Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ସାବଧାନ! ଆମ୍ବ ନୁହେଁ, ଆପଣ ସିଧା ବିଷ ଖାଉଛନ୍ତି : ଜାଣନ୍ତୁ କେମିତି ପାଇବେ ବିଷମୁକ୍ତ ଆମ୍ବ

26/04/2019 at 5:09 PM

ଭୁବନେଶ୍ୱର ୨୬/୪ : ଆମେ ସମସ୍ତେ ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି । ହଳଦୀ ଗୁରୁଗୁରୁ ପାଚିଲା ଆମ୍ବ ଦେଖିଲେ ପରିବା ଖର୍ଚ୍ଚରୁ କିଛି କମାଇ ଆମ୍ବ କିଣନ୍ତି । ପାଚିଲା ଆମ୍ବ ବଜାରକୁ ପ୍ରଥମେ ଆସିଲେ ଦାମ୍ ଅଧିକା ଥାଏ ତଥାପି ବାବୁମାନେ ଦାମକୁ ଭୃକ୍ଷେପ କରନ୍ତି ନାହିଁ । “ଫଳ ମାନଙ୍କର ରାଜା ଆମ୍ବ” ସମସ୍ତେ ଜାଣନ୍ତି କିନ୍ତୁ କେବେ ବି ଚିନ୍ତା କରି ନାହାଁନ୍ତି ରାଜା ବିଷମୁକ୍ତ ନା ବିଷଯୁକ୍ତ ।

ଆମେ ଯେଉଁ ଆମ୍ବ କିଣୁଛେ ତାହା ଗଛରେ ପାଚିଲା ନୁହଁ କାରବାଇଡ୍ ଦିଆ ବିଷଯୁକ୍ତ ଆମ୍ବ । ପାଚିଲା ଆମ୍ବକୁ ଧୋଇଲେ କାରବାଇଡ୍ ଛାଡେ ନାହିଁ । ଆମ୍ବର ତନ୍ତୁ ମଧ୍ୟରେ ଭରି ରହିଥାଏ । ଏହି ଆମ୍ବ ଖାଇବା ଶରୀର ପାଇଁ ଲାଭ ଅପେକ୍ଷା କ୍ଷତି ବେଶୀ ହୋଇଥାଏ । ତେବେ ଏହିସବୁ ଆମ୍ବକୁ ବିଷମୁକ୍ତ କରି ପଚାଇ ହେବ ।

ଆମ୍ବପଚା ସୁନାରୀ ଗଛର ପତ୍ରକୁ ବ୍ୟବହାର କରି ସୁନ୍ଦର, ସୁସ୍ୱାଦୁ, ବିଷମୁକ୍ତ ଜୈବିକ ପଦ୍ଧତିରେ ପାଚିଲା ଆମ୍ବ ଖାଉଟୀଙ୍କୁ ଉପଲବ୍ଧ କରିହେବ । ତେବେ ଏହି ସୁନାରୀ ଗଛ କେଉଁଠି ଥାଏ ? ରାସ୍ତା କଡ଼ରେ ସାଧାରଣ ଉଚ୍ଚତା ଓ ଲମ୍ବା ଅତ୍ୟନ୍ତ ସୁନ୍ଦର ହଳଦିଆ ଲମ୍ବା ପେନ୍ଥା ପେନ୍ଥା ଫୁଲଯୁକ୍ତ ଓ ବଣ ମଧ୍ୟରେ ପ୍ରାୟ ଦେଖାଯାଏ ।

ବ୍ୟବହାର – କିସମ ଅନୁସାରେ ବଉଳ ଆସିବା ୯୦-୧୨୦ ଦିନ ମଧ୍ୟରେ ଆମ୍ବ ପାକଳ ହୁଏ । ଆମ୍ବର ରଂଗ ଧିରେ ଧିରେ ବଦଳେ ଓ ଗଛରୁ ଗୋଟିଏ ଗୋଟିଏ ପଡ଼େ । ଏହି ସମୟରେ ଆମ୍ବର ଶାରିରୀକ ପରିକ୍ୱତା ଆସିଗଲା ବୋଲି ଧରି ନିଆଯାଏ । ଏହି ସମୟରେ ଆମ୍ବ ତୋଳା ସାହାଯ୍ୟରେ ଆମ୍ବକୁ ତୋଳନ୍ତୁ । ମୁଣ୍ଡି ଛିଣ୍ଡାଇ ଥଣ୍ଡା ପାଣିରେ ଲସାକୁ ସଫାକରନ୍ତୁ ଓ ଛାଇରେ ଶୁଖାନ୍ତୁ ।

ଘର ଭିତର ବାରଣ୍ଡା କିମ୍ବା ପଟା ଖଟ ଉପରେ ଏହି ସୁନାରୀ କଂଚା ପତ୍ର ଏକ ଇଂଚ ବିଛାଇ ଦିଅନ୍ତୁ । ଆମ୍ବ ଗୁଡିକୁ ସୁନ୍ଦର ଭାବେ ସଜାଡି ରଖନ୍ତୁ । କେଜି ଆମ୍ବ ପିଛା ୧୦୦ଗ୍ରାମ ପତ୍ରକୁ ଭଲଭାବେ ଘୋଡାଇ ଦିଅନ୍ତୁ । ୪-୫ ଦିନ ପରେ ଚମତ୍କାର ରଙ୍ଗ ବାସନା ଆମ୍ବ ପାଇବେ । ପତ୍ରକୁ ପୁନର୍ବାର ବ୍ୟବହାର କରି ପାରିବେ ।କଂଚା ଆମ୍ବ କିଣି ନିଜେ ପଚାଇ ଖାଇଲେ ବିଷମୁକ୍ତ ଓ ପ୍ରକୃତିକ ଜିନିଷ ପାଇବେ ।

ସଭାପତି ଖାଡଙ୍ଗା,କୃଷିବିତ୍

   Related Posts