ଗଣପତିଙ୍କ ଆଗମନ ପୂର୍ବରୁ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, ମିଳିବ ବାପ୍ପାଙ୍କ କୃପା

Published By : Prameya-News7 Bureau | August 21, 2020 IST

ଭୁବନେଶ୍ୱର ୨୧/୦୮ : ୨୨ ତାରିଖରେ ସାରା ଦେଶରେ ଗଣେଶ ଚତୁର୍ଥୀ ପାଳନ କରାଯିବ | ଗଣେଶ ଚତୁର୍ଥୀ ଦିନ ଲୋକେ ଘରେ କିମ୍ବା କର୍ମକ୍ଷେତ୍ରରେ ବାପ୍ପାଙ୍କ ମୂର୍ତ୍ତି ସ୍ଥାପନା କରନ୍ତି | ଏହାପରେ ବିଧି ବିଧାନ ସହ ପୂଜାର୍ଚ୍ଚନା କରନ୍ତି | ବାପ୍ପାଙ୍କୁ ସ୍ଥାପନା କଲାବେଳେ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଉଚିତ |

{"id":318127,"sizeSlug":"large"}

ଗଜାନନଙ୍କୁ ଆଣିବା ସମୟରେ ସଫା ବସ୍ତ୍ର ଧାରଣ କରିବା ଉଚିତ | ପୁରୁଷମାନେ ମୁଣ୍ଡରେ ଟୋପି କିମ୍ବା ରୁମାଲ ବାନ୍ଧିବା ଉଚିତ | ଗଣେଶ ସ୍ଥାପନା ସମୟରେ ଶୁଦ୍ଧ ଓ ସଫା ବସ୍ତ୍ର ପରିଧାନ କରିବା ଉଚିତ | ମୂର୍ତ୍ତି ସ୍ଥାପନା ସ୍ଥାନ ସ୍ୱଚ୍ଛ ହେବା ଉଚିତ | ଘରର ମହିଳାମାନେ ଗଣେଶଙ୍କୁ ଆଣି ଆଳତି କରିବା ଉଚିତ | ଯେଉଁ ଚୌକିରେ ମୂର୍ତ୍ତି ସ୍ଥାପନା କରିବେ ସେଥିରେ ନାଲି କିମ୍ବା ସବୁଜ କପଡା ପକାଇ ତାଉପରେ ମୂର୍ତ୍ତି ସ୍ଥାପନା କରିବା ଉଚିତ | ଏହାପରେ ମୂର୍ତ୍ତି ଉପରେ ଗଙ୍ଗାଜଳ ଛିଞ୍ଚି ବାପ୍ପାଙ୍କୁ ପିତା ଧାରଣ କରାଇବେ | ଏହାପରେ କଳସ ସ୍ଥାପନା କରିବେ | କଳସରେ ଆମ୍ବ ଡାଳ କିମ୍ବା ପତ୍ର ଉପରେ ନଡ଼ିଆ ବାନ୍ଧି କଳସ ବସାଇବେ କରିବେ | କଳସ ସ୍ଥାପନା ପରେ ବାପ୍ପାଙ୍କୁ ଦୁବ ଅର୍ପଣ କରିବେ | ଏହାପରେ ପଞ୍ଚାମୃତ, ମୋଦକ ଭୋଗ ଲଗାଇବେ | ଏହାପରେ ଧୂପ, ଦୀପ, ପୁଷ୍ପ ଆଦି ଅର୍ପଣ କରିବେ | ଏହାପରେ ବାପ୍ପାଙ୍କ ସମ୍ମୁଖରେ ଅଖଣ୍ଡ ଦୀପ ଜଳାଇବେ ଏବଂ ଆଳତି କରିବେ |

{"id":318123,"sizeSlug":"large"}

ବାପ୍ପାଙ୍କ ସ୍ଥାପନା ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ କରିବେ ନାହିଁ | ବାପ୍ପାଙ୍କୁ ସର୍ବଦା ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ସ୍ଥାପନା କରିବେ | ଘର ହେଉଁ କିମ୍ବା କର୍ମକ୍ଷେତ୍ର ଗୋଟିଏ ଜାଗାରେ ଗଣପତିଙ୍କ ଦୁଇଟି ପ୍ରତିମା ଏକାସଙ୍ଗେ ରଖିବେନାହିଁ | ବାସ୍ତୁଶାସ୍ତ୍ର ଅନୁସାରେ ଗୋଟିଏ ସ୍ଥାନରେ ଦୁଇଟି ପ୍ରତିମା ରଖିଲେ ଧନହାନି ହୋଇଥାଏ | ବାପ୍ପାଙ୍କ ମୁହଁ ଯେଭଳି ଘରର କବାଟ ଆଡକୁ ହେଇନଥିବା ସେ ପ୍ରତି ଦୃଷ୍ଟି ଦେବା ଉଚିତ | ଗଣପତିଙ୍କ ମୁଖ ଆଡକୁ ସୌଭାଗ୍ୟ, ସିଦ୍ଧି ଏବଂ ସୁଖ ରହିଥାଏ ବୋଲି ବିଶ୍ୱାସ ରହିଛି |

{"id":318126,"sizeSlug":"large"}

ଗଣପତିଙ୍କ ସମ୍ମୁଖରେ ଅଖଣ୍ଡ ଦୀପ ବିସର୍ଜନ ଦିନ ଯାଏଁ ଜଳାଇବା ଉଚିତ | ଏହା ଅତ୍ୟନ୍ତ ଶୁଭ ହୋଇଥାଏ | ୧୦ ଦିନ ଯାଏଁ ନିୟମିତ ସମୟରେ ବାପ୍ପାଙ୍କ ଆଳତି କରିବା ଉଚିତ | ଗଣପତି ଅପେକ୍ଷା କରିବାକୁ ପସନ୍ଦ କରନ୍ତି ନାହିଁ | ତାଙ୍କ କୃପା ପାଇବା ପାଇଁ ସଠିକ ସମୟରେ ପ୍ରସାଦ ଓ ଆଳତି କରିବା ଉଚିତ | ଏହାଦ୍ୱାରା ବାପ୍ପା ପ୍ରସନ୍ନ ହୋଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.