ଜାଣନ୍ତୁ ୨୨ ହଜାର ଟଙ୍କାର ଚାଲାଣକୁ କିପରି ରଫାଦଫା କରିବେ ୪ଶହ ଟଙ୍କାରେ, ନିଜେ ପୋଲିସବାଲା ଦେଇଛନ୍ତି ଟିପ୍ସ

Published By : Prameya-News7 Bureau | September 26, 2019 IST

ଦେଶରେ ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ ଏବେ ଧର୍ତ୍ତବ୍ୟ ଅପରାଧ ବୋଲି ଅଧିକାଂସ ମୋଟର ବାହନ ଚାଳକ ଜାଣିଗଲେଣି। ଖାମଖିଆଲ ବାହନ ଚାଳନା କରି ଲୋକେ ହଜାର ହଜାର ଟଙ୍କା ଚାଲାଣବି କଟେଇଲେଣି। ଏଣୁ ଅନେକ ଲୋକ ଏବେ ନିଜର କାଗଜପତ୍ର ଠିକ ନଥିବା ବାହନକୁ ଘରେ ରଖି ସାର୍ବଜନିକ ପରିବହନ ବ୍ୟବସ୍ଥାର ଉପଯୋଗ କରୁଛନ୍ତି। ଏତେ ଦିନରେ ଆଇନପ୍ରତି ଲୋକଙ୍କ ମନରେ ଏବେ ଭୟ ସୃଷ୍ଟି ହୋଇଛି। ତେବେ ଏଥିରେ ଜନୈକ ପୋଲିସ୍ କର୍ମଚାରୀଙ୍କ ଭିଡିଓ ଏବେ ସୋସାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ୨୨ ହଜାର ଟଙ୍କାର ଚାଲାଣକୁ କିପରି ୪ଶହ ଟଙ୍କାରେ ରଫାଦଫା କରାଯାଇପାରିବ ତାର ପରାମର୍ଶ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଭିଡିଓରେ କ’ଣ ପରାମର୍ଶ ଦେଇଛନ୍ତି ପୋଲିସବାବୁ। 

{"id":162931,"width":579,"height":390}

ବାହନ ଚଳାଇବା ବେଳେ ସାଙ୍ଗରେ ସବୁ ବେଳେ ଆବଶ୍ୟକ କାଗଜପତ୍ର ସହ ଘରୁବାହାରିବା ଦରକାର। ଯଦି କୌଣସି କାରଣରୁ ଆପଣ ଭୁଲିଯାଇଛନ୍ତି ଓ ରାସ୍ତାରେ ଯାଞ୍ଚର ସମ୍ମୁଖୀନ ହେଲେ ତେବେ ଏଥିଲାଗି ଏତେ ହଡବଡେଇବାର କୌଣସି ଆବଶ୍ୟକତା ନାହିଁ। ଆପଣ ଡ୍ରାଇଭିଂ ଲାଇସେନ୍ସ ଉପସ୍ଥାପନ କରିନପାରିଲେ ୫ହଜାରଟଙ୍କା, ପିୟୁସି ନଥିଲେ ୧୦ ହଜାର ଟଙ୍କା, ବୀମା କାଗଜପତ୍ର ନଥିଲେ ୨ ହଜାର,  ଗାଡିର ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟ ନଥିଲେ ଗାଡି  ଜବତ ମଧ୍ୟ ହୋଇପାରେ।

wp:html /wp:html

ତେବେ ଧୈର୍ଯ୍ୟହରା ହେବାର କିଛି କାରଣ ନାହିଁ। ଆପଣଙ୍କୁ ଚାଲାଣ ବାବଦ ଜରିମାନା ଭରିବାକୁ ୧୫ ଦିନ ସମୟ ମିଳୁଛି। ଏହି ସମୟରେ ବାହନର କାଗଜପତ୍ର ଠିକ କରି ସମ୍ପର୍କିତ ଅଧିକାରୀଙ୍କୁ ଭେଟି ସମସ୍ତ ଡକ୍ୟୁମେଣ୍ଟ ଉପସ୍ଥାପନ କରନ୍ତୁ ଓ ପ୍ରତି ଚାଲାଣ ବାବଦେ ୧ଶହ ଟଙ୍କା ଲେଖାଏଁ ଜରିମାନା ଦେଇ ନିଜର ରସିଦ ଧରି ଘରକୁ ଯାଆନ୍ତୁ ବୋଲି ହରିୟାଣା ପୋଲିସରଏହି କର୍ମଚାରୀଜଣକ କହିଛନ୍ତି।

{"id":162932}

କେତେକ ସ୍ଥଳରେ ଲୋକ ଭୟଭୀତ ହୋଇ ଚାଲାଣରୁ ବର୍ତ୍ତିବା ଲାଗି ପୋଲିସ କର୍ମଚାରୀଙ୍କୁ ଲାଞ୍ଚ ଯାଚୁଛନ୍ତି। ଆଉ କେତେକ ଆଇନ ସମ୍ବଦ୍ଧରେ ସଚେତନ ନଥିବାରୁ ସିଧା ଚାଲାଣ ଧରି ସମ୍ବଦ୍ଧିତ ଅଧିକାରୀଙ୍କୁ ଭେଟି ଚାଲାଣ ବାବଦ ଅର୍ଥ ପୈଠ କରି ନୂଆ ଆଇନ ଲାଗି ମୁଣ୍ଡ କୋଡୁଛନ୍ତି। ହେଲେ ଆଇନ ସବୁ ବେଳେ ଆଇନ। କିନ୍ତୁ ଆମେ ନ ମାନି ନିଜେ ଅସୁବିଧାରେ ପଡିବା ସହ ଅନ୍ୟକୁ ମଧ୍ୟ ଅସୁବିଧାରେ ପକାଉଛେ ବୋଲି ପୋଲିସ ବାବୁ ଜଣକ କହିଛନ୍ତି। ଅନେକ ସ୍ଥାନରେ ଲୋକେ ଆଇନକୁ ବିରୋଧ କରୁଛନ୍ତି। ତେବେ ଆଇନ ପ୍ରତି ସଚେତନ ଲୋକେ କୌଣସି ଠାରେ ହଇରାଣ ହେଉ ନାହାନ୍ତି କି ସେମାନଙ୍କୁ କେହି ହଇରାଣ କରୁ ନାହାନ୍ତି ବୋଲି ସୁନିଲ ସାନ୍ଧୁ ଲୋକଙ୍କୁ ତାଙ୍କ ଭିଡିଓ ମାଧ୍ୟମରେ ସଚେତନ କରାଇବାକୁ ଉଦ୍ୟମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.