Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଫୋନ ହଜିଯାଇଥିଲେ କିପରି ଡିଲିଟ୍ କରିବେ ଗୁଗୁଲ ଆକାଉଣ୍ଟ , ଜାଣନ୍ତୁ ପୁରା ପ୍ରକ୍ରିୟା…

16/07/2021 at 5:13 PM

ନୂଆଦିଲ୍ଲୀ ୧୬/୦୭ : ଅଘଟଣ ପ୍ରାୟତଃ ସମସ୍ତଙ୍କ ସହ ଘଟିଥାଏ । ଯେମିତିକି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଆମର ଫୋନ କୌଣସି ସ୍ଥାନରେ ହଜି ଯାଏ କିମ୍ବା ଚୋରି ହୋଇଯାଏ ଏହା ଆମେ ଜାଣି ପାରିନଥାନ୍ତି । ଏପରି ପରିସ୍ଥିତିରେ ଆମେ ଭାବୁଥାଉ ଯେ ଫୋନରେ ଥିବା ଗୁଗୁଲ ଆକାଉଣ୍ଟକୁ କିପରି ରିମୁଭ୍ କରିବା । ଏହା ଯଦି ଆପଣଙ୍କ ସହ ଘଟିଛି ଏବଂ ଆପଣଙ୍କର ଗୁଗୁଲ ଆକାଉଣ୍ଟ ବନ୍ଦ କରିବା ପାଇଁ ଚିନ୍ତା କରୁଛନ୍ତି  କି ? ତେବେ ଚିନ୍ତା କରନ୍ତୁ ନାହିଁ  ଏହି ସମସ୍ୟାର ସମାଧାନ ବିଷୟରେ ଆପଣଙ୍କୁ ଜଣାଇବୁ ।

ହଜିଯାଇଥିବା ଫୋନରୁ ଗୁଗୁଲ୍ ଆକାଉଣ୍ଟକୁ କିପରି ଡିଲିଟ୍ କରିବେ 

•ହଜିଯାଇଥିବା ଫୋନରୁ ଗୁଗୁଲ ଆକାଉଣ୍ଟ ଡିଲିଟ୍ କରିବାକୁ ପ୍ରଥମେ www.google.com କୁ ଯାଆନ୍ତୁ ।

• ସେଠାରେ ଥିବା securityକୁ ଯାଇ manage devices ଉପରେ କ୍ଲିକ୍ କରନ୍ତୁ |

•ଏହା କରିବା ପରେ, ଆପଣଙ୍କର ସାମ୍ନା your devices ର ଅପସନ୍‌ ଆସିବ ।  ଯେଉଁଠାରେ ସେହି ସମସ୍ତ ଡିଭାଇସର ଡିଟେଲସ୍ ଆସିବ ଯେଉଁଥିରେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ସାଇନ୍ ଇନ୍ ଥିବ ।

•ତେବେ ଆପଣ ଗୁଗୁଲ୍ ଆକାଉଣ୍ଟରୁ ଯେଉଁ ଡିଭାଇସରୁ ଡିଲିଟ୍ କରିବାକୁ ଚାହୁଁଛନ୍ତି, ସେହି ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରି ସାଇନ ଆଉଟ କରିପାରିବେ ।

ଗୁଗୁଲ୍ historyରେ ଲଗାନ୍ତୁ ଏପରି ପାସୱାର୍ଡ

• ଗୁଗୁଲ୍ historyରେ ପାସୱାର୍ଡ ଲଗାଇବା ପାଇଁ ସର୍ବପ୍ରଥମେ ଆପଣଙ୍କର ୱେବ୍ ବ୍ରାଉଜରରେ activity .Google.com ଖୋଲନ୍ତୁ ।

• ତେବେ ଏଠାରେ ମନେ ରଖିବାକୁ ହେବ ଯେ ପାସୱାର୍ଡ ଲଗାଇବା ସମୟରେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ସାଇନ୍ ଇନ୍ ହେବା ଜରୁରୀ ।

• ଏହା କରିବା ପରେ, ଆପଣଙ୍କୁ manage my activity ଉପରେ କ୍ଲିକ୍ କରିବାକୁ ପଡିବ ।

• କ୍ଲିକ୍ କରିବା ମାତ୍ରେ, ସାମ୍ନାରେ require extra verification ଏବଂ don’t require extra verification ଲେଖା ଆସିବ ।

• ଏଠାରେ require extra verification କୁ ସିଲେକ୍ଟ କରି ସେଭ କରିଦିଅନ୍ତୁ ।

• ସେଭ୍ କରିବା ମାତ୍ରେ  verification ପାଇଁ ଗୁଗୁଲ୍ ଆକାଉଣ୍ଟ୍ ପାସୱାର୍ଡ ମାଗିବ ।

• ତେବେ ପାସୱାର୍ଡ ପକାଇବା ମାତ୍ରେ, ଗୁଗୁଲ୍ ସର୍ଚ୍ଚ history ପାସୱାର୍ଡ ସୁରକ୍ଷିତ ହୋଇଯିବ ଏବଂ ଏହାକୁ କେହି ଯାଞ୍ଚ କରିପାରିବେ ନାହିଁ ।

• ଅନ୍ୟ ପଟେ, ଯଦି ସର୍ଚ୍ଚ historyରୁ ପାସୱାର୍ଡ ଡିଲିଟ୍ କରିବାକୁ ଚାହୁଁଛନ୍ତି, ତାହାଲେ ସମାନ ପ୍ରକ୍ରିୟା ରହିବ, ସେଠାରେ ଆପଣଙ୍କୁ don’t  require extra verificationକୁ ସିଲେକ୍ଟ କରିବାକୁ ପଡିବ ।

• ଏହା ପରେ ଆପଣଙ୍କ ସର୍ଚ୍ଚ history ପୁଣି ଥରେ ଦେଖିବାକୁ ମିଳିବ ।

   Related Posts