ହ୍ବାଟସଆପ୍ ଡାର୍କ ମୋଡ୍‌ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ? ଏହାକୁ କିପରି ଡିଜାବଲ୍ କରିବେ ଜାଣନ୍ତୁ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୩: ଡାର୍କ ମୋଡ୍ ଉପରେ ଏକ ବର୍ଷରୁ ଅଧିକ ସମୟ ଧରି କାମ କରିବା ପରେ ହ୍ବାଟସଆପ୍ ଶେଷରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଫିଚର ଉପଲବ୍ଧ କରାଇଥିଲା । ଅଧିକାଂଶ ହ୍ବାଟସଆପ୍ ୟୁଜର୍ସ ଏହି ନୂତନ ମୋଡ୍ ପାଇଁ ଅପେକ୍ଷା କରିଥିଲେ । ଯାହା ଦେଖିବା ପାଇଁ ସହଜ ହେବା ସହିତ ଆପଣଙ୍କ ସ୍ମାର୍ଟଫୋନ୍ ବ୍ୟାଟେରୀକୁ ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |

ହ୍ବାଟସଆପ୍ ଏହା ପୂର୍ବରୁ ମଧ୍ୟ ଅନେକ ଫିଚର ଲଞ୍ଚ କରିଥିଲା, ଯେଉଁଗୁଡିକୁ ୟୁଜର୍ସମାନେ ବହୁତ ପସନ୍ଦ କରିଥିଲେ। ଏହି ଡାର୍କ ମୋଡ୍ ଦ୍ବାରା ୟୁଜର୍ସଙ୍କ ଆଖି ଉପରେ ପ୍ରଭାବ ପଡିବ ନାହିଁ । ଏହି ଲାଟେଷ୍ଟ ମୋଡରେ ଡାର୍କ ଗ୍ରେ ବ୍ୟାକଗ୍ରାଉଣ୍ଡ ଏବଂ ଅଫ-ହ୍ବାଇଟ୍ କଲରର ଟେକ୍ସଟ ଦିଆଯାଇଛି ଯାହା ଫଳରେ ୟୁଜର୍ସଙ୍କ ଆଖି ଉପରେ କୌଣସି ଧରଣର ପ୍ରଭାବ ପଡିବ ନାହିଁ ଏବଂ ବ୍ୟାଟେରୀର ଚାର୍ଜ ମଧ୍ୟ ଅଧିକ ସମୟ ଯାଏଁ ରହିବ । କେବଳ ଏତିକି ନୁହେଁ ଡାର୍କ ମୋଡ୍ ଦ୍ବାରା ୟୁଜର୍ସଙ୍କୁ ଚାଟିଂ କରିବାର ସହଜ ହେବ ।

ଯଦି ଆପଣ ହ୍ବାଟସଆପ୍ ର ମୂଳ ଫିଚର ସହିତ ଅଭ୍ୟସ୍ତ ଅଛନ୍ତି ଏବଂ ହ୍ବାଟସଆପ୍ ର ଡାର୍କ ମୋଡ୍ ବ୍ୟବହାର ଜାରି ରଖିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏବେ ଆପଣ ପୁଣି ଲାଇଟ୍ ମୋଡ୍ କୁ ସହଜରେ ଫେରିଯାଇପାରିବେ ।

ତେବେ ଆସନ୍ତୁ ଜାଣିବା ହ୍ବାଟସଆପର ଲାଟେଷ୍ଟ ଡାର୍କ ମୋଡ୍ ରୁ କିଭଳି ଫେରିବେ ଲାଇଟ୍ ମୋଡ୍ କୁ…

iOS ପାଇଁ:

ଆପଣଙ୍କର iOS ଫୋନର ସେଟିଙ୍ଗ୍ ଆପ୍ କୁ ଯାଆନ୍ତୁ ।

ଏହାପରେ ଡିସପ୍ଲେ ଆଣ୍ଡ୍ ବ୍ରାଇଟନେସ୍ ରେ ଚୟନ କରନ୍ତୁ ।

ଏଠାରେ ଦୁଇଟି ବିକଳ୍ପ ଲାଇଟ୍ ମୋଡ୍ ଏବଂ ଡାର୍କ ମୋଡ୍ ରହିଛି । ଏଥିରୁ ଲାଇଟ୍ ମୋଡ୍ କୁ ଚୟନ କରନ୍ତୁ ।

ଆଣ୍ଡ୍ରଏଡ ପାଇଁ :

ଆପଣଙ୍କ ଆଣ୍ଡ୍ରଏଡ୍ ଫୋନ୍ ର ହ୍ବାଟସଆପ୍ ଆପ୍ କୁ ଯାଆନ୍ତୁ ।

ତାପରେ ସେଟିଂ ଅପସନକୁ ଚୟନ କରନ୍ତୁ ।

ଏହାପରେ ଚାଟସ ଅପସନକୁ ଚୟନ କରନ୍ତୁ ।

ତାପରେ ଥିମ୍ କୁ ବାଛନ୍ତୁ ।

ଦୁଇଟି ବିକଳ୍ପ ଡାର୍କ ମୋଡ୍ ଏବଂ ଲାଇଟ୍ ମୋଡ୍ ରହିଛି । ଲାଇଟ୍ ମୋଡ୍ କୁ ଚୟନ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.