ଜାଣନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ମିଳିବ ହୋମ ଲୋନ ସବସିଡି
9/07/2019 at 3:03 PM

ନୂଆଦିଲ୍ଲୀ ୯/୭: ମୋଦି ସରକାରଙ୍କ ପ୍ରଚଳିତ ସ୍କିମ କଥା କହିବା ଯଦି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚୟ ଆସିଥାଏ। ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ କେନ୍ଦ୍ର ଯୋଜନା ଯାହାର ଉଦ୍ଦେଶ୍ୟ ସମସ୍ତଙ୍କୁ ବାସଘର ଯୋଗାଇବା।
ଯେଉଁ ବ୍ୟକ୍ତି ପ୍ରଥମ ଥର ଘର କିଣିବା ବିଷୟରେ ବିଚାର କରୁଛନ୍ତି ତେବେ ସେମାନେ ଏହି ସ୍କିମ୍ ଜରିଆରେ ଏହି ଖାସ୍ ସବସିଡିର ଲାଭ ଉଠାଇ ପାରିବେ। ଏଥିରେ କ୍ରେଡିଟ୍ ଲିଙ୍କ ସବସିଡି ପ୍ରଦାନ କରାଯାଉଛି ଯାହା ଜରିଆରେ ଆବେଦକଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା –
ଆର୍ଥିକ କ୍ଷେତ୍ରରେ ଦୁର୍ବଳ
ଲାଇଟ୍ ଇନକମ ଗ୍ରୃପ୍
ମିଡିୟମ ଇନକମ ଗ୍ରୃପ୍ -୧
ମିଡିୟମ ଇନକମ ଗ୍ରୃପ୍-୨
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଲୋନ୍ ପାଇଁ ଆବେଦନ କରିବା ପାଇଁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ ପାଇଁ ବାର୍ଷିକ ଆୟ ୩ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ। ଲାଇଟ୍ ଇନକମ ଗ୍ରୃପ୍ ପାଇଁ ବାର୍ଷିକ ଆୟ ୬ଲକ୍ଷ ଟଙ୍କା ଯାଏଁ ହେବା ଆବଶ୍ୟକ।
ସେହି ପ୍ରକାର ମିଡିୟମ ଇନକମ ଗ୍ରୃପ୍ -୧ଙ୍କ ବାର୍ଷିକ ଆୟ ୧୨ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ ଏବଂ ମିଡିୟମ ଇନକମ ଗ୍ରୃପ୍-୨ଙ୍କ ବାର୍ଷିକ ଆୟ ୧୨ଲକ୍ଷ ଟଙ୍କାରୁ ୧୮ଲକ୍ଷ ଟଙ୍କା ହୋଇଥିବା ଆବଶ୍ୟକ।
ଆବେଦକଙ୍କୁ ନିଜ ଇଚ୍ଛାରେ କୈାଣସି ବ୍ୟାଙ୍କ କିମ୍ବା NBFC ରେ ଆବେଦନ କରିବାକୁ ହେବ। ଫର୍ମରେ ଆବେଦକଙ୍କ ସୂଚନା ଯେପରିକି ତାଙ୍କ ଆୟ,ବିନିଯୋଗ,ଅନ୍ୟ ଲୋନ୍,ସମ୍ପତ୍ତିର ସୂଚନା ଏବଂ କୋ-ଆପ୍ଲିକେଣ୍ଟର ସୂଚନା ଦେବାକୁ ପଡ଼ିବ।
ଲୋନ୍ ଆବେଦନ ପାଇଁ ଜରୁରୀ ଡକ୍ୟୁମେଣ୍ଟସ୍ ଯେପରିକି ଆୟ ପ୍ରମାଣ,କେଓ୍ବାଇସି ଡକ୍ୟୁମେଣ୍ଟ ଏବଂ ସମ୍ପତ୍ତି ସହ ସମ୍ବନ୍ଧିତ ଡକ୍ୟୁମେଣ୍ଟର ସବସିଡି ଆବେଦନରେ ଜମା କରିବାକୁ ପଡ଼ିବ।
ଯଦି ଆବେଦକ କିମ୍ବା ତାଙ୍କ ପରିବାରର କୈାଣସି ବ୍ୟକ୍ତି ଭାରତରେ କୋଠା ଘରର ମାଲିକ ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବେଦନ କ୍ୟାନସଲ୍ କରି ଦିଆଯିବ।
ଯଦି ଆବେଦକ ଜଣେ ମହିଳା ଏବଂ ପରିବାରର ଏକମାତ୍ର ଆୟ କରୁଥିବା ବ୍ୟକ୍ତି ତେବେ ପ୍ରାଥମିକତା ଦିଆଯିବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବସିଡି ସ୍କିମ୍ ଆପ୍ଲିକେସନ ଫର୍ମ ଏହି ଲିଙ୍କ https://pmaymis.gov.in/ ରୁ ଡାଉନେଲୋଡ କରିପାରିବେ। ଫର୍ମକୁ ‘ସିଟିଜେନ୍ ଆସେସମେଣ୍ଟ’ ଟ୍ୟାବ୍ ଜରିଆରେ ‘ବେନେଫିଟ୍ ଫର ଅଦର ଥ୍ରୀ କମ୍ପୋନେଣ୍ଟସ’ରେ ଅନଲାଇନ ରେ ଆକ୍ସେସ କରାଯାଇପାରିବ।
ପ୍ରକୃତରେ ଆବେଦକଙ୍କୁ ଆଧାର ନମ୍ବର ଏବଂ ନାଁ ସାମିଲ କରିବାକୁ ପଡ଼ିବ। ସୂଚନା ଭେରିଫାଇ ହେବା ପରେ ଫର୍ମ ପୂରଣ କରାଯାଇପାରିବ। ଆବେଦକଙ୍କ ନାଁ,ଆୟ,ପରିବାର ସଦସ୍ୟଙ୍କ ସଂଖ୍ୟା ,ଠିକଣା, କଣ୍ଟାକ୍ଟ ନମ୍ବର,ପରିବାର ମୁଖ୍ୟଙ୍କ ନମ୍ବର,ଧର୍ମ,ଜାତି ଆଦି ପୂରଣ କରିବାକୁ ପଡ଼ିବ।