Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

IBAଙ୍କ ମାର୍ଗଦର୍ଶନ: କରୋନା ବେଳେ ଏପରି କରନ୍ତୁ ବ୍ୟାଙ୍କିଙ୍ଗ

22/03/2020 at 5:00 PM

ନୂଆଦିଲ୍ଲୀ ୨୨।୩: କରୋନା ସଂକ୍ରମଣ ରୋକିବା ଲାଗି ସାରା ଦେଶରେ ଲୋକେ ରବିବାର ଘରେ ରହି ‘ଜନତା କର୍ଫ୍ୟୁ’ ପାଳନ କରୁଥିବା ବେଳେ ଭୂତାଣୁ ସଂକ୍ରମିତ ପଜେଟିଭଙ୍କ ସଂଖ୍ୟା ୩୪୮ରେ ପହଞ୍ଚିଛି। ଏଥିରେ ବ୍ୟାଙ୍କିଙ୍ଗ ଓ ମୁଦ୍ରା ପରିଚାଳନା ନେଇ ଭୟ ଉପୁଜିବା ସ୍ୱଭାବିକ। ଏଣୁ ଭାରତୀୟ ବ୍ୟାଙ୍କ ଆସୋସିଏସନ( ଆଇବିଏ) ମାର୍ଗଦର୍ଶନ ଜାରି କରିଛନ୍ତି। ଯାହା ଦ୍ୱାରା ବ୍ୟାଙ୍କ କର୍ମଚାରୀ ଓ ଆକାଉଣ୍ଟଧାରୀମାନେ କରୋନା ସଂକ୍ରମଣ ଜନିତ ଆଶଙ୍କାରୁ ରକ୍ଷା ପାଇପାରିବେ।

ସିଓଭିଆଇଡି-୧୯ ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ସାମାଜିକ ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରି। ଏଣୁ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରମାନେ ସେମାନଙ୍କ ନାଗରିକଙ୍କୁ  ନିହାତି ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବାକୁ ପରାରମର୍ଶ ଦେଉଛନ୍ତି। ଆବଶ୍ୟକ ସ୍ଥଳେ ଘରୁ କାମ କରିବାକୁ ବି ପରାମର୍ଶ ଦେଉଛନ୍ତି। ଏଣୁ ଆଇବିଏ ମଧ୍ୟ ଚାହାନ୍ତି ଅଧିକାଂଶ ବ୍ୟାଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାର ଅନୁମତି ମିଳୁ।

ସେହିପରି ଦେଶରେ କରୋନା ସଂକ୍ରମଣ ଜନିତ ପରିସ୍ଥିତି ଜାରି ଥିବା ପର୍ଯ୍ୟନ୍ତ ଲୋକଙ୍କୁ ନିତ୍ୟାନ୍ତ ଜରୁରି ନଥିଲେ ବ୍ୟାଙ୍କ ଶାଖାକୁ ନ ଯିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ଏହା ବଦଳେ ଲୋକେ ଅନ-ଲାଇନ ଫ୍ୟାସେଲିଟିର ସୁବିଧା ଉଠାଇବାକୁ ପରାମର୍ଶ ଦିଆଯାଇଛି। ଫଳରେ ବ୍ୟାଙ୍କ କର୍ମଚାରୀଙ୍କ ଫିଜିକାଲ କଣ୍ଟାକ୍ଟକୁ ଆସିବାକୁ ପଡିବନି। ଏହା ଛଡା ସୁରକ୍ଷା ଲାଗି ଆଇବିଏ ଗ୍ରାହକ ଓ କର୍ମଚାରୀଙ୍କୁ କିଛି ଟିପ୍ସ ଦେଇଛନ୍ତି।

ଏଥିରେ ଗ୍ରାହକଙ୍କୁ ଘରୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କରିବାକୁ କହିଛନ୍ତି। ଯାହା ମୋବାଇଲ ଫୋନ ଦ୍ୱାରା ବି ସମ୍ଭବ। ସେହିପରି ବ୍ୟାଙ୍କ ବ୍ରାଞ୍ଚକୁ ନ ଯାଇ ଗ୍ରାହକ ଇଲେକ୍ଟ୍ରୋନିକ ପେମେଣ୍ଟ ଯେପରିକି ଆରଟିଜିଏସ୍ ଏନଇଏଫଟି ଆଦି ସୁବିଧାର ଉପଯୋଗ କରନ୍ତୁ। ଲୋନ ନେବା ଲାଗି ମଧ୍ୟ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର କରନ୍ତୁ। ସେହିପରି ନୋଟ୍ ଅତବା ମୁଦ୍ରା ନେଣଦେଣ ବଦଳେ ଡେବିଟ୍ ଅଥବା କ୍ରେଡିଟ୍ କାର୍ଡର ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି।

   Related Posts