Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଆଧାର କାର୍ଡ ବିନା ବି ମିଳିପାରିବ ଗ୍ୟାସ୍ ସବ୍‌ସିଡି: ଜାଣନ୍ତୁ କ’ଣ କରିବାକୁ ହେବ

21/01/2021 at 11:52 AM

ନୂଆଦିଲ୍ଲୀ ୨୧/୦୧ : ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କଲେ ସବସିଡି ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ। ସବସିଡି ଲାଭ ପାଇବାକୁ ଗ୍ରାହକଙ୍କୁ ନିଜ ଗ୍ୟାସ କନେକ୍ସନ ସହ ଆଧାର କାର୍ଡ ଲିଙ୍କ କରିବାକୁ ପଡିଥାଏ। ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ କିମ୍ବା କୌଣସି କାରଣ ବଶତଃ ଅଦ୍ଯରେ କାର୍ଡ ବ୍ୟାଙ୍କ କିମ୍ବା ଏଲପିଜି କନେକ୍ସନ ସହ ଲିଙ୍କ କରିପାରିନାହାନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଗ୍ୟାସ ସବସିଡି ମିଳିପାରିବ। ଏଥିପାଇଁ ଆପଣଙ୍କୁ କିଛି ସ୍ଟେପ ଫଲୋ କରିବାକୁ ପଡିବ।

୧. ଗ୍ୟାସ ସବସିଡି ପାଇବାକୁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସି ଯାଇ ଏଲପିଜି ଡିଷ୍ଟ୍ରିବ୍ୟୁଟରକୁ ବ୍ୟାଙ୍କ ଖାତା ନମ୍ବର ଦେବାକୁ ହେବ।

୨. ଏହାପରେ ଗ୍ରାହକଙ୍କ ସବସିଡି ରାଶି ସିଧା ତାଙ୍କ ବ୍ୟାଙ୍କ ଖାତାରେ ଜମା ହେବ।

୩. ବ୍ୟାଙ୍କ ଖାତା ତଥ୍ୟ ସହ ଧାତଧାରକଙ୍କ ନାଁ, ଖାତା ନମ୍ବର ଓ ବ୍ୟାଙ୍କ ଶାଖାର IFSC କୋଡ଼ ଓ ୧୭ ଅଙ୍କ ବିଶିଷ୍ଟ ଏଲପିଜି କଂଜୁମର ଆଇଡି ଦେବାକୁ ହେବ।

୪. କିନ୍ତୁ ଏହି ସୁବିଧା ସେହି ଗ୍ରାହକଙ୍କ ପାଇଁ ଯେଉଁମାନଙ୍କ ଆଧାର କାର୍ଡ ନାହିଁ।

ଏହିଭଳି ଆଧାରକୁ ଗ୍ୟାସ କନେକ୍ସନ ସହ ଲିଙ୍କ କରନ୍ତୁ :

୧. ଅନଲାଇନ ତରିକାରେ ଲିଙ୍କ କରିପାରିବେ –

– ଅନଲାଇନ ଲିଙ୍କ କରିବାକୁ ନିଜ ମୋବାଇଲ ନମ୍ବରକୁ ଇଣ୍ଡେନ ଗ୍ୟାସ କନେକ୍ସନରେ ରେଜିଷ୍ଟର କରନ୍ତୁ

– ଏହାପରେ ଆଧାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

– ଏଠାରେ ସବୁ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ

– ବେନେଫିଟ ଟାଇପରେ ଏଲପିଜି, ସ୍କିମ ନାଁ, ବିତରକ ନାଁ ଓ ଗ୍ରାହକ ସଂଖ୍ୟା ଦିଅନ୍ତୁ

– ଏହାପରେ ଆଧାର ନମ୍ବର ଦେବା ପୂର୍ବରୁ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଦିଅନ୍ତୁ

– ଏହାପରେ ସବମିଟ ବଟମ କ୍ଲିକ କରନ୍ତୁ

– ଏହାପରେ ନିଜ ମୋବାଇଲ ନମ୍ବର, ଇମେଲକୁ ଏକେ ଓଟିପି ଆସିବ

– ଓଟିପି ଦେଇ ସବମିଟ ବଟମ କ୍ଲିକ କରନ୍ତୁ

. କଷ୍ଟମର କେୟାରରେ ଫୋନ କରି ଗ୍ୟାସ ଆଧାରକୁ ଲିଙ୍କ କରିପାରିବେ

– ଇଣ୍ଡେନ ଗ୍ୟାସ ଗ୍ରାହକ କଷ୍ଟମର କେୟାର ନମ୍ବରକୁ ଫୋନ କରି ନିଜ ଗ୍ୟାସ କନେକ୍ସନକୁ ଆଧାର ସହ ଲିଙ୍କ କରିପାରିବେ

– ଏଥିପାଇଁ ଗ୍ୟାସ କନେକ୍ସନରେ ରେଜିଷ୍ଟର ମୋବାଇଲ ନମ୍ବରରୁ 1800 2333 555 ଏହି ନମ୍ବରକୁ ଫୋନ କରିବାକୁ ହେବ

– ଏହାପରେ ଆପଣ ପ୍ରତିନିଧିକୁ ନିଜ ଆଧାର ନମ୍ବର କହି ଗ୍ୟାସ କନେକ୍ସନ ସହ ଲିଙ୍କ କରିପାରିବେ

ସୂଚନା ଅନୁଯାୟୀ, ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ହେବାପରେ ବିନା ସବସିଡି ୧୪.୨ କିଲୋଗ୍ରାମ ସିଲିଣ୍ଡର ଦାମ ୬୪୪ ଟଙ୍କାରୁ ବୃଦ୍ଧି ପାଇ ୬୯୪ ଟଙ୍କା ହୋଇଛି।

   Related Posts