ନୂଆଦିଲ୍ଲୀ ୦୭/୦୭: ତ୍ୱଚାକୁ ଉଜ୍ୱଳ କରିବା ପାଇଁ ବଜାରରେ ଅନେକ ବ୍ୟୁଟି ପ୍ରଡକ୍ଟ ଉପଲବ୍ଧ । କିନ୍ତୁ ଏହି ବ୍ୟୁଟି ପ୍ରଡକ୍ଟର ଯେତିକି ଲାଭ ଦେଇଥାଏ ସେତିକି କ୍ଷତି ମଧ୍ୟ କରିଥାଏ । ତେଣୁ ଏଥିଲାଗି ଘରୋଇ ଉପଚାର ବହୁତ ଉପଯୋଗୀ ହୋଇଥାଏ। ଫଳ ଶରୀରରକୁ ଅନେକ ଲାଭ ଦେଇଥାଏ । ଏହାଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ୧୨ ମାସରେ ଆସୁଥିବା ଆପଲ୍ ଶରୀର ପାଇଁ ଲାଭଦାୟକ ହେବା ସହିତ ଚର୍ମ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଇନଷ୍ଟାଣ୍ଟ୍ ଚମକ ପାଇଁ କିପରି କରିବେ ଆପଲରେ ନିର୍ମିତ ଫେସ୍ ପ୍ୟାକ୍ ।
{"width":551,"height":447}-ଚର୍ମକୁ ଚମକଦାର କରିବା ପାଇଁ, ୧ ଚାମଚ ଆପଲ୍ ପେଷ୍ଟ, ୧ ଚାମଚ ଦହି ଏବଂ ୧ ଚାମଚ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ୧୫ ମିନିଟ୍ ଲଗାନ୍ତୁ ଏବଂ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
- ଇନଷ୍ଟାଣ୍ଟ୍ ଚମକ ପାଇଁ ୨ ଚାମଚ ପେଷ୍ଟ ହୋଇଥିବା ଆପଲ୍ ସହିତ ୧ ଚାମଚ ଡାଳିମ୍ବ ରସ ଏବଂ ୧ ଚାମଚ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ୨୦ ମିନିଟ୍ ପାଇଁ ମୁହଁରେ ଲଗାନ୍ତୁ ଏବଂ ଧୋଇ ଦିଅନ୍ତୁ ।
-ଚର୍ମକୁ ଉଜ୍ୱଳ କରିବା ପାଇଁ, ଏକ ଆପଲକୁ ସିଝାଇନ୍ତୁ । ପରେ ତାହାର ୧ ଚାମଚ ପେଷ୍ଟ ସହିତ ୧ ଚାମଚ କଦଳୀ ପେଷ୍ଟ ଏବଂ ୧ ଚାମଚ ମଲାଇ ମିଶାଇ ମୁହଁରେ ଲଗାନ୍ତୁ ।