ଦେଶର ସବୁଠାରୁ ବଡ ଯାଞ୍ଚ ଏଜେନ୍ସିରେ କେମିତି ପାଇବେ ଚାକିରୀ ଏବଂ କ'ଣ ରହିଛି ସିବିଆଇର ପାୱାର ଜାଣନ୍ତୁ

Published By : Prameya-News7 Bureau | February 04, 2019 IST

ଦିଲ୍ଲୀ ୪/୨ : ଦେଶର ସବୁଠାରୁ ବଡ ଯାଞ୍ଚ ଏଜେନ୍ସିରେ ସିବିଆଇରେ କେମିତି ଚାକିରୀ ପାଇବେ ସେ ସମ୍ପର୍କରେ ଜାଣିବା | ସାରଦା ଚିଟଫଣ୍ଡ ମାମଲାରେ ସିବିଆଇ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି | ସିବିଆଇ କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି | ବିରୋଧୀ ସବୁ କଥାରେ କେନ୍ଦ୍ରକୁ ଦୋଷ ଦେବା କିଛି ନୂଆ କଥା ନୁହେଁ |

ତେବେ ସିବିଆଇର ପ୍ରମୁଖ କିଏ, ତାର କ'ଣ କ'ଣ ଅଧିକାର ରହିଛି ଏବଂ ସିବିଆଇକୁ କିଭଳି ଯୋଗାଯୋଗ କରିବେ ଜଣାନ୍ତୁ :
ଦ୍ୱାଦଶ (ଜୁନିୟର ବର୍ଗ) କିମ୍ବା ସ୍ନାତକ (ଇନ୍ସପେକ୍ଟର ରେଙ୍କ) ପାସ କରିସାରିବା ପରେ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ ଅର୍ଥାତ ସିବିଆଇରେ ଚାକିରୀ ମିଳିଥାଏ | ବିଭିନ୍ନ ପଦବୀ ପାଇଁ ବେଳେବେଳେ ବିଜ୍ଞପ୍ତି ପ୍ରକାଶ ପାଇଥାଏ। ସିବିଆଇର ବିଭିନ୍ନ ପଦବୀ ପାଇଁ ଏକ ଲିଖିତ ପରୀକ୍ଷା ଦେବାକୁ ପଡିଥାଏ | ଲିଖିତ ପରୀକ୍ଷାରେ ପାସ ହେବାପରେ ସ୍ୱାସ୍ଥ୍ୟ ପରୀକ୍ଷା ବା ଫିଟନେସ ଟେଷ୍ଟ କରାଯାଇଥାଏ | ଉଭୟ ପରୀକ୍ଷାରେ ପାସ ହେବାପରେ ଯାଞ୍ଚ ଏଜେନ୍ସିରେ ଚାକିରୀ ମିଳିଥାଏ | ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ଆପଣ ଚେକ କରି ଜାଣିପାରିବେ ଖାଲି ପଡିଥିବା ପଦବୀ ପାଇଁ କେବେ ନୋଟିସ ଜାରି ହେବ |

{"id":81775}


http://cbi.gov.in/hn/employee/recruitments/index.php
ଆସନ୍ତୁ ଜାଣିବା ସିବିଆଇ ପାଖରେ କଣ ସବୁ ପାୱାର ରହିଛି :


ସିବିଆଇ ଏକ ସ୍ୱତନ୍ତ୍ର ଯାଞ୍ଚ ଏଜେନ୍ସି | ସିବିଆଇ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିଲେ ମଧ୍ଥାୟ ଏହା ସ୍ବାଧୀନ | ସିବିଆଇ କେନ୍ଦ୍ର, ରାଜ୍ୟର ସୁପାରିଶ ଏବଂ କୋର୍ଟଙ୍କ ନିର୍ଦେଶରେ ଯେକୌଣସି ଅପରାଧିକ ମାମଲା କିମ୍ବା ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡିତ ମାମଲାର ଯାଞ୍ଚ କରିଥାଏ | ଏହିସବୁ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ନ୍ୟାୟାଳୟ ସ୍ଥାପନା କରି ଶୁଣାଣି ପାଇଁ ନ୍ୟାୟିକ ବ୍ୟବସ୍ଥା କରାଯାଇଛି | ଏହାଛଡା ସିବିଆଇ ଦେଶର ଇଣ୍ଟରପୋଲର ଏକ ଅଧିକାରୀ ୟୁନିଟ |


ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ନୂଆ ଦିଲ୍ଲୀ ସ୍ଥିତ ଲୋଧି ରୋଡ଼ରେ ଅବସ୍ଥିତ | ସିବିଆଇର ପ୍ରତ୍ୟେକ ରାଜ୍ୟରେ ମଧ୍ୟ କାର୍ଯ୍ୟାଳୟ ରହିଛି | ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ସିବିଆଇର ଶାଖା କାର୍ଯ୍ୟାଳୟ ରହିଛି | ସିବିଆଇ ସହିତ ସମ୍ପର୍କ କରିବା ପାଇଁ ଅଫିସିଆଲ ୱେବସାଇଟ http://cbi.gov.in/ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.