ବିନା ଏସିରେ ନିଜକୁ ଓ ଘରକୁ କିଭଳି ଥଣ୍ଡା ରଖିବେ, ଗରମରୁ ଆରାମ ପାଇବା ପାଇଁ ଜାଣନ୍ତୁ ସାଧାରଣ ଉପାୟ

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯/୦୮ : ଗରମ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି | ଗରମ ଯୋଗୁଁ ବିଜୁଳି ବିଲ ମଧ୍ୟ ଅଧିକ ଆସିଥାଏ | କାରଣ ଗରମରୁ ଆରାମ ପାଇବା ପାଇଁ ଲୋକେ ବହୁଳ ମାତ୍ରାରେ ଏସି ବ୍ୟବହାର କରୁଛନ୍ତି | କିନ୍ତୁ କିଛି ସାଧାରଣ ଓ କମ ଖର୍ଚ୍ଚରେ ଗରମରୁ ଆରାମ ପାଇପାରିବେ | କିଛି ସାମାନ୍ୟ ଟିପ୍ସ ଅବଲମ୍ବନ କରି ଆପଣ ଗରମରୁ ମୁକ୍ତି ପାଇପାରିବେ |

. ପରଦା ବ୍ୟବହାର କରିବା - ଝରକାରେ ପରଦା ନ ଲଗାଇଲେ ସୂର୍ଯ୍ୟ କିରଣ ସିଧାସଳଖ ଘର ଭିତରେ ପଡିଥାଏ | ଯାହାଫଳରେ ଘରର ତାପମାତ୍ରା ବଢି ଯାଇଥାଏ | ଆମେରିକା ଉର୍ଜା ବିଭାଗ ଅନୁସାରେ ଘର ଓ ଝରକାରେ ପରଦା ବ୍ୟବହାର କରି ଗରମ ୪୫ ପ୍ରତିଶତ କମ କରାଯାଇପାରେ | 

. ପୁଦିନା ଚା' - ଆଉ ଏକ ଉପାୟ ହେଲା ପୁଦିନା | ପୁଦିନା ଚା' ତିଆରି କରି ଫ୍ରିଜରେ ରଖିଦେବେ ଏବଂ ଥଣ୍ଡା ହେବାପରେ ତାକୁ ସେବନ କରିପାରିବେ | ପାଣିରେ ପୁଦିନା ପତ୍ର ପକାଇ ତାକୁ ଫ୍ରିଜରେ ରଖିଦେବେ | ଏହାକୁ ସ୍ପ୍ରେ ବୋତଲରେ ପୁରାଇ ଶରୀରରେ ସ୍ପ୍ରେ ମଧ୍ୟ କରିପାରିବେ | ଏହାଦ୍ୱାରା ପୁଦିନାରେ ଥିବା ମେଁନ୍ଥଲ ଶରୀରକୁ ଥଣ୍ଡା କରିଥାଏ | 

. ବରଫ କିମ୍ବା ଥଣ୍ଡା କପଡା - ବରଫ କିମ୍ବା କପଡାକୁ ଥଣ୍ଡା କରି ଗଲା ଓ ଗୋଇଠିରେ ୫ ମିନିଟ ପାଇଁ ରଖି ଦିଅନ୍ତୁ | ଏହାଦ୍ୱାରା ଶରୀରର ତାପମାତ୍ରା ୫୦ ପ୍ରତିଶତ ଯାଏଁ କମି ଯାଇଥାଏ | ଗଳାରେ ଏହିଭଳି କଲେ ମଧ୍ୟ ଆରାମ ମିଳିଥାଏ |

. ଥଣ୍ଡା ପାଣି ବୋତଲ - କିଛି ଥଣ୍ଡା ପାଣି ବୋତଲକୁ ଡେସ୍କ ଫ୍ୟାନ ସାମ୍ନାରେ ରଖି ଦିଅନ୍ତୁ | ବୋତଲ ଦେଇ ଥଣ୍ଡା ପବନ ଆସିବ | ଏହା ମଧ୍ୟ ଗରମରୁ ଆରାମ ଦେବ | କିଛି ବିଶେଷଜ୍ଞଙ୍କ ଅନୁଯାୟୀ ପାଣିରେ ଲୁଣ ପକାଇ ଫ୍ରିଜ କଲେ ଦୀର୍ଘ ସମୟ ଧରି ଗରମରୁ ରକ୍ଷା ପାଇହେବ |

. ନୀଳ ରଙ୍ଗ - ଆମେରିକାର ଏକ ରିସର୍ଚ୍ଚ ଅନୁଯାୟୀ, ଅନ୍ୟ ରଙ୍ଗ ଅପେକ୍ଷା ନୀଳ ରଙ୍ଗ ଦିଆଯାଇଥିବା କୋଠରୀ ବସିଲେ ଥଣ୍ଡା ଅନୁଭୂତ ହୋଇଥାଏ | ରିସର୍ଚ୍ଚ ଅନୁଯାୟୀ, ନୀଳ ରଙ୍ଗ ମନୋବୈଜ୍ଞାନିକଙ୍କ ଅନୁସାରେ ଲୋକଙ୍କୁ ଶାନ୍ତି ଦେଇଥାଏ | ସେଥିପାଇଁ ଥଣ୍ଡା ଅନୁଭୂତ ହୋଇଥାଏ |

. ଅଧିକ ମାତ୍ରାରେ ପାଣି - ଶରୀରରେ ସାମାନ୍ୟ ଡି ହାଇଡ୍ରେସନ୍ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ | ଆମେରିକାର ଏକ ରିସର୍ଚ୍ଚ ଅନୁସାରେ ଯଦି ଶରୀରରେ ଡି ହାଇଡ୍ରେସନ୍ ହୁଏ ତାହେଲେ ପରିସ୍ରା ହଳଦିଆ ହୋଇଥାଏ | ସେଥିପାଇଁ ଅଧିକ ପାଣି ପିଇବା ଆବଶ୍ୟକ | ଅତିକମରେ ଦିନକୁ ୪ ଲିଟର ପାଣି ପିଇବା ଆବଶ୍ୟକ |

. ଥଣ୍ଡା ଚାଦର - ନିଜ ଚାଦର ଓ ତକିଆକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ତାକୁ କିଛି ସମୟ ଯାଏଁ ଫ୍ରିଜରେ ରଖି ଦିଅନ୍ତୁ | ଶୋଇବାର କିଛି ସମୟ ପୂର୍ବରୁ ଏହାକୁ ବାହାର କରି ବ୍ୟବହାର କରନ୍ତୁ | ଗରମରୁ ଆରାମ ମିଳିବ ସହ ଶୋଇବାକୁ ମଧ୍ୟ ମଜା ଲାଗିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.