯାଏ। ଥରଟିଏ ଯଦି ଏହା ଆପଣଙ୍କ ଫୋନରେ ଇନଷ୍ଟଲ ହୋଇଯାଏ ତେବେ ଏହାକୁ ହଟାଇବା ମୁସ୍କିଲ। ଏହା ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ କଡା ନଜର  ରଖିବା ସହ ପ୍ରତିମୂହୁର୍ତ୍ତରେ ୟୁଜରଙ୍କ ଜିପିଏସ ଲୋକେସନ ଟ୍ରେସ କରିଥାଏ।

ତେବେ ପେଗାସସକୁ କିପରି  ରୋକା ଯାଇପାରିବ ଆସନ୍ତୁ ଜାଣିବା
ପେଗାସସ ଏଣ୍ଡ୍ରେଢ ଭର୍ସନ ୨.୧୧ ଓ ୧୩୪ର ପୂର୍ବ ଭର୍ସନ, ଏଣ୍ଡ୍ରଏଡ ବିଜନେସ୍ ଏପର ୨.୧୯ ଓ ୪୪ ଭର୍ସନର ପୂର୍ବ, ଆଇଏସଓର ୨.୧୯ ଓ ୫୧ ଭର୍ସନର ପୂର୍ବ ଓ ୱିଣ୍ଡୋଜ ଫୋନର ୨.୧୮ ଓ ୩୪୮ ଭର୍ସନ ପୂର୍ବର ସମସ୍ତ ଭର୍ସନକୁ ପ୍ରଭାବିତ କରିପାରେ। ତେବେ ହ୍ୱାଟସ୍ ଆପର ଯେଉଁ ୧୪ଶହ ୟୁଜର ସ୍ପାଇୱେର ଯୋଗୁ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ଏ ନେଇ ମ୍ୟାସେଜ ମାଧ୍ୟମରେ ଜଣାଇ ଦିଆଯିବା ସହ ଫୋନରେ ହ୍ୱାଟସ୍ ଆପ ଫିଚର ତୁରନ୍ତ ଅପଡେଟ କରିବାକୁ କୁହାଯାଇଛି। ନୂଆ ଫିଚରରେ ଆଉ ପେଗାସସ ଆକ୍ଟିଭ ହୋଇପାରିବ ନାହିଁ।

   Related Posts