ଚାକିରୀ ବଦଳାଇବାରେ ମାହିର ସ୍ୱପ୍ନା ସୁରେଶ : କ୍ଲର୍କରୁ କିପରି ହେଲେ ସ୍ମଗଲିଙ୍ଗ୍ କ୍ୱିନ୍ ଜାଣନ୍ତୁ

Published By : Prameya-News7 Bureau | July 08, 2020 IST

ଥିରୁଅନନ୍ତପୁରମ ୦୮/୦୭ : କେରଳ ଥିରୁଅନନ୍ତପୁରମ ବିମାନବନ୍ଦରରୁ ଏକ ଡିପ୍ଲୋମ୍ୟାଟିକ ବ୍ୟାଗରୁ ୩୦ କିଲୋ ସୁନା ଜବତ ହେବାପରେ ସୁନା ସ୍ମଗଲିଙ୍ଗ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ନିକଟରେ କଷ୍ଟମ ଅଧିକାରୀ ଏୟାର କାର୍ଗୋ ଜରିଆରେ ବିମାନବନ୍ଦରରେ ପହଞ୍ଚିଥିବା ସାମଗ୍ରୀରୁ ୩୦ କିଲୋ ସୁନା ଜବତ କରିଛନ୍ତି | ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ୧୫ କୋଟି ଟଙ୍କା | ଏହି ସୁନା ୟୁଏଇ (UAE) ଦୂତାବାସ ନାଁରେ ଥିଲା | କଷ୍ଟମ ବିଭାଗ ଦୂତାବାସର ଜଣେ ପୂର୍ବତନ କର୍ମଚାରୀଙ୍କ ସରିନ ନାୟରକୁ ଅଟକ ରଖି ପଚରାଉଚୁରା କରୁଛନ୍ତି | ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶଙ୍କୁ ଖୋଜୁଛି ପୋଲିସ |

{"id":297717,"sizeSlug":"large"}

ଏହି ସମୟରେ ସ୍ୱପ୍ନା ସୁରେଶ ଓ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି | ସ୍ୱପ୍ନା ସୁରେଶଙ୍କ ଘର ଆବୁଧାବିରେ | ସେ ବହୁତ ଦିନ ଧରି ଆବୁଧାବି ବିମାନବନ୍ଦରରେ କାର୍ଯ୍ୟରତ ଥିଲେ | ବିବାହର କିଛି ମାସ ପରେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ | ଏହାପରେ ସେ ନିଜ ଝିଅକୁ ଧରି କେରଳ ଆସିଥିଲେ ଏବଂ ଟ୍ରାଭେଲ ଏଜେନ୍ସିରେ କାମ କରୁଥିଲେ | ୨୦୧୩ ମସିହାରେ ତାଙ୍କୁ ଏୟାର ଇଣ୍ଡିଆ ଷ୍ଟେଟ୍ସରେ ଚାକିରୀ ମିଳିଥିଲା | ୨୦୧୬ ମସିହାରେ ଏକ ଫ୍ରଡ଼ କେସରେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଥିଲା | ସେତେବେଳେ ପୋଲିସକୁ ଚକ୍ମା ଦେଇ ସେ ଆବୁଧାବି ପଳାଇ ଯାଇଥିଲେ | ଆବୁଧାବିରେ ସେ ୟୁଏଇରେ କଂସୁଲେଟରେ କଂସୁଲେଟ ସଚିବ ହୋଇଗଲେ | ଗତବର୍ଷ ସେ ଚାକିରୀ ଛାଡି ଦେଇଥିଲେ | ୟୁଏଇରେ କଂସୁଲେଟରେ ଚାକିରୀ କରିବା ସ୍ୱପ୍ନାଙ୍କ ଜୀବନର ଟର୍ଣ୍ଣିଙ୍ଗ ପଏଣ୍ଟ ପ୍ରମାଣିତ ହୋଇଥିଲା | ସେଠାରେ ବଡ ବଡ ଲୋକଙ୍କ ସହିତ ସେ ସମ୍ପର୍କ ସ୍ଥାପନ କରିଥିଲେ | ବଡ ବଡ ସମାରୋହରେ ଯୋଗ ଦେଉଥିଲେ |

{"id":297718,"sizeSlug":"large"}

ସ୍ୱପ୍ନା ସୁରେଶ ଡିଲ ୱିମେନ୍ ନାଁରେ ଜଣାଶୁଣା | ଅଭିନେତ୍ରୀ ସାମନା ଖାନଙ୍କ ଠାରୁ ଜବରଦସ୍ତି ଟଙ୍କା ଅସୁଲ ମାମଲାରେ ପ୍ରଥମେ ସ୍ୱପ୍ନା ସୁରେଶ ନାଁ ସାମ୍ନାକୁ ଆସିଥିଲା | ପୋଲିସ ଯାଞ୍ଚରୁ ସ୍ୱପ୍ନା ସୁରେଶ ମାମଲାର ଗୋଟିଏ ପରେ ଗୋଟିଏ ପୃଷ୍ଠା ଧୀରେ ଧୀରେ ଖୋଲିଥିଲା | ଏହାପରେ କଷ୍ଟମ ବିଭାଗ ଡିପ୍ଲୋମ୍ୟାଟିକ ବ୍ୟାଗରୁ ୧୩ କୋଟି ଟଙ୍କାର ସୁନା ଜବତ କରିଥଲେ | ପୋଲିସ ଜାଣିବାକୁ ପାଇଲା ଯେ ସୁନା ତସ୍କରୀ କରୁଥିବା ଗ୍ୟାଙ୍ଗ ମଡେଲ ଓ ଅଭିନେତ୍ରୀଙ୍କ ଜରିଆରେ ସୁନା ତସ୍କରୀ କରୁଛି | ଅଧିକ ଯାଞ୍ଚ ପରେ ସ୍ୱପ୍ନା ସୁରେଶ ନାଁ ସାମ୍ନାକୁ ଆସିଥିଲା | ଗମ୍ଭୀର ମାମଲାରେ ଫସି ଯାଇଥିଲେ ସ୍ୱପ୍ନା ଏହି ଗ୍ୟାଙ୍ଗକୁ ବାହାର କରିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.