Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

କ୍ୟାରିଅରକୁ ନେଇ ଚିନ୍ତିତ କି ? ଜନ୍ମ ତାରିଖରୁ ଜାଣନ୍ତୁ କେଉଁ କ୍ଷେତ୍ରରେ ହେବେ ସଫଳ

25/02/2021 at 4:36 PM

ଭୁବନେଶ୍ୱର ୨୫/୦୨ : କଠିନ ପରିଶ୍ରମ ସତ୍ତ୍ୱେ ଚାକିରୀ ଓ ବ୍ୟବସାୟରେ ଲାଭ ମିଳୁନାହିଁ ? ଏହାର ଗୋଟିଏ କାରଣ ଆପଣଙ୍କ ଜନ୍ମ ତାରିଖ ହୋଇପାରେ। ଜନ୍ମ ତାରିଖ ଅନୁସାରେ କ୍ୟାରିଅର ବାଛିବା ଠିକ ପ୍ରମାଣିତ ହୋଇପାରେ। ଜନ୍ମ ତାରିଖ କେବଳ ବ୍ୟକ୍ତିର ବ୍ୟକ୍ତିତ୍ୱ ନୁହେଁ ବରଂ ରୋଜଗାର ସମ୍ପର୍କରେ ମଧ୍ୟ ଜାଣିହେବ। କେଉଁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ପେଶା ବାଛିବା ଦରକାର ଏବଂ ବ୍ୟବସାୟ ବା ଚାକିରୀରେ କିଛି ସମସ୍ୟା ଥିଲେ ତାକୁ କିଭଳି ଦୂର କରାଯାଇ ପାରିବ ପଢନ୍ତୁ।

.୧୦, ୧୯, ୨୮ ଯଦି ଆପଣଙ୍କ ଜନ୍ମ ତାରିଖ ୧.୧୦, ୧୯, ୨୮ ହୋଇଥାଏ ତାହେଲେ ଆପଣଙ୍କ ସମ୍ବନ୍ଧ ସୂର୍ଯ୍ୟ ଓ ମଙ୍ଗଳ ସହିତ ଅଛି। ଆପଣଙ୍କ ପାଇଁ ପ୍ରଶାସନ, ଚିକିତ୍ସା ଓ ଟେକ୍ନିକାଲ କ୍ଷେତ୍ର ସବୁଠାରୁ ଉତ୍ତମ। କାଠ ଓ ଔଷଧ ବ୍ୟବସାୟ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ରୋଜଗାରରେ ସମସ୍ୟା ଥିଲେ ତମ୍ବା ଧାରଣ କରନ୍ତୁ। ନିୟମିତ ସୂର୍ଯ୍ୟଙ୍କୁ ଜାଲ ଅର୍ପଣ କରନ୍ତୁ।

, ୧୧, ୨୦, ୨୯ ଯଦି ଆପଣଙ୍କ ଜନ୍ମ ତାରିଖ ୨, ୧୧, ୨୦, ୨୯ ହୋଇଥାଏ ତାହେଲେ ଆପଣଙ୍କ ସମ୍ବନ୍ଧ ଚନ୍ଦ୍ରମା ଓ ଶୁକ୍ର ସହ ରହିଛି। କଳା, ଅଭିନୟ, ସଂଗୀତ, ସୌନ୍ଦର୍ଯ୍ୟ, ଜଳ କ୍ଷେତ୍ର ଆପଣଙ୍କ ପାଇଁ ଉତ୍ତମ। ଜଳ, ହସ୍ପିଟାଲ, ସୌନ୍ଦର୍ଯ୍ୟ ବ୍ୟବସାୟ ମଧ୍ୟ ଆପଣଙ୍କ ପାଇଁ ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ରୁପା ଧାରଣ କରନ୍ତୁ। ଭଗବାନ ଶିବଙ୍କ ଉପାସନା କରନ୍ତୁ।

, ୧୨, ୨୧, ୩୦ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ବୁଧ ଓ ବୃହସ୍ପତିଙ୍କ ସହ ରହିଛି। ଆପଣଙ୍କ ପାଇଁ ଶିକ୍ଷା, ଓକିଲାତି, ବୈଦିକ କ୍ଷେତ୍ର ଆଦି ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ସୁନା ଧାରଣ କରନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

, ୧୩, ୨୨, ୩୧ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ରାହୁ ଓ ଚନ୍ଦ୍ରଙ୍କ ସହ ରହିଛି। ଆପଣଙ୍କ ପାଇଁ ଟେକ୍ନିକାଲ, ଔଷଧ, ଜ୍ୟୋତିଷ, ତନ୍ତ୍ର-ମନ୍ତ୍ର ଆଦି କ୍ଷେତ୍ର ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ଷ୍ଟିଲ ମୁଦି ଧାରଣ କରନ୍ତୁ। ଭଗବାନ ଶିବଙ୍କୁ ଉପାସନା କରନ୍ତୁ।

, ୧୪, ୨୩ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ବୁଧ ଓ ସୂର୍ଯ୍ୟଙ୍କ ସହ ରହିଛି। ଆପଣଙ୍କ ପାଇଁ ଧନ, ଆଇନ, ପ୍ରଶାସନ ଓ କର୍ପୋରେଟ କ୍ଷେତ୍ର ଉତ୍ତମ। ଲେଖନ ଓ ସଂଗୀତ କ୍ଷେତ୍ରରେ ବି ଲାଭ ମିଳିପାରେ। ରୋଜଗାରରେ ସମସ୍ୟା ଥିଲେ କଂସା ଧାରଣ କରନ୍ତୁ। ଶ୍ରୀକୃଷ୍ଣଙ୍କ ଉପାସନା କରନ୍ତୁ।

, ୧୫, ୨୪ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ଶୁକ୍ର ଓ ବୁଧଙ୍କ ସହ ରହିଛି। ଆପଣଙ୍କ ପାଇଁ ଅଭିନୟ, ଫିଲ, ମିଡ଼ିଆ ଆଦି କ୍ଷେତ୍ର ଉତ୍ତମ। ଶିକ୍ଷା କ୍ଷେତ୍ରରେ ବି ଲାଭ ମିଳିବ। ରୋଜଗାରରେ ସମସ୍ୟା ହେଉଥିଲେ ରୁପା ମୁଦି ଧାରଣ କରନ୍ତୁ। ଶିବ ଓ ପାର୍ବତୀଙ୍କୁ ଉପାସନା କରନ୍ତୁ।

,୧୬, ୨୫ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ କେତୁ ଓ ଶୁକ୍ର ସହ ରହିଛି। ଆପଣଙ୍କ ପାଇଁ ଧର୍ମ, ଶିକ୍ଷା, କଳା ଅନୁସନ୍ଧାନ ଓ ଟେକ୍ନିକାଲ କ୍ଷେତ୍ର ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ସୁନା ଧାରଣ କରନ୍ତୁ। ଗଣେଶଙ୍କ ଉପାସନା କରନ୍ତୁ।

, ୧୭, ୨୬  ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ଶନି ଓ ମଙ୍ଗଳ ସହ ରହିଛି। ଆପଣଙ୍କ ପାଇଁ ପ୍ରଶାସନ, ରାଜନୀତି, ଆଇନ, ଇଞ୍ଜିନିୟରିଂ ଆଦି କ୍ଷେତ୍ର ଉତ୍ତମ। ଅଧ୍ୟାତ୍ମ ଓ ତନ୍ତ୍ର-ମନ୍ତ୍ର କ୍ଷେତ୍ରରେ ବି ସଫଳ ହୋଇପାରନ୍ତି। ରୋଜଗାରରେ ସମସ୍ୟା ଥିଲେ ଲୁହା ମୁଦି ଧାରଣ କରନ୍ତୁ। ନିୟମିତ ଶନିଦେବ ଓ ହନୁମାନଙ୍କ ଉପାସନା କରନ୍ତୁ।

, ୧୮, ୨୭ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଓ ବୃହସ୍ପତିଙ୍କ ପ୍ରଭାବ ରହିଥାଏ। ଆପଣଙ୍କ ପାଇଁ ସେନା, ସାହସ, କାରଖାନା, ନିର୍ମାଣ କ୍ଷେତ୍ର ଆଦି ଉତ୍ତମ। ଶିକ୍ଷା କ୍ଷେତ୍ରରେ ବି ସଫଳ ହୋଇପାରିବେ। ରୋଜଗାରରେ ସମସ୍ୟା ଥିଲେ ତମ୍ବା ମୁଦି ଧାରଣ କରନ୍ତୁ। ନିୟମିତ ହନୁମାନଙ୍କ ପୂଜା କରନ୍ତୁ।

   Related Posts